ବଡିମା ଦେଖାଇଲେ ମହିଳା ସରପଞ୍ଚ, କାହା ଇଙ୍ଗିତରେ ସାମ୍ବାଦିକଙ୍କୁ ନାଲିଆଖି

42

Get real time updates directly on you device, subscribe now.

ଆଳି(ସଂଘର୍ଷ ମିଡିଆ ) : କରୋନାର ପ୍ରଥମ ଲହରୀ ସମୟରେ ମିଳିଥିଲା ପ୍ରଶଂସା, ସେ ପୁଣି ଏମିତି ସେମିତି ଲୋକ ନୁହେଁ ଖୋଦ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି. କେ. ପାଣ୍ଡିଆନଙ୍କ ପାଖରୁ । ଯାହାକୁ ନେଇ ସରପଞ୍ଚଙ୍କ ଅହଂକାର କହିଲେ ନ ସରେ । ଆମେ କହୁଛୁ ଆଳି ବ୍ଲକ ଗୋବିନ୍ଦପୁରର ସରପଞ୍ଚ ପଦ୍ମାଳୟା ଧଳଙ୍କ କଥା । ଦେଖନ୍ତୁ ଏ ଦୃଶ୍ୟକୁ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଖର୍ଚ୍ଚ ହୋଇଛି ଦଶଲକ୍ଷ ଟଙ୍କା ଆଉ ବାତ୍ୟା “ୟାସ”ର ପ୍ରଭାବରେ ଏହାର ଅବସ୍ଥା ମଧ୍ୟ ଦେଖନ୍ତୁ । ଗୋଟେପଟେ SRC କେନ୍ଦ୍ରାପଡ଼ା ଜିଲ୍ଲାରେ ବାତ୍ୟା ଲାଗି ବିଶେଷ କ୍ଷୟକ୍ଷତି ହୋଇନଥିବା ଦର୍ଶାଉଥିବା ବେଳେ, ସରପଞ୍ଚଙ୍କ ତତ୍ତ୍ଵାବଧାନରେ ଦଶଲକ୍ଷ ଟଙ୍କା ବ୍ୟୟରେ ସମ୍ପୂର୍ଣ୍ଣ ହୋଇଥିବା ଏହି କାର୍ଯ୍ୟର ଅବସ୍ଥାକୁ ଭଲଭାବରେ ଦେଖିନିଅନ୍ତୁ । ଏ ନେଇ ସ୍ୱରଉତ୍ତୋଳନ କଲେ ସାମ୍ବାଦିକଙ୍କୁ ମିଳିଛୁ ଧମକ,ପରାମର୍ଶ ଆଉ ପୁଣି ସାମ୍ବାଦିକତା ଜ୍ଞାନ । ଶୁଣନ୍ତୁ ଏହି ଅଡିଓ ଭଏସକୁ କେମିତି ସରପଞ୍ଚ ଶ୍ରୀମତୀ ଧଳ ସାମ୍ବାଦିକ ଜଣଙ୍କୁ ଲେଖିବା ଶୈଳୀ ବୁଝେଇବା ସହ କୋଉ ନ୍ୟୁଜ କରିବୁ ବୁଝାଉଛନ୍ତି ତା ସହ ଏଵେ ତାଙ୍କ ସମୟ ଭଲ ଚାଲିନାହିଁ ସମୟ ଆସିଲେ ତତେ ଦେଖିନେବି ବୋଲି କହୁଛନ୍ତି । ସତରେ ସରପଞ୍ଚଙ୍କ ଏତେ ସାହସ ଓ ଆତ୍ମବଡ଼ିମା ଆସିଲା କେଉଁଠୁ । ଏହା ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରରୁ ସଂଘରୋଧ କେନ୍ଦ୍ର ପରିଚାଳନାରେ ଦେଖେଇଥିବା ଆତ୍ମୀୟତା ଲାଗି ମିଳିଥିବା ପ୍ରଶଂସାର ସାହସ ନା ପଛରେ ଥିବା କୋଉ ବାହୁବଳୀ ବିଧାୟକଙ୍କ ବଳ । ଗଣମାଧ୍ୟମର କଣ୍ଠରୋଧ କରିବା ଏବଂ ଧମକ ଦେବା ହିଁ “ଡାଲ ମେଁ କୁଛ କାଲା ହୈ “ଭଳି ଲାଗୁଛି । ଏହାର ନିହାତି ଭାବେ ନିରପେକ୍ଷ ତଦନ୍ତ କରାଯିବାର ଆବଶ୍ୟକତା ରହିଛି ବୋଲି ଆମେ ଭାବୁଛୁ । (ଆଳିରୁ ସୂର୍ଯ୍ୟନାରାୟଣ ଦାଶଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ)

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More