ଜଗତସିଂହପୁର(ସଂଘର୍ଷ ମିଡିଆ ) :- ପ୍ରତିବର୍ଷ ଭଳି ଚୈତ୍ର ପୁର୍ଣିମା ଦିନ କେଶରଡ଼ା ଗ୍ରାମରେ ଅବସ୍ଥିତ ସୁଦର୍ଶନ ବଟ ମହାପୁରୁଷଙ୍କ ନିକଟରେ ୬୩ ତମ ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇ ଯାଇଅଛି |ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଆମ୍ବେରୀ, ସାମନ୍ତରାୟପୁର ଏବଂ କୋଲର ପଞ୍ଚାୟତ ସହିତ ଆଖପାଖ ପାଞ୍ଚଟି ପଞ୍ଚାୟତ ର ଆରାଧ୍ୟ ପ୍ରଭୁ ସୁଦର୍ଶନଙ୍କ ପୀଠରେ ପ୍ରତିବର୍ଷ ମହାଆଡ଼ମ୍ବର ରେ ପାଳିତ ହୁଏ | ମହାମାରୀ କରୋନା କାରଣରୁ ଚଳିତ ବର୍ଷ ଯଜ୍ଞ କୁ ନିରାଡ଼ମ୍ବର ଭାବେ ପାଳନ କରଯାଇଥିଲା | ଗ୍ରାମର ଗ୍ରାମବାସୀ ମାନେ ଯଜ୍ଞ କୁ ଏକ ପର୍ବ ଭଳି ପାଳନ କରନ୍ତି | ସୁଦର୍ଶନ ବାହିନୀ ର ସଦସ୍ୟମାନେ ଯଜ୍ଞ ଦେଖିବାକୁ ଆସୁଥିବା ଭକ୍ତ ମାନଙ୍କୁ ମାସ୍କ ବଣ୍ଟନ କରିବା ସହିତ ସାନିଟାଇଜର ବ୍ୟବହାର କରେଇବା ଦେଖିବାକୁ ମିଳିଥିଲା | ଆଗନ୍ତୁକ ମାନଙ୍କ ମଧ୍ୟରେ କୋଭିଡ ସଚେତନତା ଦେଖିବାକୁ ମିଳିଥିଲା ଯେପରିକି ମାସ୍କ ପରିଧାନ, ସାମାଜିକ ଦୂରତା ବଜାୟ ରଖିବା ଏବଂ ସାନିଟାଇଜର ବ୍ୟବହାର କରିବା | ବିଶ୍ୱରୁ ମହାମାରୀ କରୋନା ଦୂରୀଭୂତ ହେଉ ବୋଲି ମହାପୁରୁଷ ଙ୍କ ନିକଟରେ ବିଶେଷ ପୂଜାର୍ଚନା ର ଆୟୋଜନ କରାଯାଇଥିଲା |ଜଗତସିଂହପୁର ରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।