ଫୁଲବାଣୀରେ ପୋଲିସର କଳାକରନାମା

42

Get real time updates directly on you device, subscribe now.

ଏଠି ପୋଲିସ ସାଜିଛି ସଇତାନ

> ନିରୀହ ସମ୍ବାଦିକଙ୍କୁ ନିସ୍ତୁକ ମାଡ କଣ ପାଇଁ

> ମଦ୍ୟପ ମାଫିଆଙ୍କ ମାଡରେ ସାମ୍ବାଦିକ ଗୁରୁତର

> ରାଜ୍ୟର ସମସ୍ତ ସାମ୍ବାଦିକ ସଂଘର ଘୋର ପ୍ରତିକ୍ରିୟା

> ଫୁଲବାଣୀ ( ସଂଘର୍ଷ ମିଡିଆ ) : ରାଜ୍ୟରେ ଏକ ଦୁଖଦ ଖବର ସାମ୍ନାକୁ ଆସିଛି । ଜଣେ କାର୍ଯ୍ୟରତ ସମ୍ବାଦିକଙ୍କ ଉପରେ ହୋଇଛି ମରଣାତକ ଆକ୍ରମଣ । ପ୍ରାପ୍ତ ସୂଚନାନୁଯାୟୀ , ଫୁଲବାଣୀ ଜିଲାର ଓଡିଶା ଟୁଡେ ସାମ୍ବାଦିକ ଅଶୋକ ମିତ୍ରଙ୍କ ଉପରେ ହୋଇଛି ମରଣାତକ ଆକ୍ରମଣ । ପୁଣି ଆକ୍ରମଣ ହୋଇଛି ଫୁଲବାଣୀ ଥାନାର ସବ ଇନିସପେକ୍ଟର ଦୀପକ ସାମନ୍ତଶିଙ୍ଘାରଙ୍କ ଦ୍ଵାରା । ଅଭିଯୋଗ ଅନୁଯାୟୀ ସବ ଇନିସପେକ୍ଟର ଦୀପକ କିଛି ମାଫିଆଙ୍କୁ ଲଗାଇ କରିଛନ୍ତି ଆକ୍ରମଣ । ସୂଚନାନୁଯାୟୀ , ଫୁଲବାଣୀ ଥାନା ସହାୟତାରେ ଚାଲିଛି ବେଧଡକ ଗଞ୍ଜେଇ ବେପାର । ଏ ସମ୍ପର୍କରେ ଖବର ସଂଗ୍ରହ ପାଇଁ ଓଡିଶା ଟୁଡେ ସାମ୍ବାଦିକ ଅଶୋକ ମିତ୍ର ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହି ସମୟରେ ସବ ଇନିସପେକ୍ଟର ଦୀପକ ସାମ୍ବାଦିକ ଶ୍ରୀ ମିତ୍ରଙ୍କର ଫୋନ ଛଡେଇନେଇ ଅଶ୍ଳୀଳ ଗାଳିଗୁଲଜ କରିବା ସହ ଏ କଥାରୁ ନିବୃତ୍ତ ରହିବା ପାଇଁ ଧମକ ଦେଇଥିଲେ । କିନ୍ତୁ ତାଙ୍କର ରାଗ ସେତିକିରେ ସାନ୍ତ ହୋଇନଥିଲା, ତାପରଦିନ ଗଞ୍ଜେଇ ମାଫିଆଙ୍କୁ ଲଗାଇ କଲେ ମାରଣାତକ ଆକ୍ରମଣ । ଦିନକୁ ଦିନ ପୋଲିସ ପ୍ରଶାସନ ଉପରେ ଲୋକ ମାନଙ୍କର ଆସ୍ଥା ତୁଟିବାକୁ ଲାଗିଛି । ଦେଶର ପ୍ରାୟ ସମସ୍ତ ସର୍ଭେ ସଂସ୍ଥା ପୋଲିସର ଭ୍ରଷ୍ଟାଚର ଉପରେ ମତବ୍ୟକ୍ତ କରନ୍ତି । ପୋଲିସର କଳକାରନାମା ଦେଶବାସୀଙ୍କୁ ଚକିତ କରିଥିବାବେଳେ ଓଡିଶାରେ ପୋଲିସର ସୈତାନି ମଧ୍ୟ କିଛି କମ ନୁହେ । ଆମ ରାଜ୍ୟରେ ପୋଲିସ – ମାଫିଆଙ୍କ ସମ୍ପର୍କ ସରକାରଙ୍କୁ ଅଛପା ନାହ୍ନି । ପ୍ରାପ୍ତ ଖବର ଅନୁଯାୟୀ, ସବ ଇନିସପେକ୍ଟର ଦୀପକଙ୍କର ଦବଙ୍ଗଗିରି ସବୁ ସୀମା ଟପିଛି । ଏହି ସଇତାନ ମାଫିଆଙ୍କ ସହ ମିଶି ଗଞ୍ଜେଇ ଚାଲାଣ ଠାରୁ ଆରମ୍ଭକରି ଯାବତିୟ ଦୋନମ୍ବରୀ କାମରେ ଲିପ୍ତଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚା ହେଉଛି । କେବଳ ସାମ୍ବାଦିକ ମିତ୍ରଙ୍କୁ ଧମକ ପରି ମଧ୍ୟ ପୋଲିସ ବିଭାଗର ଉଚ ପଦସ୍ଥ ଅଧିକାରୀଙ୍କୁ ଗାଳିଗୁଲଜ କରିବା ଘଟଣା ଭାଇରାଲ ହୋଇଛି । ମହାମାରୀ କୋଭିଡ ସମୟରେ ଜଣେ କାର୍ଯ୍ୟରତ ସମ୍ବାଦିକଙ୍କ ଉପରେ ମରଣାତକ ଆକ୍ରମଣ ବୁଦ୍ଧିଜୀବୀ ମହଲରେ ନିନ୍ଦା ପ୍ରକଟ କରିଛନ୍ତି । ତୁରନ୍ତ ସଇତାନ ପୋଲିସକୁ ଗିରଫ କରିବା ପାଇଁ ବିଭିନ୍ନ ମହଲରେ ଦାବୀ ଜୋର ଧରିଛି । ତୁରନ୍ତ ଗିରଫ ନହେଲେ ରାଜ୍ୟର କାର୍ଯ୍ୟରତ ସମ୍ବାଦିକମାନେ ରାଜରାସ୍ତାକୁ ଓଲ୍ହାଇବେ ବୋଲି ଚେତାବନୀ ଦେଇଛନ୍ତି । ଫୁଲବାଣୀରୁ ନ୍ୟୁଜ ବୁରୋ ସଂଘର୍ଷ ମିଡିଆ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More