ପ୍ରୋତ୍ସ।ହନ ଅଭାବରୁ ହଜି ବସିଲାଣି ବାଉଁଶ କାରୀଗରଙ୍କ କୌଳିକ ବୃତ୍ତି

23

Get real time updates directly on you device, subscribe now.

ଗଜପତି ( ସଂଘର୍ଷ ମିଡିଆ) : – ଗଜପତି ଜିଲ୍ଲାରେ ପ୍ରୋତ୍ସ।ହନ ଅଭାବରୁ ହଜିବାକୁ ବସିଲାଣି ବାଉଁଶ କାରୀଗରଙ୍କ କୌଳିକ ବୃତ୍ତି।ବାଉଁଶ କାରିଗର ମାନେ ବାଉଁଶରେ ବିଭିନ୍ନ ସରଞ୍ଜାମ ତିଆରି କରି ବିକ୍ରି କରିଥାନ୍ତି। ଧାନ ରଖିବା ସକାଶେ ଡୋଲି,ତାଟ,କୁଲା ଚାଉଳ ଧୁଆ, ତାଟି, ଛପା, କୁକୁଡ଼ା ଘୋଡୁ ଏହିଭଳି ବିଭିନ୍ନ ସାମଗ୍ରୀ ତିଆରି କରି ହାଟ ବଜାର ଗାଁ ଗହଳିରେ ବିକ୍ରି କରି ନିଜର ଜୀବନ ଜୀବିକା ନିର୍ବାହ କରିଥାନ୍ତି। ସେହିଭଳି ପାରଳାଖେମୁଣ୍ଡିର ଖଞ୍ଜା ମେଦିରିସାହିରେ 60ଟି ପରିବାର ରହୁଛନ୍ତି।ସେମାନଙ୍କ ଜୀବନ ଜୀବିକା ହେଉଛି ବାଉଁଶର ବିଭିନ୍ନ ସରଞ୍ଜାମ କରି ବିକ୍ରି କରି ଜୀବନ ନିର୍ବାହ କରନ୍ତି। ସେଠାରେ ସିଂହଗିରୀ ବାଉଁଶ ବୁଣା ସମାଜ ରହିଛି।କିନ୍ତୁ ସେମାନଙ୍କୁ ସରକାରଙ୍କ ପକ୍ଷରୁ କିଛି ପ୍ରୋତ୍ସ।ହନ ମିଳୁନଥିବା ପ୍ରକାଶ କରିଛନ୍ତି।ସେମାନଙ୍କୁ ସରକାରଙ୍କ ପକ୍ଷରୁ ବାଉଁଶ ଯୋଗାଇ ଦିଆଯାଉନାହିଁ।ସରକାରଙ୍କ ପକ୍ଷରୁ ଯଦିସାହାଯ୍ୟ ସହଯୋଗ ରହେ କିମ୍ବା ପ୍ରୋତ୍ସ।ହନ ମିଳେ ତାହା ହେଲେ ନିଜର କୌଳିକ ବୃତ୍ତି ଆଗାମୀ ପିଢୀ ଆପଣେଇବେ ବୋଲି ଆଶା ପ୍ରକାଶ କରାଯାଉଛି।ଏହି କୌଳିକ ବାଉଁଶ କାରିଗର ବୃତ୍ତିଟି ବଞ୍ଚି ରହିବ ବୋଲି ଆଶା କରାଯାଉଛି। ଗଜପତିରୁ ବିବେକାନନ୍ଦ ବେହେରା ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More