କଟକ(ସଂଘର୍ଷ ମିଡିଆ ) : କଟକ ଜିଲ୍ଲା ବାରଙ୍ଗ ବ୍ଲକ ଅନ୍ତର୍ଗତ ନଡ଼ିଆ ଗୁରୁଡିଠାରେ ଅବସ୍ତିତ ପ୍ରାଚୀ ପ୍ରଜ୍ଞାପରିଷଦ।କରୋନା ମହାମାରୀ ସାରା ବିଶ୍ୱକୁ କବଳିତ କରିଥିବାବେଳେ ପ୍ରଶାସନ ପ୍ରତିକାର ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଥିବାବେଳେ ପ୍ରାଚୀପ୍ରଜ୍ଞାପରିଷଦ କୋରନା ବିରୋଧୀ କାର୍ଯ୍ୟ ପାଇଁ ଆଗେଇଆସିଛନ୍ତି।ପ୍ରାଚୀପ୍ରଜ୍ଞାପରିଷଦର ସମ୍ପାଦକ ଆଶ୍ୱିନ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ପରିଷଦର କର୍ମକର୍ତ୍ତାମାନେ ବାରଙ୍ଗ ବ୍ଲକ,କଣ୍ଟାପଡା ବ୍ଲକ ଓ ନିଆଳି ବ୍ଲକର ଗାଁ କୁ ଗାଁ ବୁଲି ସାନିଟାଇଜର କରିବା ସହିତ ସଚେତନ କରାଉଛନ୍ତି।ବିଭିନ୍ନ କାର୍ଯ୍ୟାଳୟ ମଧ୍ୟ ସାନିଟାଇଜର କରାଉଛନ୍ତି।କୋଭିଡରେ ସଂକ୍ରମିତ ରୋଗୀଙ୍କୁ ଚିକିତ୍ସା ଯୋଗାଇଦେବା ସହିତ କୋଭିଡରେ ମୃତ୍ୟୁ ବରଣ କରିଥିବା ଲୋକଙ୍କର ଯଦି ଶବ ସତ୍କାର କରିବାରେ ଅସୁବିଧା ହୁଏ ସଂଗେ ସଂଗେ ପରିଷଦର କର୍ମକର୍ତା ସହାର୍ଯ୍ୟର ହାତ ବଢାଇଥାନ୍ତି।ଏପର୍ଯ୍ୟନ୍ତ ଚାରୋଟି ଶବ ଦାହ କରିସାରିଲେଣି।ପ୍ରାଚୀ ପ୍ରଜ୍ଞା ପରିଷଦର ସଦସ୍ୟମାନେ କଣ୍ଟାପଡା ବ୍ଲକ ଓ ତହସିଲ କାର୍ଯ୍ୟାଳୟ ସାନିଟାଇଜର କରିଥିଲେ।କଣ୍ଟାପଡା ରୁ ସନ୍ତୋଷ ପ୍ରଧାନ ଓ ରାଜକିଶୋର ଦାସଙ୍କ ରିପୋର୍ଟ ।