ମାଲକାନଗିରି ତା ୨୦/୦୩(ସତ୍ୟ ନାରାୟଣ ଦାଶ)(ସଂଘର୍ଷ ନିୟୁଜ) : ଶ୍ରୀ ଶ୍ରୀ ଶ୍ର ବାଲାରାଜୁ , କାନାମରାଜୁ , ପୋତରାଜୁ ଓ ମା ମତ୍ୟାଲୁମା ଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ । ମାନ୍ୟାମକୋଣ୍ଡା ଓ ପୋଲୁର ଠାରେ ବଡଯାତ୍ରା ଉପଲକ୍ଷେ ହେଉଥିବା ପ୍ରସ୍ତୁତି କାର୍ଯ୍ୟ ଗୁଡିକୁ ପରିଦର୍ଶନ କଲେ ମାନ୍ୟବର ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ତଥା ପୂର୍ବତ୍ତନ ବିଧାୟକ ମାନସ ମାଡକାମୀ ।ଉକ୍ତ ବଡଯାତ୍ରା ପ୍ରସ୍ତୁତିକୁ ନେଇ ମାନ୍ୟବର ଅଧ୍ୟକ୍ଷ ଶ୍ରୀ ମାଡକାମୀ ଙ୍କ ସହ ମାଲକାନଗିରି ତହସିଲଦାର ଡ଼ଃ ଗୁଣନିଧି ନାୟକ ,କାଲିମେଳା ତହସିଲଦାର ଆଲୋକ କୁମାର ଅନୁଗୁଳିଆ ଓ କାଲିମେଳା ଗୋଷ୍ଠି ଉନ୍ନୟନ ଅଧିକାରୀ ଉମା ଶଙ୍କର ଦଳେଇ ପ୍ରମୁଖ ପୋଲୁର ଓ ମାନ୍ୟମକୋଣ୍ଡା ଭଗବାନଙ୍କ ପୂଜା ସ୍ଥଳୀ ରେ ପହଞ୍ଚି ଆଲୋଚନା କରିଥିଲେ । ଏଥିରେ ଏସ.ଡି.ସି ଡିପିସି ହୋତା, ସଂସାଦ ପ୍ରଥିନିଧି ଇ. ଭେଙ୍କେଟ ରାଓ ଏବଂ ବିଜୁ ଜନତା ଦଳର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ । ଆସନ୍ତା ୨୨ ତାରିଖରୁ ୩୦ ପର୍ଯ୍ୟନ୍ତ ହେବାକୁ ଥିବା ମାଲକାନଗିରିର ପ୍ରତିଷ୍ଠାତା ଦେବୀ ମା ମୁତ୍ୟଲୁ ମାଙ୍କ ଯାତ୍ରା ପାଇଁ ବିଭିନ୍ନ ମହଲରେ ସଜବାଜ ଆରମ୍ବ ହୋଇଯାଇଛି।