ପ୍ରଶାସନ ସହାୟତାରେ ନିଜ ଲିଜ ଜମିରେ ଥିବା ରାସ୍ତାକୁ ଦଖଲ କଲା ଜେଏସଡବ୍ଲୁ

39

Get real time updates directly on you device, subscribe now.

କୁତ୍ରା (ସଂଘର୍ଷ ମିଡିଆ ) : କୁତ୍ରା ବ୍ଲକ ଅନ୍ତର୍ଗତ ଜେଏସଡବ୍ଲୁ ଶିବା ସିମେଣ୍ଟର ଖତକୁରବାହାଲରେ ଥିବା ଚୂନପଥର ଖଣିର ସଂପ୍ରସାରଣ ପାଇଁ ନିଜ ଲିଜ ଜମିରେ ଥିବା ଏକ ରାସ୍ତାକୁ ପ୍ରଶାସନ ସହାୟତାରେ ଆଜି ଦଖଲ କରିବା ସହ ଉକ୍ତ ରାସ୍ତାକୁ ଖୋଳି ଦେଇଛନ୍ତି। । ଏହି ରାସ୍ତାକୁ ନେଇ ନେଇ ଗ୍ରାମବାସୀ ଓ କମ୍ପାନୀ ମଧ୍ଯରେ ଛକାପଞ୍ଝା ଲାଗିରହିଥିବା ବେଳେ ଗ୍ରାମବାସୀଙ୍କ ମଧ୍ଯରେ ଦିର୍ଘ ଦିନ ହେବ ଅସନ୍ତୋଷ ଦେଖାଦେଇଥିଲା । ଜେଏସଡବ୍ଲୁର ଶିବା ସିମେଣ୍ଟ ଖଣି ଲିଜ ସୀମା ଭିତରେ ଥିବା ଏହି ଖତକୁରବାହାଲ- ପତ୍ରାଟୋଲି ରାସ୍ତାକୁ ଖଣି ସଂପ୍ରସାରଣ ପାଇଁ ଖଣି କତୃପକ୍ଷ କିଛି ମାସ ପୂର୍ବରୁ ଖୋଳି ତାରବାଡ ଦେବାବେଳେ ଏହାକୁ ସ୍ଥାନୀୟ ଲୋକମାନେ ବିରୋଧ କରିବା ପରେ ଏଠାରେ ଦୀର୍ଘ ମାସ ହେଲା ଉତ୍ତେଜନା ପ୍ରକାଶ ପାଇଥିଲା। ଏପରିକି ଉକ୍ତ ରାସ୍ତା ଯେପରି କମ୍ପାନୀ ହାତକୁ ନ ଯାଏ ସେଥିପାଇଁ ଗ୍ରାମବାସୀ ରାତିହେଲେ ପାଳିକରି ରାସ୍ତାକୁ ଜଗୁଛନ୍ତି ।ହେଲେ ଏହି ରାସ୍ତାଟି ଖଣି ଲିଜ ଭିତରେ ଥିବାରୁ ଜିଲ୍ଲା ପ୍ରଶାସନ ପୋଲିସ ସହାୟତାରେ ଉକ୍ତ ରାସ୍ତାକୁ ଆଜି ଖଣି କତ୍ତୃପକ୍ଷ ଖୋଳି ଦେଇଛନ୍ତି । ରାସ୍ତା ଖୋଳା ସମୟରେ ଉଭୟ ପୋଲିସ ପ୍ରଶାସନ ଓ ଗ୍ରାମବାସୀଙ୍କ ମଧ୍ଯରେ ଉତ୍ତେଜନା ଦେଖାଦେଇ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇ ଥିବା ବେଳେ ପୋଲିସ ମୃଦୁ ଲାଠି ଚାଳନା କରି ୧୧ ଜଣଙ୍କୁ ଅଟକ ରଖିଛି । ଘଟଣାରୁ ପ୍ରକାଶ ଆଜି ସୁନ୍ଦରଗଡ ସବକଲେକ୍ଟର ଅଭିମନ୍ୟୁ ବେହେରା ,କୁତ୍ରା ତହସିଲଦାର ରବିନ୍ଦ୍ର କୁମାର ସେଠୀ ,ଅତିରିକ୍ତ ତହସିଲଦାର ହାବିଲ ଖାଖା, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରବିନାରାୟଣ ବାରିକ, ଥାନା ଅଧିକାରୀ ସୁଶାନ୍ତ କୁମାର ପରିଡା ସମେତ ୫ ପ୍ଲାଟୁନ ପୋଲିସ ଫୋର୍ସ ସହ ଖତକୁରବାହାଲ ସ୍ଥିତ ଚୂନପଥର ଖଣିରେ ପହଞ୍ଚିବା ପରେ ଖଣି କତ୍ତୃପକ୍ଷ ଜେସିବି ସାହାଯ୍ଯରେ ଖଣି ପାଶ୍ବରେ ଥିବା ଖତକୁରବାହାଲ-ପତ୍ରାଟୋଲି ରାସ୍ତାକୁ ଖୋଳିବା ପାଇଁ ଉଦ୍ୟମ କଲାବେଳେ ଗ୍ରାମବାସୀ ଉତକ୍ଷିପ୍ତ ହୋଇ ମୁହାମୁହିଁ ପରିସ୍ଥିତି ଥିବା ବେଳେ ପୋଲିସ ର ମୃଦୁ ଲାଠି ଚାଳନା ହୋଇଥିଲା । ଏଥିପାଇଁ ଆଜି ଖତକୁରବାହାଲ ଅଶାନ୍ତ ଥିବା ଦେଖିବାକୁ ମିଳିଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More