ପ୍ରବେଶ କଲା ବନ୍ୟାଜଳ 20 ପରିବାର ଏବେ ଜଳବନ୍ଦୀ ଅଵସ୍ଥା ରେ

77

Get real time updates directly on you device, subscribe now.

ପୁରୀ (ସଂଘର୍ଷ ମିଡିଆ) : –ପୁରୀ ଜିଲ୍ଲା ପିପିଲି ର ପୋପରଙ୍ଗା ପଂଚାୟତ ରେ ପ୍ରବେଶ କଲା ବନ୍ୟାଜଳ ପାଚଲପୁର ଗାଁ ରେ 20 ପରିବାର ଏବେ ଜଳବନ୍ଦୀ ଅଵସ୍ଥା ରେ । ଗଙ୍ଗୁଆ ନାଳ ପାଣି ଗାଁ ରେ ପ୍ରବେଶ ପରେ ଜଳବନ୍ଦୀ ଅବସ୍ଥା ସୃଷ୍ଟି କରିଥିବା ବେଳେ ଏକର ଏକର ଚାଷ ଜମି ସମ୍ପୂର୍ଣ୍ଣ ଜଳମଗ୍ନ କରିଛି । ହୀରାକୁଦ ରୁ ବନ୍ୟାଜଳ ଛଡାଯିବ ପରେ ମହାନଦୀ ର ଶାଖା ନଦୀ ରେ ଜଳ ସ୍ତର ବୃଦ୍ଧି ପାଇଛି। ମହାନଦୀ ଶାଖା ନଦୀ ଦୟା , ଭାର୍ଗବୀ, କୁସଭଦ୍ରା ରେ ଏବେ ବନ୍ୟାଜଳ ପ୍ରବାହିତ ହେଉଛି। ପୁରୀ ଜିଲ୍ଲା ଦେଇ ମହାନଦୀ ର ଶାଖା ନଦୀ ଗୁଡ଼ିକ ବଙ୍ଗୋପ ସାଗର ରେ ପଡ଼ିଛି। ମହାନଦୀ ରେ ବନ୍ୟାଜଳ ବଢିବା ପରେ ଏହାର ଶାଖା ନଦୀ ରେ ଜଳ ପତ୍ତନ ବୃଦ୍ଧି ପାଇଛି। ଏହା ଫଳରେ ଦୟା, ଭାର୍ଗବୀ ନଦୀ ନିକଟ ରେ ଥିବା ଚାଷ ଜମି ସମ୍ପୂର୍ଣ ଜଳ ମଗ୍ନ ହୋଇଚି। ଦୟା ର ଶାଖା ଗଂଗୁଆ ନାଳ ଦେଇ ବନ୍ୟା ଜଳ ପିପିଲି ର ପୋପୋ ରଙ୍ଗା ପଞ୍ଚାୟତ ରେ ପ୍ରଵେଶ କରିଚି। ଯାହାକୁ ନେଇ ଲୋକ ମାନେ ଭୟଭୀତ ହୋଇ ପଡିଛନ୍ତି। ଚାଷ ଜମି ପାଣି ରେ ବୁଡ଼ି ରହିଥିବାରୁ ଚାଷୀ ଏବେ ମୁଣ୍ଡ ରେ ହାତ ଦେଇ ବସିଛନ୍ତି । ଗତବର୍ଷ ବନ୍ୟା ଯୋଗୁଁ ଗଙ୍ଗୁଆ ନାଳରେ ସୃଷ୍ଟି ହୋଇଥିବା ଘାଇ ଯୋଗୁ ପାଚଲପୁର ଗାଁକୁ ପ୍ରାୟ ୨୫ ଦିନ ହେବ ଜଳବନ୍ଦୀ ଅବସ୍ଥାରେ ରହିଥିଲା ବେଳେ ଘାଇ ମରାମତି ହୋଇ ନଥିବାରୁ ପୁଣି ଗଙ୍ଗୁଆ ନାଳ ପାଣି ପାଇଁ ଜଳବନ୍ଦୀ ଜୀବନ କାଟୁଛନ୍ତି ପାଚଲପୁର ଗ୍ରାମବାସୀ। ଗତ ଅଗଷ୍ଟ ମାସରେ ଆସିଥିବା ମଧ୍ୟମ ଧରଣ ର ବନ୍ୟା ଯୋଗୁ ଚାଷ ବ୍ୟାପକ କ୍ଷତି ହୋଇଥଲା । ଉକ୍ତ କ୍ଷୟକ୍ଷତି ର କ୍ଷତି ପୂରଣ ଏପର୍ଯ୍ୟନ୍ତ ଚାଷୀ ପାଇ ନଥିବା ବେଳେ ମାସ କେଇଟା ପୂରିନି ପୁଣି ବନ୍ୟା ସାମ୍ନା କରିବାକୁ ନେଇ ଚାଷୀ କୁଳ ଚିନ୍ତାରେ ପଡିଯାଇଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More