ପ୍ରଫେସର ଅବନୀ ବରାଳଙ୍କ ୮୬ତମ ଜୟନ୍ତୀ ପାଳିତ

47

Get real time updates directly on you device, subscribe now.

ଜଗତସିଂହପୁର(ସଂଘର୍ଷ ମିଡିଆ ) :-ଶିକ୍ଷକ ସମାଜ ପ୍ରତି ଅବନୀ ବରାଳଙ୍କ ଅବଦାନ ଅତୁଳନୀୟ। କ୍ରାନ୍ତି କାରୀ ଶିକ୍ଷକ ନେତା ତଥା ଜଗତସିଂହପୁର ମାଟିର ସୁଯୋଗ୍ୟ ସନ୍ତାନ ପ୍ରଫେସର ଅବନୀ ବରାଳଙ୍କ 86ତମ ଜୟନ୍ତୀ ଜଗତସିଂହପୁର ସାରସ୍ୱତ ପରିଷଦ ପକ୍ଷରୁ ପାଳିତ ହୋଇଯାଇଛି। କୋଭିଡ ମାର୍ଗଦର୍ଶିକାକୁ ଅନୁପାଳନ କରାଯାଇ ଜୟନ୍ତୀ ପାଳନ କରାଯାଇଥିଲା।ଏଥିରେ ଅଧକ୍ଷତା କରି ପରିଷଦର ସଭାପତି ଅଧ୍ୟାପକ ହିମାଂଶୁ ଆଚାର୍ଯ୍ୟ କହିଥିଲେ ଶିକ୍ଷକ ସମାଜ ପ୍ରତି ସ୍ବର୍ଗତ ଅବନୀ ବରାଳ ଙ୍କ ଅବଦାନ ଅତୁଳନୀୟ।ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ପ୍ରକାଶ ଚନ୍ଦ୍ର ପତି, ଶିକ୍ଷକ ସରୋଜକୁମାର ଦିବେଦୀ,ରାକେଶ କୁମାର ରାୟ,ପ୍ରତାପ ସିଂ ଆଲୋଚନାରେ ଅଂଶଗ୍ରହଣ କରି ଆଜିର ସମାଜ ରେ ସ୍ବର୍ଗତ ବରାଳଙ୍କ ପରି ଶିକ୍ଷକ ନେତା ବିରଳ ବୋଲି ମତବ୍ୟକ୍ତ କରିଥିଲେ।ଏହି ଅବସରରେ ମହାମାରୀ କରୋନାରେ ପ୍ରାଣ ହରାଇଥିବା ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀଙ୍କ ଉଦ୍ଧେଶ୍ୟରେ ଶୋକ ପ୍ରକାଶ କରାଯିବା ସହିତ ଶିକ୍ଷକ ମାନଙ୍କୁ ଅବିଳମ୍ବେ କରୋନା ଯୋଦ୍ଧାର ମାନ୍ୟତା ଦେବାକୁ ପରିଷଦ ପକ୍ଷରୁ ଦାବି କରାଯାଇଥିଲା। ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More