କଳାହାଣ୍ଡି (ସଂଘର୍ଷ ମିଡିଆ ) : ରବି ଧାନ କ୍ରୟ ପାଇଁ ମଣ୍ଡି ପ୍ରସ୍ତୁତ । କଳାହାଣ୍ଡି ଜିଲ୍ଲା ର ଜୋରାଡ଼ବରା ପ୍ରାଥମିକ କୃଷି ସମବାୟ ସମିତି ରେ ଜିଲ୍ଲା ର ରବି ଧାନ ସଂଗ୍ରହ ପାଇଁ ଆଜି ପ୍ରଥମ ଧାନ ମଣ୍ଡି ଉଦ୍ଘାଟିତ ହୋଇଛି । ଉଦ୍ଘାଟିତ ଉତ୍ସବରେ ସ୍ଥାନୀୟ ବିଧାୟକ ଭୁପିନ୍ଦ୍ର ସିଂ ଓ ବିଭାଗ ର ସିଏସଓ ସୁରେଶ ପାଣିଗ୍ରାହୀ,ଏସିଏସଓ ଧୂମରାମ ମୁର୍ମୁ,ଏସଏଆରସିଏସ ପ୍ରବୀର କୁମାର ଘୋଷ,ସୁରେନ୍ଦ୍ର ମାଝୀ,ଅର୍ଯ୍ୟ କୁମାର ମୁଦୁଲି,ଏମଆଇ ଶାନ୍ତକର ପ୍ରଧାନ,ସିଇ ଅଭୟ ପଟ୍ଟନାୟକ,ପ୍ରଚେସ ଅଫିସର ସୁମନ୍ତ କୁମାର ସାହୁ ମାନଙ୍କ ସହ ଚାଷୀ ମକରଧ୍ୱଜ ସାହୁ,ଲିଲେସ ସାହୁ,ଜିତେନ୍ଦ୍ର ସାହୁ,ଲାଭି ରଣା, କନ୍ଦର୍ପ ସାହୁ,ସନ୍ତୋଷ ସାହୁ ଏବଂ ଚୌଧୁରୀ ସାହୁ ଉପସ୍ଥିତ ରହି ଭିଡିଓ ମାଧ୍ୟମରେ ମଣ୍ଡି ଉଦ୍ଘାଟନ କରିଥିଲେ। ଖାଲିଆପାଲି ମଣ୍ଡି ରୁ ୧୦୦୦୦ ଓ ଜୋରାଡ଼ବରା,ସାପଲହରା ମଣ୍ଡି ରୁ ୫୦୦୦କ୍ୱିଣ୍ଟାଳ ସର୍ବ ମୋଟ ୧୫୦୦୦ କ୍ୱିଣ୍ଟାଳ ଧାନ ସଂଗ୍ରହ କରିବା ପାଇଁ ଯୋଜନା କରାଯାଇଛି ।ସାପଲହରା ,ବାଞ୍ଜିପଦର ଓ ଜୋରାଡ଼ବରା ଗ୍ରାମ ର ଅନେକ ଚାଷୀ ଙ୍କ ଠାରୁ ଆଜି ପ୍ରଥମ ଦିନରେ ୭୦୦ ପ୍ୟାକେଟ ଧାନ କ୍ରୟ କରାଯାଇଛି ।ଗତ ବର୍ଷ ଖରିଫ ଧାନ ସଂଗ୍ରହ ସମୟ ରେ ଜିଲ୍ଲା ର ଅନେକ ଚାଷୀ ବହୁ ଅସୁବିଧା ର ସମ୍ମୁଖୀନ ହେଇଥିବା ବେଳେ ଜୋରାଡ଼ବରା ପ୍ରାଥମିକ କୃଷି ସମବାୟ ସମିତି ରେ ବସୁ ସୁବିଧା ରେ ଧାନ ବିକ୍ରୟ ହୋଇପାରିଥିଲା ତେଣୁ ଅଂଚଳ ର ଚାଷୀ ମାନେ ଜୋରାଡ଼ବରା ପ୍ରାଥମିକ କୃଷି ସମବାୟ ସମିତି ର ସମ୍ପାଦକ ଓ ସହ ସମ୍ପାଦକ ଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଚଳିତ ବର୍ଷ ର ପ୍ରଥମ ରବି ଧାନ ଚାଷୀ ମାନଙ୍କ ଠାରୁ ସଂଗ୍ରହ କରାଯାଉଥିବେ ବେଳେ ଚାଷୀ ମାନଙ୍କୁ ଧାନ ବିକ୍ରୟ ପାଇଁ ଜୋରାଡ଼ବରା ପ୍ରାଥମିକ କୃଷି ସମବାୟ ର ସମସ୍ତ କର୍ମଚାରୀ ସହଯୋଗ କରୁଛନ୍ତି । କଳାହାଣ୍ଡି ରୁ କେମେରା ମେନ୍ ରାଜେଶ ଙ୍କ ସହିତ ଭିଷ୍ମ ସାହୁ ଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍