ସୁନ୍ଦରଗଡ ( ସଂଘର୍ଷ ମିଡିଆ ) : ସୁନ୍ଦରଗଡ ଜିଲ୍ଲା କୋଇଡା ବ୍ଳକ ଅନ୍ତର୍ଗତ ମାଲଦା ପଞ୍ଚାୟତ ଗଣୁଆ ଗ୍ରାମ ସୁନାପଶି ଡାଡୁଗୋଠ ସାହିର ଏକ ଶିଶୁ ପୁତ୍ର ଅଇଁଠା ଖଲିରୁ ଖାଦ୍ୟ ସଂଗ୍ରହର କରି ଖାଉଥିବା ଭିଡିଓଟି ଦୁଇଦିନ ହେବ ବେଶ ଭାଇରାଲ ହେବାରେ ଲାଗିଛି। ଯାହା ଫଳରେ ଘଟଣାର ସତ୍ୟା ସତ୍ୟ ଜାଣିବା ପାଇଁ ଫୋନ ଦ୍ବାରା ଯୋଗା ଯୋଗ କରି ଏହାର ସତ୍ୟତା ଉପରେ ତଦାରଖ କରିବାକୁ ଆମେ ପହଞ୍ଚି ଥିଲୁ ସେହି ପଡାକୁ ଯାହା ଦେଖିଲୁ ନିଜ ଆଖିକୁ ବିଶ୍ୱାସ କରି ପାରି ନଥିଲୁ ସତେ ଯେମିତି ଖଣି ଖାଦାନ ଭରା ଅଞ୍ଚଳରେ ନଗଡାର ନଗ୍ନ ଚିତ୍ର। ସେହି ପଡାରେ ଦଶରୁ ବାର ଘର ବସ ବାସ କରନ୍ତି। ଆମେ କହୁଛୁ ତାଡୁଗୋଠ ପଡାରେ ବସବାସ କରୁଥିବା ରାବଣ ମୁଣ୍ଡାଙ୍କ ତିନି ଛୁଆ ରାଜନ ମୁଣ୍ଡା(୭ )ମାଳତୀ ମୁଣ୍ଡା (୫) ମନୋରଞ୍ଜନ ମୁଣ୍ଡା( ୨.୫)ଙ୍କୁ ନେଇ ତେଲ ଲୁଣର ସଂସାର। ଖାଦ୍ୟ ଅଭାବ ଅନାଟନ ଯୋଗୁଁ ଓଳିଏ ଖାଇବାକୁ ନ ପାଇ ଅପପୁଷ୍ଟିର ଶିକାର ହେଉଛନ୍ତି। ଗତ କିଛି ମାସ ହେବ ରାବଣର ସ୍ତ୍ରୀ ଆରପାରିକୁ ଚାଲି ଯାଇଥିବା ବେଳେ ଛୁଆ ମାନଙ୍କ ବୋଝ ରାବଣ ଉପରେ ଏପଟେ ନ ଖଟିଲେ ନ ଚଳେ। ଛୁଆଙ୍କୁ ଛାଡି କାମ ଧନ୍ଦା କରିବାକୁ ଯିବା ପରେ ଛୁଆଙ୍କ କଥା ବୁଝି ନ ପାରି ବାରୁ କିଛିଦିନ ତଳେ ସେହି ଗ୍ରାମର ଏକ ବାହାଘର ଭୋଜିରେ ପଡି ଥିବା ଅଇଁଠା ଖଲି, ରାବଣର ସାନ ପୁଅ ମନୋରଞ୍ଜନ ମୁଣ୍ଡା ୨.୫ ଭୋକ ସମ୍ଭାଳି ନ ପାରି ଅଇଁଠା ଖଲି ରେ ଲାଗିଥିବା ଖାଦ୍ୟ ଚାଟି ଚାଟି ଖାଉଥିବା ଦୃଶ୍ଯ ଏବେ ଫେସବୁକରେ ଏକ କେନ୍ଦ୍ର ବିନ୍ଦୁ ପାଲଟିଛି। ପଞ୍ଚାୟତରୁ ମିଳୁଥିବା ଚାଉଳ ଏବଂ ଜାଳେଣି କାଠ ବିକ୍ର କରି ପରିବାର ପ୍ରତିପୋଷଣ କରନ୍ତି। ସେହି ପଡାର ଉପର ଭାଗରେ ବଡ ବଡ ଲୁହାପଥର ଖଣି ଥାଇ ମଧ୍ୟ କୌଣସି ସୁବିଧା ନ ଥିବାରୁ ସେହି ପଡାରେ ବସବାସ କରୁଥିବା ମହିଳା ସମେତ ଛୁଆ ମାନଙ୍କର ମଧ୍ୟ ସ୍ବାସ୍ଥ୍ୟ ବସ୍ତା ଭଲ ନଥିବା ଦେଖିବାକୁ ମିଳିଛି। ସେହି ବସ୍ତିର ମହିଳା ମାନେ ଅଭିଯୋଗ କରିଛନ୍ତି ଯେ ଅଙ୍ଗନୱାଡି କେନ୍ଦ୍ରରେ ଛତୁଆ ଠାରୁ ଆରମ୍ଭ କରି ବିଭିନ୍ନ ସାମଗ୍ରୀ ଦୁଇରୁ ତିନି ମାସ ବ୍ୟବଧାନରେ ମିଳୁଛି ବୋଲି । ଏ ବିଷୟରେ ଅଙ୍ଗନୱାଡି କର୍ମୀକୁ ପଚାରିବାରୁ ସେ କହିଛନ୍ତି ପ୍ରତ୍ୟେକ ମାସରେ ଆସୁଥିବା ସରକାରୀ ସହାୟତା ତଥା ଛତୁଆ ଅଣ୍ଡା,ଲଡୁ ବିଭିନ୍ନ ସୁବିଧା ତାଙ୍କ ପାଖରେ ପହଞ୍ଚାଇବା ସହିତ ବଳକା ରୋଷେଇ ଖାଦ୍ୟ ରାବଣର ଛୁଆ ମାନଙ୍କୁ ଦେଇ ଆସିଥାନ୍ତି ।