ପୁରୀ ସମୁଦ୍ରରେ ପୁଣି ଅଘଟଣ , ୩ ପର୍ଯ୍ୟଟକ ବୁଡି ଯାଉଥିବା ବେଳେ ଲାଇଫ ଗାର୍ଡଙ୍କ ଦ୍ୱାରା ଉଦ୍ଧାର

61

Get real time updates directly on you device, subscribe now.

ପୁରୀ ( ସଂଘର୍ଷ ମିଡିଆ ) : ପୁରୀ ସମୁଦ୍ରରେ ଗାଧୋଉଥିବା ବେଳେ ଆଜି ବେଳାଭୂମିର ବିଭିନ୍ନ ସ୍ଥାନରେ 3 ଜଣ ପର୍ଯ୍ୟଟକ ବୁଡି ଯାଉଥିବା ବେଳେ ଲାଇଫ ଗାର୍ଡ ଉଦ୍ଧାର କରିଛନ୍ତି। ଉଦ୍ଧାର ପରେ  ପ୍ରାଥମିକ ଚିକିତ୍ସା ପରେ ଛଡା ଯାଇଛି । ତେବେ ସୂଚନା ଅନୁଯାୟୀ ସ୍ୱର୍ଗ ଦ୍ୱାର ନିକଟରେ ପଶ୍ଚିମବଙ୍ଗ ହୁଗୁଳିର ମଧୁରୀ କୁରି  ସମୁଦ୍ର ସ୍ନାନ ବେଳେ ଭାରସମ୍ୟ ହରେଇ ସମୁଦ୍ର ଜଳ ଭିତରକୁ ପଳାଇ ଥିଲେ। ସଂଗେ ଉପସ୍ଥିତ ଥିବା ଲାଇଫ ଗାର୍ଡ ତାଙ୍କୁ ଉଦ୍ଧାର କରିଥିଲେ । ସେହିପରି ଆଉ ଏକ ଘଟଣାକ୍ରମରେ  ସ୍ଵର୍ଗ ଦ୍ୱାର ନିକଟ ବର୍ତୀ ଅଞ୍ଚଳରେ ପଶ୍ଚିମବଙ୍ଗ ଉତ୍ତର 24 ପ୍ରଗଣାର ରେଣୁ ବିଶ୍ୱାସ ଓ ଜଗତସିଂହପୁର ତିରତୋଲର ସୁଶ୍ରୀ ସୋମ୍ୟା ପରିଜା ସମୁଦ୍ର ସ୍ନାନ କରୁଥିବା ବେଳେ ସମୁଦ୍ର ଜଳ ଭିତରକୁ ପଳାଇ ଥିଲେ । ସେଠାରେ ଉପସ୍ଥିତ ଥିବା ଲାଇଫ ଗାର୍ଡ ସଂଗେ ସଂଗେ ସମୁଦ୍ର ଜଳରେ ପଶି ଉଭୟଙ୍କୁ ଉଦ୍ଧାର କରିଥିଲେ। ତେବେ ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ ଛଡାଯାଇଥିଲା। ତେବେ ସମୁଦ୍ର ସ୍ନାନ ବେଳେ ସାବଧାନତା ଅବଲମ୍ବନ କରିବା ନେଇ ବାରମ୍ବାର ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ପର୍ଯ୍ୟଟକଙ୍କୁ ସଚେତନ କରାଯାଉଛି। ଏହା ସତ୍ତ୍ୱେ କିଛି ପର୍ଯ୍ୟଟକ ନିୟମ ନମାନିବା କାରଣରୁ ଅନେକ ପର୍ଯ୍ୟଟକଙ୍କର ସମୁଦ୍ର ସ୍ନାନ ବେଳେ ସମୁଦ୍ରରେ ବୁଡି ଯାଇ ଅକାଳରେ  ମୃତ୍ୟୁ ହେଉଛି। ତେଣୁ ସମୁଦ୍ରରେ ଗାଧୋଇବା ବେଳେ ସାବଧାନତା ଅବଲମ୍ବନ କରାଯିବାର ଆବଶ୍ୟକତା ରହିଛି । ଶଙ୍କର ସରକାର, ପୁରୀ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More