ପୁରୀ ବାଣ ବିସ୍ଫୋରଣ ଘଟଣା : ନରେନ୍ଦ୍ର ପୁଷ୍କରିଣୀରର ଘଟଣାସ୍ଥଳ ପରିଦର୍ଶନ କଲେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା

70

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ପୁରୀ ବାଣ ବିସ୍ଫୋରଣ ଘଟଣାର ସ୍ଥିତି ଅନୁଧ୍ୟାନ ପାଇଁ ପୁରୀ ଗସ୍ତରେ ଆସି ନରେନ୍ଦ୍ର ପୁଷ୍କରିଣୀରର ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା। ବାଣ ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ମୁଖ୍ୟମନ୍ତ୍ରୀ ଦେବା ପରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ନରେନ୍ଦ୍ର ପୁଷ୍କରିଣୀ ଆସି ସ୍ଥିତି ଅନୁଧ୍ୟାନ କରିଛନ୍ତି। ତାଙ୍କ ସହ ପୁରୀ ଏସପି ପିନାକ ମିଶ୍ର ଉପସ୍ଥିତ ରହି ସମ୍ପୂର୍ଣ ଘଟଣା କ୍ରମ ବିଷୟ ରେ ତଥ୍ୟ ଦେଇଛନ୍ତି। ଗତକାଲି ଚନ୍ଦନ ଯାତ୍ରା ସମୟରେ କିଭଳି ବାଣ ଫୁଟାଯାଉଥିଲା ଓ କଣ ଭୁଲ ଯୋଗୁ ଏତେବଡ ଘଟଣା ହୋଇଛି ମୁଖ୍ୟ ଶାସନ ସଚିବ ପୁରୀ ଏସପିଙ୍କ ଠାରୁ ତଥ୍ୟ ନେଇଛନ୍ତି । ପରେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ଯାଇ ସେ ଆହତଙ୍କୁ ଭେଟି ସବୁ ଚିକିତ୍ସା ବ୍ୟବସ୍ଥା ବୁଝିଥିଲେ । ତେବେ ମୋଟ 36 ଜଣ ଗତକାଲି ବାଣ ଦୁର୍ଘଟଣାରେ ଆହାତ ହୋଇଥିବା ବେଳେ ସେଥି ମଧ୍ୟ ରୁ 3 ଜଣଙ୍କ ମୃତ୍ୟୁ ହୋଇଥିବା ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ସୂଚନା ଦେଇଛନ୍ତି। କଟକ, ଭୁବନେଶ୍ବରରେ ଯେଉଁ ହସ୍ପିଟାଲ ରେ ଆହତ ମାନେ ଭର୍ତ୍ତି ହେଇଛନ୍ତି ସେମାନଙ୍କ ଚିକିତ୍ସା ସମ୍ପୂର୍ଣ ରାଜ୍ୟ ସରକାର ବହନ କରିବେ। କୌଣସି ହସ୍ପିଟାଲ ଏହି ବାଣ ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସିତ ହେଉଥିବା ବ୍ୟକ୍ତିଙ୍କ ଠାରୁ କିଛି ବି ଅର୍ଥ ନେବେ ନାହିଁ ବୋଲି ଉକ୍ତ ମେଡ଼ିକାଲକୁ ନିର୍ଦେଶ ଦିଆଯାଇଥିଲା ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା କହିଚନ୍ତି। ତେବେ ସମଗ୍ର ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଏବେ କିଛି କହିବା ଠିକ୍ ହେବ ନାହିଁ।ତଦନ୍ତ ପରେ ସବୁ ଜଣାପଡିବ। ଆଗାମୀ ଦିନରେ କିଭଳି ଏଭଳି ଘଟଣା ପୁନରାବୃତ୍ତି ନହେବ ସେ ଦିଗରେ ପଦକ୍ଷପ ନିଆଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି। ତେବେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବର୍ଣ୍ଣ ୟୁନିଟ ନ ଥିବା ପ୍ରସଙ୍ଗ ରେ ପ୍ରତିକ୍ରିୟା ଦେଇ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା କହିଛନ୍ତି ଏବେ ନିର୍ବାଚନ ଆଚରଣ ବିଧି ରହିଛି।ସେ ବିଷୟ ରେ ମତ ଦେବା ଠିକ୍ ହେବ ନାହିଁ। ତେବେ ଗତକାଲି ରାତି ରେ ମହାପ୍ରଭୁ ଙ୍କ ଚନ୍ଦନ ଯାତ୍ରା ସମୟରେ ବାଣ ବିସ୍ଫୋରଣ ହୋଇ 36 ଜଣ ଆହତ ହୋଇଥିଲେ। ସଙ୍ଗେ ସଙ୍ଗେ ଆହାତଙ୍କୁ ପୁରୀ ମେଡ଼ିକାଲ ନିଆଯାଇଥିଲେ ମଧ୍ୟ ଆବଶ୍ୟକ ଡାକ୍ତର ନଥିଲେ। ବଡ କଥା ହେଉଚି ବର୍ଣ୍ଣ ୟୁନିଟ ନାହିଁ ବିଶ୍ଵ ସ୍ତରୀୟ ପର୍ଯ୍ୟଟନ ସହର ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ।ଯାହା ଫଳରେ ଅନେକ ପୋଡ଼ି ହୋଇ ଯାଇଥିବା ରୋଗୀ ସଠିକ୍ ପ୍ରାଥମିକ ଚିକିତ୍ସା ପାଈ ପାରିଲେ ନାହିଁ। ଏଥି ପାଇଁ ଅନେକ ଆହତ ଙ୍କ ଅବସ୍ଥା ଗୁରୁତର ହୋଇ ପଡ଼ିଥିଲା। ପରେ ସେମାନଙ୍କୁ କଟକ ଏସ ସୀ ବି, ଭୁବନେଶ୍ବରର ବିଭିନ୍ନ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ତେବେ ପୁରୀ ଭଳି ଆନ୍ତର୍ଜାତୀୟ ପର୍ଯ୍ୟଟନ ସ୍ଥଳୀ ହସ୍ପିଟାଲରେ ଅବ୍ୟବସ୍ଥାକୁ ପୁରୀ ସହର ବାସୀ କଡ଼ା ସମାଲୋଚନା କରିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More