ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ଘଟଣାରେ ଆରମ୍ଭ ହେଲା ଶୁଣାଣି ପ୍ରକ୍ରିୟା

39

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ପୁରୀ ନରେନ୍ଦ୍ର ପୁଷ୍କରିଣୀରେ ଭଉଁରୀ ଉତ୍ସବ ଦିନ ବାଣ ବିସ୍ଫୋରଣ ଘଟଣାରେ ଆରମ୍ଭ ହୋଇଛି ଶୁଣାଣି ପ୍ରକ୍ରିୟା।‌ ପୁରୀ ସ୍ବତନ୍ତ୍ର ସର୍କିଟ ହାଉସରେ ସ୍ବତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ ପିଡୀତ ପରିବାରଙ୍କର ଅଭିଯୋଗ ଏବଂ ମତାମତ ଗ୍ରହଣ କରିଛନ୍ତି। ସେହିପରି ସହରର ବୁଦ୍ଧିଜୀବୀ ମାନେ ମଧ୍ୟ ଏହି ଶୁଣାଣିରେ ଉପସ୍ଥିତ ରହି ନିଜର ମତାମତ ଏବଂ ଅଭିଯୋଗ ଦେଇଥିଲେ। ତେବେ ମୃତକଙ୍କ ପରିବାରକୁ ଅଧିକ କ୍ଷତିପୂରଣ ରାଶି, ଆହତ ମାନଙ୍କୁ ଉପଯୁକ୍ତ ଚିକିତ୍ସା ଏବଂ ଏହି ଘଟଣାରେ କର୍ତ୍ତବ୍ୟରେ ଅବହେଳା କରିଥିବା ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ପିଡୀତ ପରିବାର ଏବଂ ବୁଦ୍ଧିଜୀବୀ ମାନେ ଏସଆରସି ଙ୍କ ପାଖରେ ଦାବି ରଖିଥିଲେ।ପୁରୀ ବାଣ ବିସ୍ଫୋରଣ ଘଟଣାରେ ତଦନ୍ତ ଆରମ୍ଭ କରିଛନ୍ତି ଏସଆରସି ସତ୍ୟବ୍ରତ ସାହୁ। ଏନେଇ ଆଜି ପୁରୀ ସ୍ବତନ୍ତ୍ର ସର୍କିଟ ହାଉସ ଠାରେ ଏକ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ଅଭିଯୋଗ ଶୁଣାଣୀ ବୈଠକରେ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଏସପି ପିନାକ ମିଶ୍ର ଏବଂ ଭଉଁରୀ ଉତ୍ସବ ଦିନ ନରେନ୍ଦ୍ର ପୁଷ୍କରିଣୀରେ କର୍ତ୍ତବ୍ୟରେ ଥିବା ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ। ଏହି ବୈଠକରେ ମୃତାହତ ହୋଇଥିବା ପରିବାର ସଦସ୍ୟ ମାନେ ଉପସ୍ଥିତ ରହି ଘଟଣା ପ୍ରସଙ୍ଗରେ ନିଜର ମତାମତ ଦେବା ସହ ଅଭିଯୋଗ ଏବଂ ଅନେକ ଦାବି ଏସଆରସିଙ୍କ ନିକଟରେ ରଖିଥିଲେ। ବାଣ ବିସ୍ଫୋରଣରେ ପ୍ରାଣ ହରାଇଥିବା ପରିବାର ବର୍ଗଙ୍କୁ ପଚାଶ ଲକ୍ଷ ଟଙ୍କା କ୍ଷତିପୂରଣ, ଆହତ ମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ସହ ଉତ୍ତମ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ପିଡୀତଙ୍କ ପରିବାର ସଦସ୍ୟ ଦାବି ରଖିଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More