ପୁରୀ (ସଂଘର୍ଷ ମିଡିଆ) : – ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ବହୁ ସମୟ ଧରି ଅଟକି ରହି ବାଜିଲା ଡିଜେ, ରୋଗୀ ହନ୍ତସନ୍ତ l ଆଜି ଅପରାହ୍ନରେ ପାଣ୍ଡିଆନଙ୍କ ରୋଡ ଶୋ ରହିଥିଲା l ଏହି ରୋଡ ଶୋ ପୂର୍ବରୁ ମେଡିକାଲ ସମ୍ମୁଖ ବଡଦାଣ୍ଡରେ ଅଟକି ରହି ଡିଜେ ସାଉଣ୍ଡ ଅତ୍ୟଧିକ ସାଉଣ୍ଡ କରି ପ୍ରାୟ 30 ମିନିଟ ବାଜିଥିଲା l ମେ ଡିକାଲରେ ରୋଗୀ ମାନେ ହନ୍ତସନ୍ତ ହୋଇଥିବା ଜଣାଯାଇଛି l ମେଡିକାଲ, ସ୍କୁଲ ଆଦି ବିଭିନ୍ନ ସ୍ଥାନରେ ସାଉଣ୍ଡ ନବାଜିବା ପାଇଁ ନିର୍ଦେଶ ରହିଥିବା ବେଳେ ମେଡିକାଲ ସମ୍ମୁଖରେ କିପରି ବହୁ ସମୟ ଧରି ସାଉଣ୍ଡ ବାଜିଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି l