ପୁରୀ ଆର୍ଟିଓଙ୍କ ଅଚାନକ ଚଢ଼ାଉ, ୨ ଗୋଟି ବସ ଜବତ – ଆରଟିଓଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଦୁର୍ଘଟଣାରୁ ବର୍ତିଲେ ଯାତ୍ରୀ

76

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ପୁରୀ ଆର ଟି ଓ ଏଵଂ ଏ ଭିଆଇ ଜିଲ୍ଲାର ବିଭିନ୍ନ ଜାଗାରେ ଅଚାନକ ଚଢ଼ାଉ କରି ଅନେକ ଗାଡ଼ିକୁ ଚାଲାଣ କରିଥିବା ବେଳେ ଦ୍ରୁତ ଗତିରେ ଯାଉଥିବା ୨ ଗୋଟି ବସ OD O2 Y 5364 ନମ୍ବର ଓ OD O2 AP 5210 ନମ୍ବର ବସକୁ ସିଜ କରାଯାଇ ଅଫିସ୍ ରେ ଅଟକ ରଖା ଯାଇଛି l ଚେକିଙ୍ଗ ପରେ ଉଭୟ ବସର ୨ଜଣ ଯାକ ଚାଳକ ପ୍ରଚୁର ମଦ ପିଇ ଥିବାର ପୁରୀ ପରିବହନ ବିଭାଗ ପକ୍ଷରୁ କୁହାଯାଇଛି l ଏଥି ମଧ୍ୟରୁ ଗୋଟେ ବସ୍ କୁ ୨୦ ହଜାର ଟଙ୍କା ଫାଇନ ଓ ଅନ୍ୟ ବସକୁ ୧ ଲକ୍ଷ ୩୭ ହଜାର ୪୨୨ ଟଙ୍କା ଫାଇନ କରଯାଇଛି l ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଏସପି ପିନାକ ମିଶ୍ର ଙ୍କ ପରାମର୍ଶ କ୍ରମେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମ ରେ ଆର ଟି ଓ ରବିନ୍ ପଟ୍ଟନାୟକ ଏବଂ ଏମଭିଆଇଙ୍କ ସହିତ ସମସ୍ତ କର୍ମଚାରୀ ସାମିଲ ଥିଲେ l ଆଗକୁ ଜିଲ୍ଲାରେ ପରିବହନ ବିଭାଗ ଓ ପୋଲିସର ମିଳିତ ପ୍ରୟାସ ରେ ବିଭିନ୍ନ ଜାଗାରେ ଏଭଳି ଅଚାନକ ଚଢ଼ାଉ ଜାରି ରହିବ ବୋଲି ଶ୍ରୀ ପଟ୍ଟନାୟକ ମିଡ଼ିଆକୁ ସୁଚନା ଦେଇଥିବା ବେଳେ ଗାଡ଼ି ଚାଳକ ଏଣିକି ସଚେତନ ଓ ସାବଧାନ ହୋଇ ସଡ଼କ ସୁରକ୍ଷା ଆଇନ କୁ ମାନି ଚଳିବାକୁ ନିବେଦନ କରିଛନ୍ତି l ଯା ଦ୍ବାରା କି ଗାଡ଼ି ଚାଳକ ନିଜେ ସୁରକ୍ଷିତ ରହିବା ସହିତ ଅନ୍ୟ ମାନଙ୍କ ଧନ ଜୀବନ ସୁରକ୍ଷିତ ହେବ ବୋଲି କହିଥିଲେ l ବିଶେଷ କରି ପୁରୀ ଜିଲ୍ଲା ରେ ଦୁର୍ଘଟଣା ମୃତ୍ୟୁ ହାର ରୋକିବାକୁ ପ୍ରତ୍ୟେକ ମଦୁଆ ଗାଡ଼ି ଚାଳକ ଙ୍କ ପ୍ରତି କଡ଼ା ନଜର ରଖି ତାଙ୍କୁ ସାୱlର୍ଡ କରାଯିବ ବୋଲି ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି l ଆରଟିଓଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଉଭୟ ବସର ସବୁ ଯାତ୍ରୀ ବିପଦ ମୁକ୍ତ ଭାବେ ଓହ୍ଲାଇଥିବାରୁ ସହରର ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରଯାଇଛି l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More