ପୁରୀ(ସଂଘର୍ଷ ମିଡିଆ( : – ଆର ଟି ଓ ଶ୍ରୀ ରବୀନ ପଟନାୟକଙ୍କ ତତ୍ଵାବଧାନରେ ଏକ ମିଳିତ ଭାବରେ ଅର୍ଥାତ ଏକ୍ସସାଇଜ, ପୋଲିସ , ଆରଟିଓ ଓ ଏ ସମସ୍ତ ବିଭାଗ ର ଅଫିସର ମାନଙ୍କ ଦ୍ୱାରା ତଥା ଶ୍ରୀ ରାଜେଶ କୁମାର ମହାପାତ୍ର (ଏମଭିଆଇ ), ଶ୍ରୀ ଅମିତ କୁମାର ରଣl , (ଆସିଷ୍ଟାଣ୍ଟ ଏମଭିଆଇ), ଶ୍ରୀ ସୁଶାନ୍ତ କୁମାର ପାତ୍ର ( ଟ୍ରାଫିକ ଇନ୍ସପେକ୍ଟର ) ଏବଂ ଅନ୍ୟାନ୍ୟ ଏନ୍ ଫୋର୍ସମେଣ୍ଟ ଟିମଙ୍କୁ ନେଇ ସହରର ବିଭିନ୍ନ ଛକରେ ଅଚାନକ ଚଢ଼ାଉ ହୋଇଥିଲା.l ଏଥିରେ ବିଭିନ୍ନ ପ୍ରକାରର ମାମଲା ରୁଜୁ କରାଯାଇଥିଲା l ତଥା ବିନା ହେଲମେଟ 2 ଟି, ଦ୍ରୁତ ଗତି ପାଇଁ 25 ଟି,ମଦ୍ୟ ପାନ କରି ଗାଡି ଚଳାଇବା 11ଟି, ମୋବାଇଲ ବ୍ୟବହାର କରି ଗାଡି ଚଳାଇବା ରେ 2 ଟି, ଏବଂ ଅନ୍ୟାନ୍ୟ 5ଟି ମାମଲା ମଧ୍ୟ ରୁଜୁ କରାଯାଇଥିଲା I ସମୁଦାୟ କେଶ ବାବଦକୁ 5,08,318 ଟଙ୍କା ଜୋରିମାନା କରାଯାଇଥିଲା I ଏଥିରୁ 29,416 ଟଙ୍କା ମଧ୍ୟ ଆଦାୟ ହୋଇ ଥିଲା. I ଏଥିରେ ଉଲ୍ଲେଖ ଥାଉକି ଯେ ବିଭିନ୍ନ ପ୍ରକାରର କେଶ ବାବଦରେ ଗାଡିକୁ ଅଫିସ ପରିସର ମଧ୍ୟରେ ଅଟକ ରଖାଯାଇଛି.l ଶ୍ରୀ ପଟନାୟକଙ୍କ କହିବା ଅନୁସାରେ ଆଗାମୀ ଦିନ ମାନଙ୍କରେ ଏଭଳି ଭାବରେ ଚଢ଼ାଉ ଜାରି ରଖାଯିବ l ଏଣୁ ନାଗରିକ ମାନଙ୍କୁ ବିନୀତ ଅନୁରୋଧ କି ସଡକ ସୁରକ୍ଷାର ନିୟମ ମୁତାବକ ଗାଡି ଚଳାଇ ନିଜ ର ଜୀବନ ବଞ୍ଚାଇବା ସହିତ ଅନ୍ୟ ମାନଙ୍କ ଜୀବନ ସୁରକ୍ଷା କରି ପରିବା l