ପୁରୀରେ ଅଟୋ ବାଲା ଛାନିଆ- ପୁରୀ ଆଞ୍ଚଳିକ ପରିବହନ ଓ ପୋଲିସ ବିଭାଗ ପକ୍ଷରୁ ମିଳିତ ଚଢାଉ- ୫ ଅଟୋ ସିଜ୍

60

Get real time updates directly on you device, subscribe now.

ପୁରୀ (ସଂଘର୍ଷ ମିଡିଆ) : – ପୁରୀ ଜିଲ୍ଲାପାଳ ଶ୍ରୀ ସିଦ୍ଧାନ୍ତ ଶଙ୍କର ସ୍ୱାଇଁ ଓ ଏସପି ପିନାକୀ ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ଗତ କାଲି ସନ୍ଧ୍ୟାରେ ପୁରୀ ସହର ର ସି ବିଚ୍ ଅଞ୍ଚଳ ରେ ଆର ଟି ଓ ଏବଂ ପୋଲିସ ବିଭାଗ ପକ୍ଷ ରୁ ଅଟୋ ଯାନ ମାନଙ୍କ ଉପରେ ମିଳିତ ଚଢାଉ କରା ଯାଇ ଥିଲା l ଶତାଧିକ ଅଟୋ ଗୁଡ଼ିକୁ ଚେକିଙ୍ଗ କରାଯାଇଥିବା ବେଳେ ସେଥି ମଧ୍ୟରୁ ୫ ଗୋଟି ଅମାନିଆ ଅଟୋ ରିକ୍ସା ଚାଳକ ଙ୍କୁ ଅଟକ ରଖାଯାଇ ଅଟୋ ଗୁଡ଼ିକୁ ସିଜ୍ କରlଯାଇଛି l ଏବଂ ସେମାନଙ୍କ ଠାରୁ ବିଭିନ୍ନ କେଶ ରେ ସମୁଦାୟ ୭୬ ହଜାର ଟଙ୍କା ଫାଇନ କରାଯାଇ ଆଗକୁ ଗାଡ଼ି ମାନଙ୍କର ଅପଡେଟ ଲାଇସେନ୍ସ ସହିତ ପାର୍କିଂ ନିୟମ, ଚାଳକ ମୋବାଇଲ୍ ବ୍ୟବହାର ନ କରିବା, ନିର୍ଦ୍ଧାରିତ ଦର ଆକାର ରେ ଭଡ଼ା ନେବା, ଯାତ୍ରୀ ଓ ପର୍ଯ୍ୟଟକଙ୍କ ଉପରେ ଉତ୍ତମ ବ୍ୟବହାର ପ୍ରଦର୍ଶନ ଇତ୍ୟାଦି ନୀୟମ କୁ କଡ଼ା କଡ଼ି ଭlବେ ପାଳନ କରିବାକୁ ତାଗିଦ୍ କରିଥିଲେ l ଏ ନେଇ ସ୍ପେଶାଲ ସର୍କିଟ ହାଉସ ଠାରେ ଜିଲ୍ଲା ପ୍ରଶାସନର ଏକ ଗୁରୁତ୍ବ ପୂର୍ଣ୍ଣ ସଭା ଅନୁଷ୍ଟିତ ହୋଇ ଥିଲା l ପରିବହନ ଅଧିକାରୀ ରବିନ ପଟ୍ଟନାୟକ , ଟ୍ରାଫିକ ଥାନା ସି ବିଚ୍ ଉଭୟ ଥାନା ଭାରପ୍ରାପ୍ତ ଅଧିକାରୀ ଉଭୟ ବିଭାଗ ଅଧିକାରୀ ମାନେ ସାମିଲ୍ ରହି ଥିଲେ l ଆଗକୁ ଗାଡ଼ି କାଗଜ ପତ୍ର ଅପଡେଟ ନ ରଖିଲେ ଟ୍ରାଫିକ ନିୟମ ନ ମାନିଲେ ଅମାନିଆ ଅଟୋ ଚାଳକଙ୍କ ବିରୁଦ୍ଧରେ ଆର ଟି ଓ ଓ ପୋଲିସ୍ ବିଭାଗ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ତାଗିଦ କରିଛି l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More