ପୁନରୁଦ୍ଧାର ହେବ ଗଜପତି ମହାରାଜା ଦ୍ୱିତୀୟ ରାମଚନ୍ଦ୍ରଙ୍କ ସମାଧି ପୀଠ, ସ୍ମାରକୀ ପୀଠରେ ରହିବ ଐତିହାସିକ ତଥ୍ୟ

47

Get real time updates directly on you device, subscribe now.


ନରସିଂହପୁର(ସଂଘର୍ଷ ମିଡିଆ ) : ନରସିଂହପୁର ଇତିହାସରେ ଯୋଡ଼ି ହେଲା ଆଉ ଏକ ନୂତନ ଅଧ୍ୟାୟ ଗଜପତି ମହାରାଜା ଦ୍ୱିତୀୟ ରାମଚନ୍ଦ୍ରଙ୍କ ସାମଧି ପୀଠର ହେବ ପୁନରୁଦ୍ଧାର ଏବଂ ସ୍ମାରକୀ ପୀଠରେ ରହିବ ଐତିହାସିକ ତଥ୍ୟ ଏନେଇ ସମାଧି ପୀଠ ବୁଲି ଦେଖିବା ସହ ସମାଧି ପୀଠର ଆନୁଷ୍ଠାନିକ ଶିଳାନ୍ୟାସ ପରେ ବିଧାୟକ ଦେବୀ ପ୍ରସାଦ ମିଶ୍ର ଏବଂ ପ୍ରାକ୍ତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ। ସୂଚନା ରୁ ପ୍ରକାଶ ଯେ ତକି ଖାଁ ଭଉଣୀ ରେଜିଆ କୁ ଦ୍ୱିତୀୟ ରାମଚନ୍ଦ୍ର ବିବାହ କରି ବିଧର୍ମୀ ହୋଇ ଧର୍ମ ପରିବର୍ତ୍ତନ କରିବା ପରେ ରାଜା ଙ୍କୁ ଶ୍ରୀମନ୍ଦିର ବାଇଶି ପାହାଚ ବାରଣ ହୋଇଥିଲା ଗରୁଡ଼ ସ୍ତମ୍ବରୁ ଦର୍ଶନ କରିବା ପାଇଁ ପତିତପାବନ ମୂର୍ତ୍ତି ସ୍ଥାପନ ହୋଇଥିଲେ ମାତ୍ର ମନସ୍ତାପ ରେ ରହିବା ପରେ ବନ୍ଧୁ ରାଜ୍ୟ ନରସିଂହପୁର ରାଜ୍ୟକୁ ରାଜା ରାଣୀ ପଳାଇ ଆସିଥିଲେ। ତତ୍କାଳୀନ ରାଜା ମନ୍ଦରଧର ସେମାନଙ୍କୁ ସସମ୍ମାନେ ରାଜ୍ୟରେ ଆ ଶ୍ରୟ ଦେଇଥିଲେ। କିଛି ଦିନ ପରେ ରାଜାରାଣୀ ଙ୍କର ଦେହାନ୍ତ ପରେ ଉଭୟଙ୍କୁ ନରସିଂହପୁର ବ୍ଲକ ଘୋରାଡ଼ିଆ ମହାନଦୀ କୂଳରେ ଥିବା ପ୍ରସିଦ୍ଧ ସ୍ୱପ୍ନେଶ୍ୱର ପୀଠ ନିକଟରେ ଥିବା ମହାସ୍ମଶାନ ଘାଟ ରେ ତାଙ୍କୁ ସମାଧି ଦିଆଯାଇଥିଲା। ଏବଂ ସାମଧି ପୀଠରେ ସଞ୍ଜ ସଳିତା ଜାଳିବା ପାଇଁ କିଛି ବୈଷ୍ଣବ ପରିବାରକୁ ପାଞ୍ଚ ଏକର ଜମି ଦେଇଥିଲେ ସେମାନେ ସଞ୍ଜ ସଳିତା ଦେଉଥିଲେ ମାତ୍ର ବିଭିନ୍ନ ସମୟରେ ମହାନଦୀ ରେ ବନ୍ୟା ଆସିବା ଫଳରେ ସମାଧି ପୀଠ ନଷ୍ଟ ହେବା ସହିତ 1982 ମସିହା ପ୍ରଳୟଙ୍କରୀ ବନ୍ୟାରେ ଏହି ସମାଧି ପୀଠ ଟି ମହାନଦୀ ର ଭୁ ଗର୍ଭରେ ସମ୍ପୂର୍ଣ୍ଣ ଲୀନ ହୋଇ ଯାଇଥିଲା । ଏସମ୍ପକରେ ମାଦଳା ପାଞ୍ଜି ଏବଂ ଚକ୍ରଧର ମହାପାତ୍ରଙ୍କ ଇତିହାସର ଏକ ଅଜ୍ଞାତ ଅଧ୍ୟାୟରେ ଉଲ୍ଲେଖ ରହିବା ସହ ଏହାର ମଧ୍ୟ ଐତିହାସିକ ତଥ୍ୟ ରହିଛି। ଏନେଇ ବାରମ୍ବାର ପ୍ରକାଶ ପାଇବା ପରେ ନରସିଂହପୁର ବିଡ଼ିଓ ପ୍ରଦୀପ କୁମାର ସାହୁ ଘଟଣା ସ୍ଥଳ ପରିଦର୍ଶନ କରି ଏହାର ତଥ୍ୟ ଯୋଗାଡ଼ କରିବା ସହ ଏହାର ପୁନରୁଦ୍ଧାର ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏବଂ ଏହି ପୀଠର ପୁନରୁଦ୍ଧାର ପାଇଁ ପ୍ରଥମ ପର୍ଯ୍ୟାୟରେ 50 ହଜାର ଟଙ୍କା ମଞ୍ଜୁର କରିବା ସହ ପୀଠ କୁ ରାସ୍ତା ନିର୍ମାଣ କାର୍ଯ୍ୟ ମଧ୍ୟ ଆରମ୍ବ ହୋଇଯାଇଛି। ବିଧାୟକ ଦେବୀ ପ୍ରସାଦ ମିଶ୍ର, ପ୍ରସନ୍ନ ପାଟ୍ଟଶାଣୀ ବିଡ଼ିଓ ପ୍ରଦୀପ ସାହୁ।ପୂର୍ବରୁ ଦଶ ଏକର ଜମିରେ ଥିବା ଏହି ଅଞ୍ଚଳ ବର୍ତ୍ତମାନ ନଦୀ ଗର୍ଭରେ ଲୀନ ହୋଇ ଆଉ ଦୁଇ ଏକର ରହିଛି ଏହାର ଉନ୍ନତି କରଣ ସହିତ ପୁନରୁଦ୍ଧାର ହେବ ଐତିହାସିକ ସ୍ମାରକୀ ପୀଠ ଏବଂ ଏଥିରେ ରହିବ ଐତିହାସିକ ତଥ୍ୟ ଇତିହାସରେ ରୁଚି ରଖୁଥିବା ଲୋକ ଓ ପଯ୍ୟଟକଙ୍କ ଜାଣିବା ପାଇଁ ନରସିଂହପୁର ଇତିହାସରେ ଯୋଡି ହେବ ଆଉ ଏକ ନୂତନ ଅଧ୍ୟାୟ ବୋଲି ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଥିଲେ।ବିଡ଼ିଓ ପ୍ରଦିପ ସାହୁ ନରସିଂହପୁର ପାଇଁ ଆଉ ଏକ ଇତିହାସ ରଚିଲେ ବୋଲି ସାଧାରଣ ରେ ଚର୍ଚ୍ଚା ଜୋରରେ ଧରିଛି।ଯାହା ଦୀର୍ଘ ପଚାଶ। ବର୍ଷା ଭିତରେ ହୋଇ ପାରୀ ନ ଥିଲା ତାହା ଆଜି ହୋଇ ପାରିଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More