ପୁଣି ଭାଇରାଲ୍ ହେଲା ଶ୍ରୀମନ୍ଦିର ଭିତର ଫଟୋ

87

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ପୁଣି ଭାଇରାଲ୍ ହେଲା ଶ୍ରୀମନ୍ଦିର ଭିତର ଫଟୋ।‌ ଶ୍ରୀମନ୍ଦିର ଭିତରେ ସେଲ୍ ଫି ଉଠାଇଲେ ଭକ୍ତ। ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିବା ଦୁଇଜଣ ଭକ୍ତ ଶ୍ରୀମନ୍ଦିର ଭିତର ବେଢା଼ରେ ସେଲ୍ ଫି ଉଠାଇ ସୋସିଆଲ ମିଡିଆରେ ଭାଇରାଲ୍ କରିଛନ୍ତି। ତେବେ ଏହାକୁ ନେଇ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଉପରେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିବା ଏହି ଫଟୋ ପୋଲିସର ଢ଼ିଲା ସୁରକ୍ଷା ବ୍ୟବସ୍ଥାକୁ ପୁଣି ଥରେ ପ୍ରମାଣିତ କରିଛି। ଫଟୋ ଭାଇରାଲ୍ କରିଥିବା ଦୁଇଜଣ ଭକ୍ତ କେଉଁଠାର ଏବଂ ଶ୍ରୀମନ୍ଦିର ଭିତରକୁ ମୋବାଇଲ୍ ଫୋନ୍ କିଭଳି ନେଲେ ତାହା ସ୍ପଷ୍ଟ ହୋଇନାହିଁ। ଶ୍ରୀମନ୍ଦିର ଚାରି ଦ୍ବାରରେ ମାଳ ମାଳ ପୋଲିସ ଅଧିକାରୀ ଓ କର୍ମଚାରୀ ୨୪ ଘଣ୍ଟା ଡ୍ୟୁଟି କରୁଛନ୍ତି। କଡ଼ା ସୁରକ୍ଷା ସତ୍ତ୍ୱେ ଶ୍ରୀମନ୍ଦିର ଭିତରକୁ ଭକ୍ତ ମାନେ ମୋବାଇଲ୍ ଫୋନ୍ ନେଇ ଫଟୋ ଉଠାଇବା ସହ ସୋସିଆଲ ମିଡିଆରେ ଭାଇରାଲ୍ କରୁଛନ୍ତି। ତେବେ ପୋଲିସ ତୁରନ୍ତ ଘଟଣାର ତଦନ୍ତ କରିବା ସହ ଫଟୋ ଭାଇରାଲ୍ କରିଥିବା ବ୍ୟକ୍ତିଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ଭକ୍ତ ମହଲରେ ଦାବି ହୋଇଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More