ପାରାଦୀପ (ସଂଘର୍ଷ ମିଡିଆ ) : ପିପିଏଲ ସାର କାରଖାନାର ବ୍ୟାଗିଂ ସାଇଟରେ ନୂତନ ୧୫୫ ଜଣ ଶ୍ରମିକ ନିଯୁକ୍ତିକୁ ନେଇ ବିବାଦ ଦେଖାଦେଇଛି। ଏହି ଘଟଣାକୁ ନେଇ ଗତ ୫ ଦିନ ହେଲା ଧାରାଣା ଦେଇଛନ୍ତି ପୁରୁଣା ଶ୍ରମିକ, କିନ୍ତୁ ବ୍ୟାଗିଂ ସାଇଟ୍ ରେ ନୂଆ ଶ୍ରମିକଙ୍କୁ ନେଇ କାର୍ଯ୍ୟ ଚାଲୁ ରହିଥିବା ବେଳେ ପୁରୁଣା ଶ୍ରମିକ ମାନେ କାର୍ଯ୍ୟକୁ ବନ୍ଦ କରି ଧାରଣାରେ ବସି ରହିଛନ୍ତି। ସେମାନଙ୍କର ଅଭିଯୋଗ ଯେ ପୁରୁଣା ଶ୍ରମିକ ମାନେ ପ୍ରଥମେ କାମ କରିବା ପରେ ବଳକା ହେଲେ ଅନ୍ୟ ମାନଙ୍କୁ କାମରେ ନିୟୋଜିତ କରାଯିବ, ନଚେତ୍ ଏହି ଧାରଣା ଜାରୀ ରହିବ। ହେଲେ ନୂତନ ଭାବେ କାର୍ଯ୍ୟ ପାଇଥିବା ଠିକାଦାର ସମସ୍ତ ନୂଆ ପୁରୁଣାଙ୍କୁ ନେଇ କାର୍ଯ୍ୟ କରିବା ପାଇଁ କମ୍ପାନୀ ପକ୍ଷରୁ କୁହାଯାଇ ଥିବା ବେଳେ ପୁରୁଣା ଶ୍ରମିକ ମାନେ ରାଜି ନହୋଇ ଏବେ ଧାରଣାରେ ବସିଛନ୍ତି। ଅନ୍ୟପଟେ ସମସ୍ତେ ମିଶି କାର୍ଯ୍ୟ କରିବା ପାଇଁ ପିପିଏଲ୍ କମ୍ପାନୀ କର୍ତ୍ତୃପକ୍ଷ ସମସ୍ତଙ୍କୁ ନିବେଦନ କରିଥିବା ବେଳେ ପୁରୁଣା ଶ୍ରମିକମାନେ ସେମାନଙ୍କର ଜିଦରେ ଅଟଳ ରହିଛନ୍ତି।