ଗଜପତି(ସଂଘର୍ଷ ମିଡିଆ) : – ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ପୋୖର ପରିଷଦ ହେଉଛି ରାଜ୍ୟର ଦ୍ୱିତୀୟ ସର୍ବ ପୁରାତନ ପୋୖର ପରିଷଦ।ପୋୖର ପରିଷଦରେ ରହିଛି ବହୁ ସମସ୍ୟା ସେଥି ମଧ୍ୟରୁ ଦୁଇ ଚକିଆ ଯାନ ପାର୍କିଙ୍ଗ ବ୍ୟବସ୍ଥା ହେଉଛି ମୁଖ୍ୟ।ପୋୖର ପରିଷଦ ପକ୍ଷରୁ ଟେଣ୍ଡର ହେଉଛି ଓ ଟିକସ ଆଦାୟ ହେଉଛି ହେଲେ କିଛି ସୁବ୍ୟବସ୍ଥା ହୋଇ ପାରୁ ନାହିଁ।ମୁଖ୍ୟ ବଜାରକୁ ଯିବା ସମୟରେ ଗାଡି ଗୁଡିକ ମଝି ରାସ୍ତାରେ ରଖୁ ଥିବାରୁ ଯାତାୟାତରେ ଜନସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଟ୍ରାଫିକ ସମସ୍ୟା ଉପୁଜୁଛି।ପୋୖର ପରିଷଦ ସବୁ ଜାଣି ନିଦା ବିଷ୍ଣୁ ପାଲଟିଛି।ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଲେ ଜନସାଧାରଣ ଉପକୃତ ହୋଇପାରିବେ ବୋଲି ସାଧାରଣରେ ଦାବୀ ହେଉଛି। ଗଜପତିରୁ ବିବେକାନନ୍ଦ ବେହେରା ।