ପାରାଦୀପ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ

40

Get real time updates directly on you device, subscribe now.

ପାରାଦୀପ (ସଂଘର୍ଷ ମିଡିଆ ) : ପାରାଦୀପ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ‘ପାରାଦୀପ ଏରସମା ଶିଳ୍ପାଞ୍ଚଳ ବିକାଶ ପରିଷଦ’ ପକ୍ଷରୁ ୬ଟି ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ ହୋଇଛି। ଏହି ଆମ୍ବୁଲାନ୍ସ ସେବା କୁ ପାରାଦୀପ ମଧୁବନ ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ବିକାଶ ପରିଷଦ ର ସଭାପତି ବାପି ସର୍ଖେଲ ନଡ଼ିଆ ବାଡେଇ ଉଦଘାଟନ କରିଥିଲେ। ଏହି ଆମ୍ବୁଲାନ୍ସ ସେବା ପାରାଦୀପ, କୁଜଙ୍ଗ, ରାହାମା, ତିର୍ତୋଲ ଓ ଏରସମା ଅଞ୍ଚଳର ଲୋକମାନଙ୍କୁ ନିଶୁଳ୍କରେ ସେବା ଯୋଗାଇ ଦେବ। ତେବେ ଏଥିପାଇଁ ଏକ ଟୋଲଫ୍ରି କଣ୍ଟ୍ରୋଲରୁମ୍ ଖୋଲାଯାଇଛି। ତେବେ ଏହି ଟୋଲ୍ ଫ୍ରି ନଂ -9556959684, ଓ 9937138624 ରେ ଯୋଗାଯୋଗ କଲେ ଏହି ସେବା ଯୋଗାଇ ଦିଆଯିବ ବୋଲି ପରିଷଦ ର ସଭାପତି କହିଛନ୍ତି। କୋରୋନା ମହାମାରୀ ର ୨ୟ ଲହର ଏବେ ସାରା ଦେଶରେ ବ୍ୟାପୁଥିବା ବେଳେ ଏବେ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ କୋରୋନା ସଂକ୍ରମଣ କୁ ରୋକିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ଜାରି ରଖିଛନ୍ତି । ସେହିଭଳି ଭାବେ ପାରାଦୀପ ବନ୍ଦର ଏକ ଶିଳ୍ପାଞ୍ଚଳ ହୋଇଥିବାରୁ କୋରୋନାର ଭୟବହତାକୁ ଦୃଷ୍ଟିରେ ରଖି ପାରାଦୀପ-ଏରସମା ଶିଳ୍ପାଞ୍ଚଳ ବିକାଶ ପରିଷଦ ପକ୍ଷରୁ ସର୍ବ ସାଧାରଣ ମାନଙ୍କ ପାଇଁ ଏହି ୬ଟି ଆମ୍ବୁଲାନ୍ସ ସେବା ଆରମ୍ଭ ହୋଇଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More