ଗଜପତି(ସଂଘର୍ଷ ମିଡିଆ) : – ପାରଳାଖେମୁଣ୍ଡି ସହରରେ ଦିନକୁ ଦିନ ମାଛ ମାଂସ ଦୋକାନ ଛତୁ ଫୁଟିଲା ଭଳି ଗଢି ଉଠିଛି,ପାରଳା ପୌର ପରିଷଦ ଟିକସ ଆଦାୟରେ ବାଉଳା, ଲଗାମ ଛଡ଼। କରିଛି ପୌର,ପରିସଦ ଅଙ୍କୁଶ ଲାଗିବ କେବେ?ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଦିନକୁ ଦିନ ମାଛ ମାଂସ ଦୋକାନ ଛତୁ ଫୁଟିଲା ଭଳି ଗଡି ଉଠିଛି।ଏଥି ପ୍ରତି ପୌର ପରିଷଦର ଅଙ୍କୁଶ ନାହିଁ କେବଳ ଟିକସ ଆଦାୟ କରିବାରେ ବାଉଳ। ସହରର ବିଭିନ୍ନ ଛକ ସାହି ଗଳି ରାସ୍ତା କଡରେ ଖୋଲା ଏହି ସବୁ ମାଛ ମାଂସ ବିକ୍ରି ଦୋକାନ। ଯାହା ଫଳରେ ଅପରିଷ୍କାର ଦୂଷିତ ହେବା ସାଙ୍ଗକୁ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ବଜାର ମଧ୍ୟରେ ମାଛ ମାଂସ ଦୋକାନ ଥାଇ ମଧ୍ୟ ରାସ୍ତା କଡରେ ଛତୁ ଫୁଟିଲା ଭଳି ମାଛ ମାଂସ ଦୋକାନ ଗଢି ଉଠିଛିରାସ୍ତା କଡରେ ଛେଳି ମାରି ଟାଙ୍ଗିବ। ଦ୍ୱାରା ରାସ୍ତରେ ଯାଉ ଥିବା କୋମଳ ମତି ଶିଶୁଙ୍କ ଉପରେ ବା କୋମଳ ମତି ଛାତ୍ରଛାତ୍ରୀଙ୍କ ଉପରେ ଓ ସମାଜରେ ଏହାର କଣ ପ୍ରଭାବ ପଡ଼ିବ ପୌର ପରିଷଦ ଚିନ୍ତା କରିବା କଥା ପୋୖର ପରିଷଦ କେବଳ ଟିକସ ଆଦାୟ କରିବାରେ ବଉଳ। ଗଜପତି ଷ୍ଟାଡିୟମ ଠାରୁ ଆରମ୍ଭ କରି ସହରର ବିଭିନ୍ନ ଛକ ସାହିରେ ଦିନକୁ ଦିନ ଗଡି ଉଠୁଛି।ସହରର ଗୋଟିଏ ସ୍ଥାନରେ ମାଛ ମାଂସ ବିକ୍ରୀ ବଟ। କରିଲେ ଟ୍ରାଫିକ ସମସ୍ୟା ଦୂର ହେବା ସହ ପରିବେଶ ପରିଷ୍କାର ପରିଛନ୍ନତା ରହି ପାରିଥାନ୍ତ। ବୋଲି ସାଧାରଣରେ ମତ ପ୍ରକାଶ ପାଉଛି ।