ଗଜପତି(ସଂଘର୍ଷ ମିଡିଆ) : – ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଜି ହଠାତ୍ ସନ୍ଧ୍ୟା ସାତଟା ବେଳେ ପାରଳାଖେମୁଣ୍ଡି ବିଧାୟକ ଶ୍ରୀ ରୂପେଶ ପାଣିଗ୍ରାହୀ ଗସ୍ତ କରି ଚିକିତ୍ସାଳୟ ର ବ୍ୟବସ୍ଥା ଆଦି ବୁଝିଥିଲେ। ଏଥି ସହ ଚିକିତ୍ସିତ ହେଉଥିବା ରୋଗୀଙ୍କ ସହ ଆଲୋଚନା କରି ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝି ସେମାନଙ୍କୁ ସଠିକ ଚିକିତ୍ସା ଯୋଗାଇ ଦେବା ପାଇଁ ଚିକିତ୍ସାକ ମାନଙ୍କୁ କହିଥିଲେ। ଏହି ଅବସରରେ ବିଶେଷ କରି କାଶୀନଗର ବ୍ଲକ ଅନ୍ତର୍ଗତ ଖାରଡ଼ା ଗ୍ରାମରେ ଟ୍ରାକ୍ଟର ଦୁର୍ଘଟଣାର ଶିକାର ହୋଇ ଚିକିତ୍ସିତ ହେଉଥିବା ରୋଗୀଙ୍କ ସହ ଭେଟି ଆରୋଗ୍ୟ କାମନା କରିଥିଲେ। ଏହି ପରି ପ୍ରେକ୍ଷୀରେ ଚିକିତ୍ସାଳୟର ଅଧିକାରୀଙ୍କ ସହ ଆଲୋଚନା କରି ଚିକିତ୍ସାଳୟ ର ବ୍ୟବସ୍ଥା ଏବଂ ସମସ୍ୟାକୁ ନେଇ କଥା ହେବା ସହ ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ।