ପାରଳାଖେମୁଣ୍ଡି ବିଧାନସଭା ଆସନ ଭୋଟ୍ ଗଣନା ପାଇଁ ରିଟର୍ଣ୍ଣିଂ ଅଫିସରଙ୍କ ବୈଠକ

25

Get real time updates directly on you device, subscribe now.

ଗଜପତି(ସଂଘର୍ଷ ମିଡିଆ) : – ଗଜପତି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜୁନ 4 ତାରିଖରେ ହେବାକୁ ଥିବା ମତଗଣନାକୁ ନେଇ ବିଭିନ୍ନ ପାର୍ଥିଙ୍କ କାଉଣ୍ଟିଂ ଓ ଜେନେରାଲ ଏଜେଣ୍ଟଙ୍କ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ପାରଳାଖେମୁଣ୍ଡି ବିଧାନସଭା ଆସନର ମତଗଣନା ସକାଶେ ରିଟର୍ଣ୍ଣିଂ ଅଫିସର ଉପ ଜିଲ୍ଲାପାଳ ଅନୁପ ପଣ୍ଡାଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିଲା। ଏଥିରେ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରୁ ପାର୍ଥି ହୋଇଥିବା ବିଭିନ୍ନ ରାଜନୈତିକ ଦଳ ପାର୍ଥିଙ୍କ ସମେତ ସ୍ୱାଧୀନ ପାର୍ଥି ଓ ସେମାନଙ୍କର ଏଜେଣ୍ଟ ଉପସ୍ଥିତଥିଲେ।ଜୁନ 4 ତାରିଖରେ ହେବାକୁ ଥିବା ମତଗଣନା ନିମନ୍ତେ ନିର୍ବାଚନ କମିଶନରଙ୍କ ତରଫରୁ ଜାରି କରାଯାଇଥିବା ବିଭିନ୍ନ ମାର୍ଗଦର୍ଶିକା ବିଷୟରେ ଉପସ୍ଥିତ ପାର୍ଥି ଏବଂ ସେମାନଙ୍କ ଏଜେଣ୍ଟଙ୍କୁ ବିସ୍ତୃତ ଭାବେ ଅବଗତ କରାଯାଇଥିଲା।ଏହି ଗୁରୁତ୍ୱ ପୂର୍ଣ୍ଣ ବୈଠକରେ ବିଜେଡି ପାର୍ଥି ଇଂ ରୂପେଶ କୁମାର ପାଣିଗ୍ରାହୀ, ଅଲ ଇଣ୍ଡିଆ ଫରୱାର୍ଡ ବ୍ଳକ ପାର୍ଥି ପି ମୁରଲୀ କ୍ରୀଷ୍ଣ।, ବିଜେପି ପାର୍ଥିଙ୍କ ଜେନେରାଲ ଏଜେଣ୍ଟ ଏମ୍ ପୃଥ୍ବୀରାଜ,କଂଗ୍ରେସ ପାର୍ଥିଙ୍କ ଜେନେରାଲ ଏଜେଣ୍ଟ ବସନ୍ତ କୁମାର ପଣ୍ଡାଙ୍କ ସମେତ ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟର ଅଧିକାରୀ ଉପସ୍ଥିତ ଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More