ଗଜପତି ( ସଂଘର୍ଷ ମିଡିଆ ) : ଗଞ୍ଜାମ ଜିଲା ପାରଳାଖେମୁଣ୍ଡିରେ ଥିବା ୪ଟି ସିନେମା ହଲ୍କୁ ଜିଲା ପ୍ରଶାସନ ସିଲ୍ କରିଦେଇଛି। କୋଭିଡ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ପ୍ରଶାସନ ଏହି ସିନେମା ହଲଗୁଡ଼ିକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସିଲ୍ କରିଛି। ଏହି ସିନେମା ହଲ୍ ହେଉଛି ଜୟ ମା’ ଓ ଲକ୍ଷ୍ମୀ, ନଟରାଜ ଓ କ୍ରିଷ୍ଣା ସିନେମା ହଲ୍। ପ୍ରଶାସନ ପକ୍ଷରୁ ସିନେମା ହଲ୍ଗୁଡ଼ିକୁ ୫ ହଜାର ଟଙ୍କା ଲେଖାଏ ଜରିମାନା କରିଛି।