ପାଣି ପାଇଁ ରାସ୍ତାରୋକ କଲେ ଗ୍ରାମବାସୀ

14

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : – – ପାଣି ପାଇଁ ରାସ୍ତାରୋକ । ନବରଙ୍ଗପୁର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଦେଉଳା ଗ୍ରାମରେ ପିଇବା ପାଣି ଅଭାବକୁ ନେଇ ତାତିଲେ ଗ୍ରାମବାସୀ । ପ୍ରତିବାଦ ରେ ଦେଉଳା ଗ୍ରାମରେ ହାଣ୍ଡି, ଗରା, ଡେକଚି ରଖି ରାସ୍ତା ଅବରୋଧ କରିଛନ୍ତି ଗ୍ରାମର ମହିଳା ମାନେ । ଫଳରେ ଉକ୍ତ ରାସ୍ତା ଦେଇ ନବରଙ୍ଗପୁର ଠାରୁ କୋଷାଗୁମୁଡା ବ୍ଲକକୁ ଯୋଗାଯୋଗ ବିଛିନ୍ନ । ପ୍ରାୟ ଦୁଇ ହଜାର ବିଶିଷ୍ଟ ରହୁଥିବା ଦେଉଳା ଗ୍ରାମରେ ୨୨ଟି ନଳକୂପ ରହିଛି । ତେବେ ଦୀର୍ଘ ଦିନ ଧରି ସେଥିମଧ୍ୟରୁ ୧୦ଟି ନଳକୂପ ଅଚଳ ହୋଇପଡିଛି । ଅନ୍ୟ କିଛି ନଳକୂପ ରେ ଗୋଳିଆ ପାଣି ବାହାରୁଛି । ଏହାସହ ଗ୍ରାମରେ ରହିଥିବା ପାନୀୟ ଜଳ ପ୍ରକଳ୍ପ ରୁ ଦୀର୍ଘ ମାସେ ହେବ ଅଚଳ ହୋଇଥିଲା, ମରାମତି କରି ଆଣିବା ପରେ ମଧ୍ୟ ଗତ ତିନି ଦିନ ଧରି ତାହା ଖରାପ ହୋଇ ପାନୀୟ ଜଳ ଯୋଗାଣ ବନ୍ଦ ହୋଇଯାଇଛି । ଯାହାଫଳରେ ଗ୍ରାମରେ ଥିବା ଅନ୍ୟ ନଳକୂପ ମାନଙ୍କରେ ଭିଡ଼ ଜମିବା ସହ ଘଣ୍ଟା ଘଣ୍ଟା ଧରି ଲାଇନ ଲାଗୁଛି । ଯାହାଫଳରେ ଉତ୍ୟକ୍ତ ଗ୍ରାମବାସୀ ପ୍ରତିବାଦକୁ ଓହ୍ଲାଇ ରାସ୍ତା ଅବରୋଧ କରିଛନ୍ତି । ଫଳରେ ଉକ୍ତ ରାସ୍ତା ଦେଇ ନବରଙ୍ଗପୁର ଠାରୁ କୋଷାଗୁମୁଡା ବ୍ଲକକୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି । ପାନୀୟ ଜଳ ସମସ୍ୟାର ସ୍ଥାୟୀ ସମାଧାନ ନହେବା ଯାଏଁ ରାସ୍ତାରୋକରୁ ହଟିବେ ନାହିଁ ବୋଲି କହିଛନ୍ତି ସମ୍ପୃକ୍ତ ଗ୍ରାମବାସୀ । ଅନ୍ୟ ପକ୍ଷରେ ଏ ସମ୍ବନ୍ଧରେ ବିଭାଗୀୟ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More