ପାଞ୍ଚଟି ଟ୍ରେଡ ୟୁନିଅନ ଏକତ୍ର ହୋଇ TPNODL WORKERS EMPLOYEES UNITED FORUM ଗଠିତ

37

Get real time updates directly on you device, subscribe now.

ବାଲେଶ୍ଵର(ସଂଘର୍ଷ ମିଡିଆ) : – ଗତକାଲି ଟିପିଏନଓଡ଼ିଏଲ (TPNODL) ଜୋନରେ କାର୍ଯ୍ୟରତ ପାଞ୍ଚଟି ସଂଗଠନ ଯଥା ପାୱାର ଏମ୍ପୋଇଜ ୟୁନିଅନ, କେନ୍ଦୁଝର ଜିଲ୍ଲା ବିଦ୍ୟୁତ କର୍ମଚାରୀ ସଂଘ, ଓଡିଶା ପାୱାର ସେକ୍ଟର ଟେକ୍ନିକାଲ ଏମ୍ପଇଜ ୟୁନିଅନ, କଳିଙ୍ଗ ବିଦ୍ୟୁତ କର୍ମଚାରୀ ସଂଘ, ଅଲ ଓଡିଶା ମିଟର ରିଡର ଆସୋସେସନ ସମୂହ ଏକତ୍ରିତ ହୋଇ ଏକ ନୂତନ ଫୋରମ ଗଠନ କରାଯାଇଛି, ଏନେଇ ବାଲେଶ୍ୱର ଷ୍ଟେସନ କ୍ଲବରେ ପାଞ୍ଚୋଟି ସଂଗଠନର ସାଧାରଣ ସମ୍ପାଦକ, ଶ୍ରୀ ଜ୍ୟୋତିକୃଷ୍ଣ ବେହେରା, ଶ୍ରୀ ରାଜେଶ କୁମାର ଦାଶ, ଶ୍ରୀ ପ୍ରଭାତ କୁମାର ଦାସ, ଶ୍ରୀ ଦୀପକ କୁମାର ବାରିକ, ତପନ କୁମାର ଅଗସ୍ତି ଆଲୋଚନା କରି ଆଗାମୀ ଦିନରେ କିପରି ଟାଟା ପୱାର ର ଶ୍ରମିକ ମାରଣ ନୀତି ବିଭିନ୍ନ ସମୟରେ ବିଭିନ୍ନ ଆଳ ଦେଖେଇ ବିଦ୍ୟୁତ ଉପଭୋକ୍ତାଙ୍କୁ ଶୋଷଣ କୁ ବିରୋଧ କରାଯଇପାରିବ ସେଥିପାଇଁ ସମସ୍ତେ ଏକାଠି ହୋଉ ଲଢ଼ିବାକୁ ଏକ ନୂଆ ଫୋରମ ଗଠନ କରାଯାଇଛି, ସଭାରେ ଶ୍ରୀ ସୁରେଶ ଚନ୍ଦ୍ର ବେହେରା ଏବଂ ଜଗଦୀଶ ବେହେରା ଙ୍କୁ ନୂଆ ଫୋରମ ର ସଭାପତି ଏବଂ ଜ୍ୟୋତିକୃଷ୍ଣ ବେହେରା ଙ୍କୁ କଂଭେନର ଦାୟିତ୍ୱ ଦିଆଯାଇଛି, ଆଗାମୀ ଦିନରେ ସମସ୍ତେ ଏକାଠି ହୋଇ ଲଢ଼ିବାକୁ ସମସ୍ତ ୟୁନିଅନ ର ଏକଜୁକେଟିଭ ସଦସ୍ୟ ସଂକଳ୍ପ ନେଇଛନ୍ତି, ଉକ୍ତ ସଭାରେ ସୁରେନ୍ଦ୍ର କୁମାର ପାଣିଗ୍ରାହୀ, ଅକ୍ଷୟ ବେହେରା, ଶ୍ରୀକାନ୍ତ ବେହେରା, ତପନ ବେହେରା, ସନ୍ତୋଷ ପୁହାଣଙ୍କ ସହ ଶତାଧିକ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More