ପାଖେଇ ଆସୁଛି ପ୍ରସିଦ୍ଧ ଚନ୍ଦନ ଯାତ୍ରା

44

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ପାଖେଇ ଆସୁଛି ପ୍ରସିଦ୍ଧ ଚନ୍ଦନ ଯାତ୍ରା। ଆସନ୍ତା ମେ 10 ତାରିଖ ଅକ୍ଷୟ ତୃତୀୟାରୁ ଆରଂଭ ହେବ ମହାପ୍ରଭୁଙ୍କ ପ୍ରସିଦ୍ଧ ଚନ୍ଦନ ଯାତ୍ରା। ଏଥି ପାଇଁ ପ୍ରସ୍ତୁତି ଆଗେଇ ଚାଲିଚି। ତେବେ ନରେନ୍ଦ୍ରକୁ ଆସୁଥିବ ଭକ୍ତଙ୍କୁ ସ୍ଵାଗତ କରିବେ ନୂତନ ଭାବେ ନିର୍ମିତ ହେଇଥିବା ନନ୍ଦା, ଭଦ୍ରା ପ୍ରତୀକାତ୍ମକ ତୋରଣ।ଚନ୍ଦନଯାତ୍ରାରେ ନରେନ୍ଦ୍ରରେ ମହାପ୍ରଭୁଙ୍କଚାପଖେଳ ଦେଖିବା ପାଇଁ ଆସୁଥିବା ଭକ୍ତତୋରଣରେ ନନ୍ଦା ଭଦ୍ରା ନୌକାର ପ୍ରତିରୂପ ଦେଖିବାକୁ ପାଇବେ। ନରେନ୍ଦ୍ରରେ ମହାପ୍ରଭୁଜଳକ୍ରୀଡ଼ା କରିବାର କଥାବସ୍ତୁ ତୋରଣରେ ଶୋଭା ପାଇବା ଏନେଇକାରିଗର ତୋରଣରେ ଦୁଇଟି ହଂସ ନାବପ୍ରସ୍ତୁତ କରିଛନ୍ତି। ଜଳକ୍ରୀଡ଼ା ବେଳେ ମହାପ୍ରଭୁ ଯେପରି ବିମାନରେ ଡଙ୍ଗା ଉପରେ ବସି ନରେନ୍ଦ୍ର ଜଳ ମଧ୍ୟରେ ପ୍ରଦକ୍ଷଣ କରନ୍ତି, ଠିକ୍ସେଇ ଆକୃତିର ବିମାନଡଙ୍ଗା ଉପରେ ପ୍ରସ୍ତୁତ କରାଯାଉଛି। ଚନ୍ଦନଯାତ୍ରା ଆଉ ମାତ୍ର 3 ଦିନ ଥିବା ବେଳେ ଏହି ଅବଧି ମଧ୍ୟରେ ସାରିବା ଲକ୍ଷ୍ୟ ନେଇ ତ୍ବରିତ ବେଗରେ କାମ ଚାଲିଛି।ମହାପ୍ରଭୁଙ୍କ ଏହି ନୀତି , କଥା ବସ୍ତୁ କୁଦୂରଦୂରାନ୍ତରେ ଆସୁଥିବା ଭକ୍ତମାନେ ପ ଏଥର ଆସିଲେ ଏକ ନୂଆ ଅନୁଭବ ନେଇ ଫେରିବେ। ତୋରଣଉପରେ ହଂସନାବ ପ୍ରସ୍ତୁତ ସରିଛି।ପୁଷ୍କରିଣୀ ଚତୁଃପାର୍ଶ୍ବରେ ପ୍ୟାନେଲ୍ ଓ ଡିଜାଇନ୍ କାମ ଶେଷପର୍ଯ୍ୟାୟରେ ପହଞ୍ଚିଛି। ୨୮୨ଟି ପ୍ୟାନେଲ୍‌ରେ ମହାପ୍ରଭୁଙ୍କଶ୍ରୀ ମନ୍ଦିର, ରଥଯାତ୍ରା, ମନ୍ଦିର ତୋଳା, ଝୁଲଣଯାତ୍ରା,ପର୍ବପର୍ବାଣୀ, ୩୨ ବେଶ, ଦଶାବତାର, ମନ୍ଦିର ଭିତରରନୀତିକାନ୍ତି, ମହାପ୍ରସାଦ ପ୍ରସ୍ତୁତି, ଶ୍ରୀକ୍ଷେତ୍ରର ସାହିଯାତ,ନରେନ୍ଦ୍ର ପୁଷ୍କରିଣୀ ଖନନର କଥାବସ୍ତୁ ପାଚେରି ଗାତ୍ରରେଦେଖିବାକୁ ପାଇବେ ତୀର୍ଥଯାତ୍ରୀ ଓ ପର୍ଯ୍ୟଟକ। ପରିକ୍ରମାକରିବା ବେଳେ ଯେପରି କେହି ପୁଷ୍କରିଣୀ ମଧ୍ୟକୁ ଖସିନପଡ଼େ ସେନେଇ ଲୁହାର ବାଡ଼ ଦିଆଯାଇଛି। ଚନ୍ଦନଘରଉପରେ ଉଠିଥିବା ଗଛଗୁଡ଼ିକୁ ପରିଷ୍କାର କରାଯିବା ପରେଏହା ଉପରେ ରଙ୍ଗ ଧଉଳା କରାଯାଇଛି। ଚତୁଃପାର୍ଶ୍ଵରଙ୍ଗକାର୍ଯ୍ୟ ମଧ୍ୟ ଶେଷ ହୋଇଛି। ଏହା ବ୍ୟତୀତ ନନ୍ଦାଭଦ୍ରା ନୌକାର ମରାମତି କାର୍ଯ୍ୟ ଶେଷ ହୋଇଚି। ଭୋଇ ସର୍ଦ୍ଦାରରବି ଭୋଇଙ୍କ କହିବା ମୁତାବକ, ନନ୍ଦା, ଭଦ୍ରା ନୌକାନରେନ୍ଦ୍ର ଜଳରୁ ଉଠାଯିବା ପରେ ମଙ୍ଗଳାଯୋଡ଼ିରୁ ଡଙ୍ଗାକାରିଗର ଆସି ମରାମତି କାର୍ଯ୍ୟ କରିଛନ୍ତି। ରାଳବୋଳାକାର୍ଯ୍ୟ ଶେଷ ହେବା ପରେ ପୁଣି ଡଙ୍ଗା ପାଣିକୁ ଓହ୍ଲାଇବ।ଏହାପରେ ୧୦ ମହାରଣା ଓ ୧୦ ଜଣ ଭୋଇସେବକଡଙ୍ଗାରେ ବିମାନ ଯିବା ପାଇଁ ଆନୁଷଙ୍ଗିକ କାମ କରିବେ।ଚନ୍ଦନଘର ବାହାର ପାର୍ଶ୍ଵରେ ଚିତ୍ରକରଙ୍କ ଦ୍ଵାରା ବିଭିନ୍ନଚିତ୍ରରେ ସୁସଜ୍ଜିତ କରାଯାଉଛି। ନରେନ୍ଦ୍ର ପୁଷ୍କରିଣୀରେଚାପ ଡଙ୍ଗାରେ ରଙ୍ଗବୋଳା ଚାଲିଥିବା ବେଳେ ଚକଡ଼ା ଓମଣ୍ଡପରେ ଛାମୁଣ୍ଡିଆ କରାଯାଇଛି | ପୁଷ୍କରିଣୀ ମଧ୍ୟରେ ଭାରାବନ୍ଧା କାର୍ଯ୍ୟ ଚାଲିଛି | ଚନ୍ଦନଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନକାର୍ଯ୍ୟାଳୟରେ ଦରଜି ସେବକଙ୍କ ଦ୍ବାରା ଚାପଡଙ୍ଗାର କନାକାର୍ଯ୍ୟ ଚାଲିଛି। ଦରଜି ସେବକ ଚାପଡଙ୍ଗା ପାଇଁ ମୃଦଙ୍ଗତକିଆ, ଶେଜ, ମାଣ୍ଡି, ପାଲିଙ୍କି ଚାଳି, ଚାନ୍ଦୁଆ ସମେତ ନନ୍ଦାଓ ଭଦ୍ରା ଡଙ୍ଗା ପାଇଁ ମଣ୍ଡନି ତିଆରି କରୁଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More