କନ୍ଧମାଳ (ସଂଘର୍ଷ ମିଡିଆ ) : କନ୍ଧମାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ରୁଜାଙ୍ଗି ପିଟବାରି ନେଡିପଡା ଠାରେ ଆଜି ସକାଳ ସମୟରେ ନୂତନ ତିଆରି ପାଇଖାନା ଟାଙ୍କି ଭିତରୁ ସେଣ୍ଟ୍ରିଙ୍ଗ କାଠ ବାହାର କରିବାକୁ ଯାଇ ଶ୍ରମିକ ସହ ମାଲିକ ସ୍ୱାଶ ରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ଏକ ଦୁଃଖଦ ଅଭାବନୀୟ ଘଟଣା ଘଟିଯାଇଥିବା ଜଣାପଡିଛି । ସୂଚନାଯୋଗ୍ୟ ସଦର ଥାନା ଅନ୍ତର୍ଗତ ପିଟବାରି ନେଡିପଡା ଗ୍ରାମରେ ସଂଜୟ ପ୍ରଧାନ ନାମକ ବ୍ୟକ୍ତି ନୂତନ ଘର ତିଆରି କରୁଥିବା ବେଳେ ଘର ନିମନ୍ତେ ପାଇଖାନା ଟାଙ୍କି ଖୋଳି ଟାଙ୍କିର ଛାତ ପକାଇ ସେହି ଟାଙ୍କି ଭିତରେ ସେଣ୍ଟ୍ରିଙ୍ଗ ବୋଲା କାଠ ରଖିଥିଲେ । ଆଜି ସକାଳ ୯ ଘଣ୍ଟା ସମୟରେ ସେହି ପାଇଖାନା ଟାଙ୍କି ଭିତରେ ଥିବା କାଠ ଗୁଡିକ ବାହାର କରିବା ପାଇଁ ମାଲିକ ସଞ୍ଜୟ ପ୍ରଧାନ କଲାଡି ଗ୍ରାମ ର ସନ୍ତୋଷ କଁହର ଶ୍ରମିକ କୁ କହିଥିଲେ । ଶ୍ରମିକ ସନ୍ତୋଷ କଁହର ମାଲିକ କଥା ଅନୁଯାୟୀ ସେହି ପାଇଖାନା ଟାଙ୍କିର ସିମେଣ୍ଟ ଘଡ଼ଣି ବାହାର କରି ଭିତରେ ଥିବା କାଠ ଗୁଡିକ କାଡିବା ପାଇଁ ସିଡ଼ି ଦ୍ୱାରା ଭିତରକୁ ଯାଇଥିଲା । ସେଠାରେ ଅମ୍ଳଜାନ ଅଭାବରୁ ସ୍ୱାଶ ରୁଦ୍ଧ ହୋଇ ଚେତା ଶୂନ୍ୟ ହୋଇଯାଇଥିଲା । ଶ୍ରମିକ ସନ୍ତୋଷ ଟାଙ୍କି ଭିତରୁ ନ ବହାରିବାରୁ ମାଲିକ ମଧ୍ୟ ଟାଙ୍କି ଭିତରକୁ ଯାଇ ସ୍ୱାଶ ରୁଦ୍ଧ ହୋଇ ଚେତା ଶୂନ୍ୟ ହୋଇଥିଲା । ଏହି ଘଟଣା ର ଖବର ପାଇ ଅଗ୍ନିଶମ ବାହିନୀ ଟାଙ୍କି ନିକଟରେ ପହଞ୍ଚି ମାଲିକ ଓ ଶ୍ରମିକ ଉଭୟ ଙ୍କୁ ଟାଙ୍କି ଭିତରୁ ଉଦ୍ଧାର କରି ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ ରେ ଚିକିତ୍ସା ନିମନ୍ତେ ପହଞ୍ଚାଇ ଥିଲେ । ସେଠାରେ ଡାକ୍ତର ଉଭୟ ଙ୍କୁ ମୃତ୍ୟୁ ଘୋଷଣା କରିଥିଲା । ସଦର ଥାନା ପୋଲିସ ପହଞ୍ଚି ଶବ ଜବତ କରି ତଦନ୍ତ ଅଧିକାରୀ ଭାବେ ସଦର ଥାନା ସବ ଇନିସ୍ପେକ୍ଟର ମନ୍ଦାକିନି କଁହର ଦାୟିତ୍ୱ ନେଇ ଏକ ଅପମୃତ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଏସ ଆଇ ମନ୍ଦାକିନି କଁହର ଗଣମାଧ୍ୟମ କୁ ସୂଚନା ଦେଇଥିବାବେଳେ ମୃତ ଶ୍ରମିକ ସନ୍ତୋଷ କଁହର ୩୪ । ଏବଂ ମୃତ ମାଲିକ ସଞ୍ଜୟ ପ୍ରଧାନ ୪୦ ବୋଲି ଜଣାପଡିଛି । ଶ୍ରମିକ ସନ୍ତୋଷ ର ନିଜ ଗାଁ ଚକାପାଦ ଥାନା ଅନ୍ତର୍ଗତ ଟେଲିଙ୍ଗିଆ ସେ କଲାଡି ଗ୍ରାମରେ ବିବାହ କରି ମୂଲ ମଜୁରି କାମ କରି ଚଳି ଆସୁଥିବା ଜଣାପଡିଛି । ମୃତ ଶ୍ରମିକ ସନ୍ତୋଷ କହଁର ଙ୍କ ପରିବାର ଙ୍କୁ ଅନୁକମ୍ପା ମୂଳକ ସରକାରୀ ସହାୟତା ପ୍ରଦାନ କରିବା ନିମନ୍ତେ ଅଞ୍ଚଳବାସୀଙ୍କର ଦାବୀ ହେଉଛି । ଏହି ଅଭାବନୀୟ ଦୁଃଖଦ ଘଟଣାକୁ ନେଇ ମୃତ ପରିବାର ବର୍ଗ ଓ ଫୁଲବାଣୀ ସହରରେ ଶୋକର ଛାୟା ଖେଳିଯାଇଛି । କନ୍ଧମାଳରୁ ଗୁପ୍ତ ପ୍ରଧାନ ଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ।