କନ୍ଧମାଳ (ସଂଘର୍ଷ ମିଡିଆ ) :- କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଅନ୍ତର୍ଗତ ସୁଗଡ଼ବାଡ଼ି ପଞ୍ଚାୟତର ସୁଗଡ଼ବାଡ଼ି ଗ୍ରାମରେ ପଲିଥିନ୍ ତଳେ ୮ ଜୀବନ । ଗୋଟିଏ ଜାଗାରେ ରହି ପ୍ରାଣ ବିତୁଥିବା ଜଣାପଡିଛି। ସରକାରଙ୍କର ମାଳମାଳ ଯୋଜନା, ଯୋଜନା ପରେ ଯୋଜନା ଗଢି ଚାଲିଛନ୍ତି କିନ୍ତୁ ଲୋକଙ୍କ ପାଖରେ ପହଞ୍ଚାଇବାରେ ବାଟବଣା ହେଉଛି । ସୁଚନା ଅନୁଯାୟୀ ଆଜକୁ ପ୍ରାୟ ୪ ବର୍ଷ ହେଲାଣି ମହେଶ୍ୱର ନାୟକ ଘରେ କୋୖଣସି କାରଣରୁ ହଠାତ୍ ଘରେ ନିଆଁ ଲାଗି ଯାଇଥିଲା ନିଆଁ ଲାଗିବା ହେତୁ ଘର ନଷ୍ଟ ସହ କିଛି ଜିନିଷ ପତ୍ର ମଧ୍ୟ ନଷ୍ଟ ହେବା କହିଛନ୍ତି ମହେଶ୍ୱର ନାୟକ, ସ୍ଥାନୀୟ ସରପଞ୍ଚ ଏବଂ ବିଡ଼ିଓ ଆରାଇ ତହସିଲ୍ କାର୍ଯ୍ୟାଳୟ ରେ ଜଣେଇସାରିଲା ପରେ ଆରାଇ ସରପଞ୍ଚ ଯାଇ ଦେଖିକି ଏକ ମାତ୍ର ପାଲ ଟିଏ ଦେଇଥିଲେ ମହେଶ୍ୱରକୁ ଏବଂ ପ୍ରତିଶ୍ରୁତି ଦେଇ କହିଥିଲେ ଯେ ଘର ଆପଣଙ୍କୁ ନିଶ୍ଚିତ ଭାବରେ ଦିଆଯିବ । ହେଲେ ଆଜକୁ ପାଞ୍ଚ ବର୍ଷ ପରେ ହେଲାଣି ନିରିହ ମହେଶ୍ୱରକୁ ଘର ଟିଏ ମିଳିବା ସପ୍ନ ସପ୍ନ ହୋଇ ରହିଗଲା । କେବେ ପୁରଣ ହେବ ମହେଶ୍ୱରର ସପ୍ନ, ମହେଶ୍ୱର ଜଣେ ଗରିବ ଖଟିଖିଆ ମୁଲିଆ ଅଟନ୍ତି ଦିମୁଠା ଖାଇବା ପାଇଁ ମଧ୍ୟ ବହୁତ କଷ୍ଟରେ ଚଳେ ମହେଶ୍ୱରର ପରିବାରର । ତାଙ୍କର ୮ ସଦସ୍ୟଙ୍କ ମଧ୍ୟରୁ ସ୍ତ୍ରୀ ବିମଳା ନାୟକ ୨ ପୁଅ ୩ ଝିଅ ଏବଂ ମହେଶ୍ବର ଙ୍କ ଏକ ଭାଇ ମଧ୍ୟ ରହନ୍ତି ବୋଲି ମତପ୍ରକାଶ କରିଥିବାବେଳେ ମହେଶ୍ୱର ର ଦୁଇ ନମ୍ବର ଝିଅ ଇସା ନାୟକ ଜନ୍ମରୁ ସେ ବିକଳାଙ୍ଗ ଅଟନ୍ତି ବୟସ ତାର ୧୪ କୋୖଣସବି କାର୍ଯ୍ୟ କରି ପାରନ୍ତି ନାହିଁ ସବୁ ବଝ ଉପରେ ଲଳିତା ବିଡ଼ା ପରି ମହେଶ୍ବରଙ୍କ ଉପରେ ବୋଝ ତାହା ଦେଖି ଗ୍ରାମବାସୀ ମଧ୍ୟ କହିଛନ୍ତି ଯେ ମହେଶ୍ୱରଙ୍କ ପରିବାରକୁ ଘର ଖଣ୍ଡିଏ କରିଦେଲେ ତାଙ୍କ ପରିବାର ପୁର୍ବ ପରି ଖୁସିରେ ଜୀବନ ବିତାଇବେ ।