ପୁରୀ (ସଂଘର୍ଷ ମିଡିଆ) : – ଅନୁରାଗ ସାହିତ୍ୟ ସଂଗୋଷ୍ଠୀ ପକ୍ଷରୁ ଅଠରନଳା ମଦନ ମଣ୍ଡପ ଠାରେ ପରିଣୟର ମଧୁର ମୂର୍ଚ୍ଛନା ପୁସ୍ତକ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଜ୍ୟୋତିର୍ବିଦ ଅନାମଚନ୍ଦ୍ର ସାହୁ ଓ ତାଙ୍କ ଧର୍ମପତ୍ନୀ ନିରୁପମା ସାହୁଙ୍କ 50ତମ ବାର୍ଷିକୀ ଉପଲକ୍ଷେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ ଶିକ୍ଷାବିତ ତଥା କବି ଶିବସୁନ୍ଦର ମିଶ୍ର l କାର୍ଯ୍ୟକ୍ରମରେ ଅତିଥିଭାବେ ମଂଚାସୀନ ଥିଲେ ପୂର୍ବତନ ଅଧ୍ୟକ୍ଷ ସୌଭାଗ୍ୟ କୁମାର ସାହୁ, ଡକ୍ଟର ଦିଲ୍ଲୀପ ସେନାପତି, କବି ଆର୍ତତ୍ରାଣ ମାନସିଂହ, ଅଧ୍ୟାପକ ଭାରତୀ ଭୂଷଣ ଦାସ, ସୁବାଷ ଚନ୍ଦ୍ର ମିଶ୍ର l ଅତିଥିମାନେ ଜ୍ୟୋତିର୍ବିଦ ଅନାମଚନ୍ଦ୍ର ସାହୁଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ l ପରେ ଅତିଥିମାନେ ପରିଣୟର ମଧୁର ମୂର୍ଚ୍ଛନା ପୁସ୍ତକ ଲୋକାର୍ପଣ କରିବା ସହ ପୁସ୍ତକ ସମ୍ପର୍କରେ ଆଲୋଚନା କରିଥିଲେ l ପରେ ପ୍ରେମ ପ୍ରଣୟ ପରିଣୟ ସମ୍ବନ୍ଧିତ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା l କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଲଲାଟେନ୍ଦୁ ମିଶ୍ର l ଏହି କାର୍ଯ୍ୟକ୍ରମରେ ସହରର ବହୁ ବିଦ୍ୱାନ ବ୍ୟକ୍ତିଙ୍କ ସମେତ କବି କବୟିତ୍ରୀ ଯୋଗଦାନ କରିଥିଲେ l ଆଜି ସନ୍ଧ୍ୟା 6ଟାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l