ପରଲୋକରେ ବରିଷ୍ଠ ଆଇନଯିବୀ ଶ୍ରୀ ଶରତ ଚନ୍ଦ୍ର ଭୋଇ

55

Get real time updates directly on you device, subscribe now.

କନ୍ଧମାଳ (ସଂଘର୍ଷ ମିଡିଆ ) : ଜି.ଉଦୟଗିରିର ବରିଷ୍ଠ ଆଇନଯିବି ଶ୍ରୀ ଶରତ ଚନ୍ଦ୍ର ଭୋଇଙ୍କ କଟକ ସ୍ଥିତ ଷ୍ଟାର ହସପିଟାଲରେ ଦେହାନ୍ତ ଘଟିଛି । କରନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉ ଥିବା ଅବସ୍ଥାରେ ହୃଦଘାତରେ ପରଲୋକ ହୋଇଯାଇଛି । ତାଙ୍କର ମୃତ୍ୟୁ ବେଳକୁ ୬୯ବର୍ଷ ହୋଇଥିବା ଜଣାପଡିଛି । ସେ ଜି.ଉଦୟଗିରି କୋର୍ଟରେ ଆଇନଜୀବୀ ଭାବରେ କାର୍ଯ୍ୟ ଆରମ୍ବ କରି ପରବର୍ତ୍ତୀ ସମୟରେ ସରକାରୀ ଓକିଲ ଏବଂ ବିଚାରପତି ମଧ୍ୟ ରହିଥିଲେ । ତାଙ୍କର ଶେଷକୃତ୍ୟ କଟକ ସ୍ଥିତ ସତିଚୌରା ସ୍ମଶାନରେ କରାଯାଇଥିବା ଜଣାପଡିଛି । ତାଙ୍କର ଜୈଷ୍ଠ ପୁତ୍ର ଅମିତ କୁମାର ଭୋଇ ମୁଖାଗ୍ମି ଦେଇଥିଲେ । ଶ୍ରୀ ଭୋଇଙ୍କ ଅନ୍ତେଷ୍ଟିକ୍ରଆ କଟକ ମୁନୁଷିପାଲଟି ଦ୍ବାରା ସଂପାଦନା କରିଥିବା ବେଳେ କର୍ମଚାରି ଉପସ୍ଥିତି ଥିବା ସହ ତାଙ୍କ ସ୍ତ୍ରୀ ଆଡଭକେଟ ବିଜିୟଲକ୍ଷି ଭୋଇ, ବଡପୁଅ ଅମିତ କୁମାର ଭୋଇ ଏବଂ ପରିବାରର ସଦସ୍ୟ ଉପସ୍ଥତ ଥିଲେ । ଶ୍ରୀ ଭୋଇଙ୍କ ମୃତ୍ୟୁରେ ଜି.ଉଦୟଗିରି ଓକିଲ ସଂଘ ଗଭିର ଦୁଃଖବ୍ୟକ୍ତ କରିଛନ୍ତି । ଏହା ସହ ଅଞ୍ଚଳରେ ମଧ୍ୟ ଜଣେ ପୂରୁଖା ଆଇନଯିବିଙ୍କୁ ହରାଇବା ମତପ୍ରକାଶ ପାଇଛି । ସେ ଜଣେ ଉତ୍ତମ ସ୍ବାଭାବ ଏବଂ ପରଉପକାରି ବ୍ୟକ୍ତି ଥିଲେ । ବରିଷ୍ଠ ଆଇନଜୀବୀ ଶ୍ରୀ ଭୋଇଙ୍କ ବିୟୋଗର ଖବର ପ୍ରସାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । କନ୍ଧମାଳ ଜିଲ୍ଲାରୁ ଗୁପ୍ତ ପ୍ରଧାନଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More