ପରପାରିରେ ବୁଲା ସାର

55

Get real time updates directly on you device, subscribe now.

ଯାଜପୁର ( ସଂଘର୍ଷ ମିଡିଆ )  : କାନ୍ଦୁଛନ୍ତି ପ୍ରିୟ ପରିଜନ ଝୁରୁଛି ଗାଁ  I କିଏ ହାତ ଯୋଡ଼ି ନମସ୍କାର କରୁଛିତ କିଏ ସାରଙ୍କ ଅମର ଆତ୍ମାର ସଦ୍ ଗତି କାମନା କରୁଛି କାରଣ ସେମାନଙ୍କ ପ୍ରିୟ ଶିକ୍ଷକ ବୁଲା ସାର ଆଉ ଦୁନିଆରେ ନାହାନ୍ତି l ଗାଁକୁ ଫେରିଛି ଜଣେ ଶିକ୍ଷକଙ୍କ ମର ଶରୀର l ସକାଳୁ ସକାଳୁ ଘରୁ ବାହାରି ଥିଲେ ସ୍କୁଲକୁ ହେଲେ ଘରକୁ ଫେରି ଥିଲା ସାରଙ୍କ ମର ଶରୀର । ସାରଙ୍କୁ ଦେଖିବା ପାଇଁ ଏ ଜନ ସମାବେଶ l ସମ୍ପୂର୍ଣ୍ଣ ଅଞ୍ଚଳ ସ୍ତବ୍ଧ, ସ୍ଥଗିତ l କେହି ବି ବିଶ୍ବାସ କରି ପାରୁନାହାନ୍ତି କି ଆମ ପ୍ରିୟ ବୁଲା ସାର୍ ଆଉ ଦୁନିଆରେ ନାହାନ୍ତି l ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ରାହାଳ ନିବାସୀ ବୈକୁଣ୍ଠ ରଥ ସମସ୍ତେ ତାଙ୍କୁ ଶ୍ରଦ୍ଧାରେ ବୁଲା ସାର ବୋଲି ଡାକୁ ଥିଲେ l ସ୍ଥାନୀୟ ଅଣକା UP ସ୍କୁଲ୍ ରେ ଶିକ୍ଷା ଥିଲେ ଶିକ୍ଷକ l ଗତକାଲି ସ୍କୁଲ କାମରେ ବଡ଼ଚଣା ଶିକ୍ଷାଅଧିକାରୀ ଙ୍କ କାର୍ଯ୍ୟାଳୟ କୁ ଯାଉଥିବା ସମୟରେ ବାଟରେ ଏକ ଟ୍ରକ୍ ଧକ୍କା ଦେବା ଫଳରେ ସେ ଗୁରୁତର ଭାବେ ଆହତ ହୋଇଥିଲେ l ପ୍ରଥମେ ବଡ଼ଚଣା ଗୋଷ୍ଠୀ ସ୍ଵାସ୍ଥ୍ଯ କେନ୍ଦ୍ର ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା l ହେଲେ କଟକ ବଡ ମେଡିକାଲରେ ସାରଙ୍କ ଦେହାନ୍ତ ଖବର ପାଇବା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି I ଏକ ବିରାଟ ଶୋଭାଯାତ୍ରାରେ ଗାଁ ଗାଁ ବୁଲାଇଛନ୍ତି ଛାତ୍ର ଛାତ୍ରୀ ଓ ଅଭିଭାବକ l ସାର ଙ୍କ ପ୍ରତି ସମସ୍ତଙ୍କ ଏତେ ଯେ ଭଲ ପାଇବା ଯେମିତି ସମସ୍ତଙ୍କ ପାଇଁ ଜଣେ ପରିବାର ଲୋକ ଶୋକ ସାଗରରେ ଛାଡି ଚାଲିଗଲା ପରି ମନେ ହେଉଛି । ସମସ୍ତଙ୍କ ତୁଣ୍ଡରୁ ବାହାରି ଆସୁଛି ବୁଲା ସାର୍ ଅମର ରହେ । ଯାଜପୁର ବଡଚଣାରୁ ଚିତ୍ତରଞ୍ଜନ ସିଂହଙ୍କ  ରିପୋର୍ଟ ସଙ୍ଘର୍ଷ ନ୍ୟୁଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More