ପଦ୍ମପୁର ରେଞ୍ଜରେ ଦ୍ବିତୀୟ ପାଠକ ବନାମ ଏ ସି ଏଫ ଯୋଷୀ

46

Get real time updates directly on you device, subscribe now.

ବରଗଡ ( ସଂଘର୍ଷ ମିଡିଆ ) :  ବରଗଡ଼ ଫରେଷ୍ଟ ଡିଭିଜନ ପଦ୍ମପୁର ରେଞ୍ଜରେ ଦ୍ବିତୀୟ ପାଠକ ଏ ସି ଏଫ ରେବତୀ ରମଣ ଯୋଷୀ। ଏ ସି ଏଫ ଯୋଷୀଙ୍କୁ ପାଠକ କହିବାର ତାତ୍ପର୍ଯ୍ୟ ହେଲା ଯେ ବେଆଇନ ସମ୍ପତ୍ତି ଠୁଳ ଓ ବେଆଇନ କାରବାରରେ ସିବିଆଇ ଜାଲରେ ଛନ୍ଦି ହୋଇଥିବା ଆଇ ଏଫ ଏସ ଅଭୟ କାନ୍ତ ପାଠକଙ୍କୁ ବଳି ଯାଇଛନ୍ତି ଯୋଷୀ ବାବୁ। ଯୋଷୀ ବାବୁଙ୍କ କାର୍ଯ୍ୟକଳାପ ଶୁଣିଲେ ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହେବେ। ଦ୍ବିତୀୟ ପାଠକ ବନାମ ଯୋଷୀ ବାବୁଙ୍କ କାହାଣୀ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବରଗଡ଼ ଜିଲ୍ଲା ପଦ୍ମପୁର ରେଞ୍ଜ ଗନ୍ଧମାର୍ଦ୍ଦନ ପି ଆର ଏଫ ବା ପାଇକମାଳ ବ୍ଳକ ଅନ୍ତର୍ଗତ କେର୍ମେଲାବାହାଲ ଗ୍ରାମ ପଞ୍ଚାୟତର ତେନ୍ତୁଳିଖୁଣ୍ଟି ଓ ଖଲିଆପାଲି ଗ୍ରାମ ପଞ୍ଚାୟତର ବେଣ୍ଟକାରପୁର ଅଞ୍ଚଳରେ ଦୁଇ ଶହ ହେକ୍ଟର ଜଙ୍ଗଲରେ ଗଛ ଲଗାଯାଇଛି ଦୁଇହଜାର କୋଡ଼ିଏ/ଏକୋଇଶ ବର୍ଷ ପାଇଁ। ଏଥିରେ ସରକାରଙ୍କ ନିୟମ ଅନୁସାରେ ଚାଲିଶହଜାର ଚାରା ଲଗାଯିବ ଓ ଭରଣା ପାଇଁ ଅଧିକ ଚାରି ହଜାର ଚାରା ରୋପଣ ହେବ। ସମ୍ପୂର୍ଣ୍ଣ ମୋଟ ଚଉରାଲିଶ ହଜାର ଚାରା ହେବ।ଚାରା ଠାରୁ ଆରମ୍ଭ କରି ସମସ୍ତ ଖର୍ଚ୍ଚ କରିବାକୁ ପଦ୍ମପୁର ରେଞ୍ଜକୁ ସତୁରୀରୁ ଅଶି ଲକ୍ଷ ଟଙ୍କା ଆସିଥିଲା ସରକାରଙ୍କ ଠାରୁ। ଏହି ଟଙ୍କା ଭିତରୁ କର୍ମଚାରୀ ମାନଙ୍କ ପିସି ହେଲା କୋଡ଼ିଏ ପରସେଣ୍ଟ ଓ ଏହାର ସୁପରଭିଜନ ପାଇଁ ନେଲେ  ପାଞ୍ଚ ପର୍ସେଣ୍ଟ। ସମୂହ ଭାବେ ପଚିଶ ପର୍ସେଣ୍ଟ।ଗତ ଡିସେମ୍ବର ମାସରେ ଅଚାନକ ପରିଦର୍ଶନ କଲେ ବରଗଡ଼ ଡିଏଫଓ ଏବଂ ଆଶ୍ଚର୍ଯ୍ୟ ଚକିତ ହେଲେ ଗଛ କମ ଲଗାଯାଇଥିବାରୁ। ତୁରନ୍ତ ଗଛ ଗଣିବା ଲାଗି ନିର୍ଦ୍ଦେଶ ଦେଲେ ଏସିଏଫ ରେବତୀ ରମଣ ଯୋଷୀଙ୍କୁ। ଯୋଷୀ ବାବୁ ତାଙ୍କ ଦୋଷ ଖସାଇବାକୁ ଗଛ ଗଣିବା ଲାଗି କହିଲେ ଫରେଷ୍ଟର ଜ୍ୟୋତି ରଞ୍ଜନ ସାହୁ ଙ୍କୁ। ଯୋଷୀଙ୍କ ନିର୍ଦ୍ଦେଶରେ ଗଛ ଗଣିଲେ ଜ୍ୟୋତି ରଞ୍ଜନ। ପ୍ରକୃତରେ ଚାଲିଶ ହଜାର ବାହାରିବା କଥା।ଗଣା ସରିଲା ବେଳକୁ ବାହାରିଲା ପଚିଶ ହଜାର ଗଛ। ଚାଲିଶ ହଜାରରୁ କମିଗଲା ପନ୍ଦର ହଜାର ଓ ଭରଣା ପାଇଁ ଦିଆଯାଇଥିବା ଚାରି ହଜାର।ମୋଟ ଉଣେଇଶ ହଜାର। ଏହି ରିପୋର୍ଟ ଯୋଷୀଙ୍କୁ ଜଣାଇଲେ ଫରେଷ୍ଟର। ଗଣିବାରେ ଯୋଷୀ ବାବୁ ଅସନ୍ତୋଷ ପ୍ରକାଶ କରି ପୁଣି ଥରେ ଦାଶ ଫରେଷ୍ଟର ଙ୍କୁ ଗଛ ଗଣିବା ପାଇଁ କହିଲେ।ଦାଶ ବାବୁ ଗଣିଲେ ଯେ ବାହାରିଲା ତିରିଶି ହଜାର ଗଛ। ହେଲେ କାଗଜ ପତ୍ର ରେ ଚାଲିଛି ଠିକଠାକ। ତାହେଲେ ନ୍ଯୁଜ ଶ୍ରୋତା ବନ୍ଧୁ ଆପଣ ମାନେ ଅନୁମାନ କରୁଥିବେ ଯେ ପଚିଶ ପର୍ସେଣ୍ଟ ଟଙ୍କାରେ ଏମାନଙ୍କର ଆତ୍ମା ସନ୍ତୁଷ୍ଟି ହେଲା ନାହିଁ। ହଜାର ହଜାର ଚାରା ଗଛର ଟଙ୍କା ଖାଇଦେଇ ହଜମ କରିଦେଲେ। ଏଥିରେ ପାଠକ ବନାମ ଯୋଷୀ ବାବୁଙ୍କ ସମ୍ପୂର୍ଣ୍ଣ ଭୂମିକା ରହିଛି। ଏହି ଘୋଟାଲା ଉପରେ ପ୍ରକୃତରେ ଉଚ୍ଚ ସ୍ତରୀୟ ତଦନ୍ତ କରାଯିବାର ଆବଶ୍ୟକତା ରହିଛି। ନିରପେକ୍ଷ ତଦନ୍ତ କଲେ ଯୋଷୀ ବାବୁ ଅଭୟ କାନ୍ତ ପାଠକଙ୍କୁ ବଳି ଯାଇ ପ୍ରଥମ ପାଠକ ବନିଯିବେ।ଏ ଦୁର୍ନୀତି ମାମଲାରେ ସିବିଆଇ ତଦନ୍ତ ଦାବି ହେଉଛି। ଘଟଣା ଉପରେ ଜାଣିବା ପାଇଁ ଆମ ଜିଲ୍ଲା ପ୍ରତିନିଧି ଯୁଧିଷ୍ଠିର ବାରିକ ଫୋନ ମାଧ୍ୟମରେ ଏସିଏଫ ରେବତୀ ରମଣ ଯୋଷୀଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ମୋ ପାଖରେ ତଥ୍ୟ ନାହିଁ। ରେଞ୍ଜରଙ୍କୁ ପଚାରନ୍ତୁ। ରେଞ୍ଜରଙ୍କୁ ପଚରାଯିବାରୁ ଫୋନ ଉଠାଉ ନାହାଁନ୍ତି।ଡିଏଫଓଙ୍କୁ ପଚରାଯିବାରୁ ତାଙ୍କର ଉତ୍ତରରେ କହିଲେ ଯେ ଫାଇଲ ଦେଖନା ପଡେଗା। ଫରେଷ୍ଟର ଜ୍ୟୋତି ରଞ୍ଜନ ସାହୁ ଙ୍କୁ ପଚରାଯିବାରୁ ଏହି ଘଟଣା ଉପରେ ସେ ସ୍ବୀକାର କରୁନାହାନ୍ତି। ସୁଶାନ୍ତ ଦାଶ ଫରେଷ୍ଟର ଙ୍କୁ ପଚରାଯିବାରୁ ପୂରାପୂରି ଚାଲିଶ ହଜାର ଗଛ ଲାଗିଛି ବୋଲି କହିଛନ୍ତି। ବାରମ୍ବାର ତଥ୍ୟ ଜାଣିବା ପାଇଁ ଆର ସି ସି ଏଫ ସମ୍ବଲପୁର କୁ ପଚରାଗଲା ଓ ସେ କହିଛନ୍ତି ଯେ ଡିଏଫଓଙ୍କୁ ପଚାରନ୍ତୁ। ଜଙ୍ଗଲ ବିଭାଗର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କୁ ମଧ୍ୟ ଯୋଗାଯୋଗ କରାଯାଇଥିଲା। ହେଲେ ତାଙ୍କର ପିଏ ଫୋନ ଉଠାଇ ଥିଲେ। ବରଗଡ଼ରୁ ଯୁଧିଷ୍ଠିର ବାରିକଙ୍କ ରିପୋର୍ଟ ସଂଘର୍ଷ ନ୍ଯୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More