ପଟ୍ଟାମୁଣ୍ଡାଇରେ ମେଲଣ ନିଆରା ଢଙ୍ଗରେ ପାଳିତ

49

Get real time updates directly on you device, subscribe now.

ପଟ୍ଟାମୁଣ୍ଡାଇ ( ସଂଘର୍ଷ ମିଡିଆ ) : ପଟ୍ଟାମୁଣ୍ଡାଇ ଥାନା ପରିସରରେ ଥିବା ତ୍ରିନାଥ ମନ୍ଦିରକୁ ପାରମ୍ପରିକ ପଟୁଆରରେ ଆସି ଭୋଗ ଖାଇଲେ ପ୍ରଭୁ ନୃସିଂହନାଥ l ପ୍ରତିବର୍ଷ ଭଳି ଏବର୍ଷ ଗୋଲାଉପର ଦୀଅଁ ପ୍ରଭୁ ନୃସିଂହନାଥ ଦୋଳ ପର୍ବ ଉପଲକ୍ଷେ ପଟ୍ଟାମୁଣ୍ଡାଇ ଥାନା ତ୍ରିନାଥ ମନ୍ଦିରକୁ ଆସି ପ୍ରଥମେ ଭୋଗ ଲଗାଯାଇଥାଏ ଓ ପରେ ଅନ୍ୟତ୍ରେ ଭୋଗ ଖାଇଥାନ୍ତି।ଏହି ପରିପେକ୍ଷିରେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଦାୟିତ୍ବରେ ଥିବା  ରାଜନଗର ଆଇଆଇସି ତପନ କୁମାର ନାୟକଙ୍କୁ ଗୋଲାଉପର ନୃସିଂହନାଥ କମିଟି ତରଫରୁ ସମ୍ବର୍ଦ୍ଧନା କରାଇଥିବା ନଜରକୁ ଆସିଛି। ବିଭାନରେ ଆସିଥିବା ପ୍ରଭୁ ନୃସିଂହନାଥଙ୍କୁ ଆଇଆଇସି ତପନ କୁମାର ନାୟକ ହିନ୍ଦୁ ଧର୍ମ ଅନୁସାରେ ଆଳତି କରିବା ଦେଖିବାକୁ ମିଳିଥିଲା । କରୋନାର ଦ୍ୱତୀୟ ପର୍ଯ୍ୟାୟ ଲହରୀ ଲାଗି ଏଥର ଦୋଳ ପୂର୍ଣ୍ଣିମାକୁ ଏକତ୍ରିତ ଭାବେ ପାଳନ କରିବା ଉପରେ ଅଙ୍କୁଶ ଲଗାଇଛନ୍ତି ରାଜ୍ୟ ସରକାର। କିନ୍ତୁ ଵିଧିକୁ ସମ୍ମାନ ଦେଇ ପରମ୍ପରା ପାଳନ କରିବାକୁ ବାରଣ କରାନଯାଇ ହୋଲି ରଙ୍ଗଖେଳ ଓ ଲୋକମାନଙ୍କ ଗହଳିକୁ ବାରଣ କରାଯାଇଛି। (ପଟ୍ଟାମୁଣ୍ଡାଇରୁ ସୂର୍ଯ୍ୟ ନାରାୟଣ ଦାଶଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍)

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More