ନୟାଗଡ ଉଠା ଜଳସେଚନ ବିଭାଗର ନିରୀହ ଆଦିବାସୀ ଅଞ୍ଚଳ ପ୍ରତି ପାତର ଅନ୍ତର ନୀତି

44

Get real time updates directly on you device, subscribe now.

ନୟାଗଡ : ବିଷୟ-ରାଜ୍ୟ ସରକାର ବିଜୁ କୃଷକ ବିକାଶ ଯୋଜନା ଡ୍ରୀପ ବୋରୱଲ୍ ସେଚ କାର୍ଯ୍ୟକ୍ରମ ମାଧ୍ୟମରେ କୃଷକ ମାନଙ୍କୁ କିଭଳି ପାଣିର ସୁବିଧା ମିଳିପାରିବ ପ୍ରତ୍ୟେକ ବର୍ଷ ଗଭୀର ନଳକୂପ ଏବଂ ଅଗଭୀର ନଳକୂପ ଖନନ କରିବା ପାଇଁ ଅନଲାଇନ ମାଧ୍ୟମରେ ସୀମିତ ସମୟ ପାଇଁ ସରକାର ଖୋଲା ରଖୁଛନ୍ତି ଆବେଦନ ୱେବସାଇଟ।ଏହି ଆବେଦନ କେଉଁମାନେ କରିପାରିବେ ନା ଅତିକମରେ ପାଖାପାଖି ଚାରି ଜଣ ଏକାଠି ଆବେଦନ କରିବା ଦରକାର ସେଥିମଧ୍ୟରୁ ଯେଉଁମାନେ ଅନଲାଇନ ରେ ଆବେଦନ କରିବେ ତାପରେ ସରକାର ଧାର୍ଯ୍ୟ କରିଥିବା ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ ରେ ଏକ ଖାତା ଖୋଲି ସେଥିରେ ଅନୁସୂଚିତ ଜାତି ଜନଜାତିଙ୍କ ପାଇଁ ୧୦୦୦୦ ଟଙ୍କା ଏବଂ ଅନ୍ୟ ମାନଙ୍କ ପାଇଁ ୨୦୦୦୦ ତାଙ୍କ ଜମା ଦେବାକୁ ପଡିଥାଏ।ତା ପରେ ବ୍ୟକ୍ତି ଜଣଙ୍କୁ ଉଠା ଜଳ ସେଚନ ଅଫିସ ମାଧ୍ୟମରେ ସମ୍ପୂର୍ଣ୍ଣ ନଳକୂପ ସହିତ ପାଣି ମୋଟର ଏବଂ ବିଦ୍ୟୁତ୍ ର ସୁବିଧା ଦିଆଯାଇଥାଏ।କିନ୍ତୁ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ବାହାଡ଼ାଝୋଲା ପଞ୍ଚାୟତ ର ଆଦିବାସୀ ଗ୍ରାମ କାଳିଆମ୍ବା ଅଞ୍ଚଳରେ ଦୀର୍ଘ ଚାରି ବର୍ଷ ହେଲା ୨୦୧୭ ମସିହାରୁ ଅନଲାଇନ ରେ ଆବେଦନ କରି ବ୍ୟାଙ୍କରେ ଟଙ୍କା ଜମା କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ନଳକୂପ ଖୋଳା ଯାଇନଥିବା ଏଭଳି ଅଭିଯୋଗ ଆଣିଛନ୍ତି ଆଦିବାସୀ କାଲିଆମ୍ବା ଅଞ୍ଚଳର ଗୌରୀ ଯାନି,ତ୍ରିନାଥ ଜାନୀ,ପ୍ରଫୁଲ୍ଲ ଡାକୁଆ,ହରିବନ୍ଧୁ ସାହୁ ଏବଂ ଏ ଅଞ୍ଚଳର ସମାଜସେବୀ ତଥା ପୂର୍ବତନ ସମିତିସଭ୍ୟ ପ୍ରଫୁଲ୍ଲ କୁମାର ସାହୁ ପ୍ରତ୍ୟେକ ବର୍ଷ ନୟାଗଡ ଉଠା ଜଳ ସେଚନ ଅଫିସକୁ ଯାଇ ଏବାବଦରେ ପଚାରୁ ଥିଲେ ମଧ୍ୟ ଟେଣ୍ଡର ହୋଇନାହିଁ ଟେଣ୍ଡର ହେଲେ ଖୋଲାଯିବା କଥା କୁହନ୍ତି ବିଭାଗୀୟ ଜେଇ ।କିନ୍ତୁ ଏହି ବର୍ଷ ଟେଣ୍ଡର ହୋଇଥିଲେ ମଧ୍ୟ କାଳିଆମ୍ବା ପାଖ ଗ୍ରାମ ଘଡେଇବନ୍ଧ ଏବଂ ବାହାଡ଼ାଝୋଲା ଗ୍ରାମରେ ନଳକୂପ ଖନନ କାର୍ଯ୍ୟ ସେସହୋଇଗଲାନି କିନ୍ତୁ କାଲିଆମ୍ବା ଅଞ୍ଚଳ ହିତାଧିକାରୀଙ୍କ ଖନନ ହୋଇପାରି ନାହିଁ ଏହି ବିଷୟରେ ଏ ଅଞ୍ଚଳର ସମାଜସେବୀ ତଥା ପୂର୍ବତନ ସମିତିସଭ୍ୟ ପ୍ରଫୁଲ୍ଲ କୁମାର ସାହୁ ବିଭାଗୀୟ ଯେଇ ଗୋପ ବାବୁ ଙ୍କୁ ପଚାରିବାରୁ ସେ କହିଲେ ଯେ କାଲିଆମ୍ବ ଅଞ୍ଚଳ ଲୋକଙ୍କର ଏଣ୍ଟ୍ରି ରେ ଭୁଲ ଅଛି ସୋଲାର ହୋଇଯାଇଛି ସେଥିପାଇଁ ପଇସା ଖର୍ଚ୍ଚ କରିବାକୁ ପଡ଼ିବ ନହେଲେ ହେବ ନାହିଁ।ଏହି ବିଷୟରେ ନୟାଗଡ ଉଠା ଜଳ ସେଚନ ବିଭାଗର Executive engineer ଙ୍କୁ ପଚାରିବାରୁ ସେ କହିଲେ ଯେ ଏମାନଙ୍କର ଲିଙ୍କ୍ ବୋଧେ ବ୍ୟାଙ୍କ ଦେଇନାହିଁ ଲିଷ୍ଟୀ ରେ ନା ଅଛି।ଜୁନ ୧୫ଭିତରେ ଖନନ କାମ ଶେଷ ହୋଇଯିବ।କିନ୍ତୁ ପ୍ରଶ୍ନ ଉଠୁଛି ଯେ ବିଭାଗୀୟ ଜେଇ ଏବଂ Executive engineer କଥାରେ ସମାନତା ରହୁନାହିଁ ଜେଇ ହିତାଧିକାରୀଙ୍କ ଠାରୁ ପଇସା ଚାହୁଁ ଥିବା ବେଳେ Executive engineer ଙ୍କ ପାଖରେ କୌଣସି ଖବର ରହୁନାହିଁ।ଏହା ଉପରେ ପ୍ରଶାସନ ଦୃଷ୍ଟି ଦେଇ ନିରୀହ ଆଦିବାସୀ ଲୋକଙ୍କୁ ତାଙ୍କର କିଭଳି ଶୀଘ୍ର ନଳକୂପ ଖନନ କରାଯିବ ସେଥିପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି। ନୟାଗଡ ନୂଆଗାଁ ରୁ ରବୀନ୍ଦ୍ର କୁମାର ସାହୁଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More