ନ୍ୟାୟ ପାଇବା ଦାବିରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

36

Get real time updates directly on you device, subscribe now.

କେନ୍ଦ୍ରାପଡା -( ସଂଘର୍ଷ ମିଡିଆ ) : କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଅନ୍ତର୍ଗତ କୁରୁଣ୍ଡି ଗ୍ରାମ ପଞ୍ଚାୟତରେ 2016 ମସିହାରେ ଘଟିଯାଇଥିବା ସୁଜାତା ହତ୍ୟା କାଣ୍ଡର ନ୍ୟାୟ ଓ ସୁଜାତାଙ୍କ ପାଞ୍ଚ ବର୍ଷର ପୁଅର ଭରଣ ପୋଷଣ ଦାବିରେ ଆଜି କେନ୍ଦ୍ରାପଡ଼ା ଜିଲ୍ଲା ଆରକ୍ଷୀ ଅଧକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସୁଜାତାଙ୍କ ପରିବାର ଲୋକେ ଗଣଧାରଣା ଦେଇଥିବାର ଦେଖିବାକୁ ମିଳିଥିଲା । ଗତ 2016 ମସିହାରେ ରାଜନଗର ବ୍ଲକ ପୋଖରୀଆ ଗ୍ରାମର ସୁଜାତା ବେହେରାଙ୍କୁ କୁରୁଣ୍ଡି ଗ୍ରାମର ପ୍ରଫୁଲ୍ଲ ନାୟକଙ୍କ ପୁତ୍ର ପ୍ରବୀର ନାୟକ ଙ୍କୁ ବୈଦିକ ରୀତିନୀତି ରେ ବିବାହ ହୋଇଥିଲେ ଏବଂ ସେମାନଙ୍କର ପାଞ୍ଚ ବର୍ଷର ଏକ ପୁତ୍ର ସନ୍ତାନ ମଧ୍ୟ ଅଛି. ସୁଜାତାଙ୍କୁ ଶାଶୁ ଘର ଲୋକେ ଅଧିକ ଯୌତୁକ ଲୋଭରେ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ କିନ୍ତୁ ସୁଜାତା ସେମାନଙ୍କ କଥାରେ ରାଜିନହେବାରୁ ତାଙ୍କ ଶାଶୂଘର ଲୋକେ ଓ ତାଙ୍କ ସ୍ୱାମୀଙ୍କ ସହଯୋଗରେ ସୁଜାତାଙ୍କୁ ବେକରେ ଶାଢ଼ୀ ଗୁଡ଼ାଇ ତଣ୍ଟି ଚିପି ହତ୍ୟା କରିଥିଲେ ।ଏହା ଜାଣିବା ପରେ ସୁଜାତାଙ୍କ ବାପା ରାଜନଗର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ରାଜନଗର ଥାନା ଅଧିକାରୀ ଆସାମୀଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିଲେ ଏହାପରେ ଜିଲ୍ଲାପାଳ ଙ୍କ ଠାରୁ ଆରମ୍ଭ କରି ଏସ ଡି ପି ଓ ପର୍ଯ୍ୟନ୍ତ ସମସ୍ତିଙ୍କୁ ଭେଟିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା ଯାହା ସୁଜାତାଙ୍କ ବାପା ଗଣ ମାଧ୍ୟମ ସମ୍ମୁଖରେ ଅଭିଯୋଗ କରିଛନ୍ତି । ଉକ୍ତ ଘଟଣାଟି ପାଞ୍ଚ ବର୍ଷ ବିତି ଯାଇଥିଲେ ମଧ୍ୟ ବର୍ତମାନ ସୁଦ୍ଧା ସୁଜାତାଙ୍କୁ ମାରିଥିବା ଅପରାଧୀ ମାନଙ୍କୁ ଗିରଫ କରାଗଲା ନାହିଁ . ତାହାର ନ୍ୟାୟ ପାଇବା ପାଇଁ ଆଜି ସୁଜାତାର ଘରଲୋକେ କେନ୍ଦ୍ରାପଡା ଜିଲ୍ଲା ଆରକ୍ଷୀ ଅଧକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ।କେନ୍ଦ୍ରାପଡ଼ା ରୁ ବଳରାମ ବେହେରାଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More