ନୌସେନା ଦିବସରେ ଖାଦ୍ୟ ପଦାର୍ଥ ବାହାରେ ନ ଫିଙ୍ଗିବାକୁ ଅନୁରୋଧ : ଜିଲା ପ୍ରଶାସନ

27

Get real time updates directly on you device, subscribe now.

ପୁରୀ (ସଂଘର୍ଷ ମିଡିଆ) : – ବିମାନ ଉଡାଣରେ ପକ୍ଷୀ ମାନେ ଅନେକ ସମୟରେ ବାଧକ ସାଜିଥାନ୍ତି। ପୁରୀରେ ଡିସେମ୍ବର ୪ରେ ଅନୁଷ୍ଠିତ ହେବାକୁ ଥିବା ନୌସେନା ଦିବସରେ ଏୟାର ସୋ ଅନୁଷ୍ଠିତ ହେବ । ଏଥିରେ ଆକାଶ ମାର୍ଗରେ ବିଭିନ୍ନ କୌଶଳ ପ୍ରଦର୍ଶନର ବ୍ୟବସ୍ଥା ରହିଛି । ଏହି ସମୟରେ ସଂପୃକ୍ତ ଅଂଚଳରେ ପକ୍ଷୀ ମାନେ ଉଡିବା ଦ୍ୱାରା ବିମାନ ଗୁଡିକ ପାଇଁ ଅସୁବିଧାର ସମ୍ମୁଖୀନ ହେବାର ଆଶଙ୍କା ରହିଛି । ଏଣୁ ପ୍ରଶାସନ ଓ ନୌସେନା ପକ୍ଷରୁ ସମସ୍ତ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି ଯେପରି ସେମାନେ କୌଣସି ଖାଦ୍ୟ ପଦାର୍ଥ କିମ୍ବା ବର୍ଜ୍ୟବସ୍ତୁ ସେମାନଙ୍କର ଛାତ ଉପରେ କିମ୍ବା ଗଳିକନ୍ଦିରେ ଏୟାର ସୋ କାର୍ଯ୍ୟକ୍ରମ ଶେଷ ଅର୍ଥାତ ୪ ତାରିଖ ସଂଧ୍ୟା ପର୍ଯ୍ୟନ୍ତ ପକାଇବେ ନାହିଁ।ଯାହା ଫଳରେ ପକ୍ଷୀ ମାନେ ଖାଦ୍ୟ ଆକର୍ଷଣରେ ଆସିବେ ନାହିଁ।ବ୍ଲୁ ଫ୍ଲାଗ ବିଚ ଠାରେ ନୌସେନା ଦିବସ ବା ନାଭି ଡେ ପାଳନ ଅବସରରେ ନୌସେନାର ଯୁଦ୍ଧ ଜାହାଜ ଗୁଡିକ ମଧ୍ୟ ସେମାନଙ୍କ ସାମରିକ କୌଶଳ ପ୍ରଦର୍ଶନ କରିବେ । ନୌସେନା ର ଅଭ୍ୟାସ କାର୍ଯ୍ୟକ୍ରମ ବ୍ଲୁ ଫ୍ଲାଗ ବିଚ ଠାରେ ଆରମ୍ଭ ହୋଇ ଯାଇଥିବାରୁ ପ୍ରଶାସନ ପକ୍ଷରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଡ୍ରୋନ ଉଡାଇବା ଉପରେ ମଧ୍ୟ କଟକଣା ଲାଗୁ କରାଯାଇଛି।ନୌସେନାର ଏହି ଚିତ୍ତାକର୍ଷକ କାର୍ଯ୍ୟକ୍ରମକୁ ଜନସାଧାରଣ ପେଣ୍ଠକଟା ସମୁଦ୍ର କୂଳ ଠାରୁ ଷ୍ଟ୍ରଲିଂ ପର୍ଯ୍ୟନ୍ତ ସମୁଦ୍ର କୂଳରେ ଉପସ୍ଥିତ ରହି ଉପେଭାଗ କରିବାକୁ ପ୍ରଶାସନ ପକ୍ଷରୁ ଅନୁେରାଧ କରାଯାଇଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More