ଝାରସୁଗୁଡା ( ସଂଘର୍ଷ ମିଡିଆ ) : ଝାରସୁଗୁଡ଼ା ଜିଲ୍ଲା ବାସିନ୍ଦା ଅଭିରାମ ଶତପଥୀ ଙ୍କ ଜନ୍ମ ଶୁଦୁ ଖଣ୍ଡା ଗ୍ରାମରେ। ବର୍ତ୍ତମାନ ସେ ଦୁର୍ଲଗା ଗ୍ରାମର ବାସିନ୍ଦା ଅଟନ୍ତି। ତାଙ୍କ ନେଇଥିବା ଶପଥ ଅନୁସାରେ ସେ ଝାରସୁଗୁଡ଼ାରୁ ଶ୍ରୀକ୍ଷେତ୍ର ପୁରୀକୁ ଦୌଡ଼ି ଦୌଡ଼ି ପହଞ୍ଚିଥିଲେ। ଯାହା ୪୭୪ କିଲୋମିଟରର ଯାତ୍ରା ଥିଲା। ତାପରେ ଅଭିରାମ ତିଁନି ଦିଅଁଙ୍କ ଦର୍ଶନ କରି ପୁଣି ପୁରୀରୁ ଭାରତର ରାଜଧାନୀ ଦିଲ୍ଲୀ ଅଭିମୁଖେ ଦୌଡ଼ ଲଗାଇଥିଲେ। ୨୬,୩,୨୦୨୧ ତାରିଖରେ ଦିଲ୍ଲୀ ପହଞ୍ଚିଲେ ଏବଂ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରିଥିଲେ। ଓଡ଼ିଶାରୁ ସେ ମୋଟ ୨୫୪୪ କିଲୋମିଟରର ଯାତ୍ରା ଦୌଡ଼ ଲଗାଇ ସମ୍ପନ୍ନ କରିଥିଲେ। ସୂଚନାଯୋଗ୍ୟ ଯେ ଅଭିରାମ ଛତିଶଗଡ଼, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ରାଜସ୍ତାନ ଓ ହରିୟାଣା ରାଜ୍ୟ ଦେଇ ଦିଲ୍ଲୀକୁ ଦୌଡ଼ି ଥିଲେ।ତାଙ୍କ ଏହି ଅଭିଯାନ ସମାଜକୁ କିପରି ନିଶାମୁକ୍ତ ଓ ଶାରୀରିକ ବ୍ୟାୟାମ କରି ସୁସ୍ଥ ରହିବା ଏହା ଅଟେ ତାଙ୍କ ଲକ୍ଷ୍ୟ। ଅଭିରାମ ୨୯,୩,୨୦୨୧ ତାରିଖରେ ଦିଲ୍ଲୀରୁ ନିଜ ଘରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଅଭିରାମ ପୂର୍ବେ (power transmission) ରେ head clerk ରୂପେ କାର୍ଯ୍ୟ କରି ଅବସର ନେଇଛନ୍ତି ।ବର୍ତ୍ତମାନ ଅଭିରାମଙ୍କ ବୟସ 64 ଛୁଇଲାଣି ।ସେ ଏତେ ବୃଦ୍ଧ ବୟସରେ ଯେଉଁ ଭଳିଆ ସାହସ କରି ସଫଳ ହୋଇଛନ୍ତି। ସମଗ୍ର ଓଡ଼ିଶା ବାସୀ ତାଙ୍କ ପାଇଁ ଗର୍ବିତ।