ନିରାଡ଼ମ୍ବର ଭାବରେ ପାଳନ ହେଲା ସାବିତ୍ରୀ ବ୍ରତ

48

Get real time updates directly on you device, subscribe now.

ରାଉରକେଲା (ସଂଘର୍ଷ ମିଡିଆ ) : ଆଜି ପବିତ୍ର ସାବିତ୍ରୀ ଅମାବାସ୍ୟା । ହିନ୍ଦୁ ସଧବା ନାରୀ ପାଇଁ ଏହି ଦିନଟି ଏକ ମହାନ ଦିନ। ନିଜ ଶଙ୍ଖା-ସିନ୍ଦୁର ବଜ୍ର ରଖିବା ସହ ସ୍ବାମୀର ଦୀର୍ଘାୟୁ କାମନା କରି ନିର୍ଜଳା ଉପବାସ ରହି ବ୍ରତ ପରିଧାନ କରିଥାଏ। ସେଥିପାଇଁ ଫଳ, ପୁଷ୍ପ, ନୈବେଦ୍ୟ,ଧୂପ-ଦୀପ ସହ ମନ୍ଦିରରେ ପୂଜାର୍ଚ୍ଚନା ମଧ୍ୟ କରାଯାଇଥାଏ।ହେଲେ କରୋନା ଡର ଭିତରେ ଅନ୍ୟ ବର୍ଷ ଭଳି ଏ ବର୍ଷ କିନ୍ତୁ ସାବିତ୍ରୀବ୍ରତ ପାଳନରେ ଚମକ ନଥିଲା । ବିଭିନ୍ନ ଦେବଦେବୀଙ୍କ ମନ୍ଦିର ଥିଲା ଖାଁ ଖାଁ। ମହିଳା ମାନେ ବି ସାମାଜିକ ଦୂରତା ପାଳି ଏ ବିଧୂ ପରମ୍ପରାକୁ ନିଷ୍ଠାର ସହ ପାଳନ କରିଛନ୍ତି।ରୀତିନୀତି ଅନୁଯାଇ ପୂଜକ ସକାଳୁ ଦେବୀଙ୍କ ପୁଜାର୍ଚ୍ଚନା ସାରି ପ୍ରଶାସନିକ ନିୟମ ଓ କଟକଣା ପାଇଁ ତାଲା ପକାଇ ଦେଇଛନ୍ତି,ହେଲେ ଭକୃର ବିଶ୍ବାସ ଓ ଭାବାବେଗ ପାଇଁ ଦୌଡି ଆସୁଛନ୍ତି ପୀଠକୁ।ବାହାରୁ ଦର୍ଶନ କରି ନଡିଆ ବାଡେଇ ଫେରୁଛନ୍ତି ଭକ୍ତମାନେ। ରାଉରକେଲା ର ବିଭିନ୍ନ ସ୍ଥାନ ମାନଙ୍କରେ ମହିଳା ମାନେ ଭକ୍ତିର ସହ ସାବିତ୍ରୀ ବ୍ରତ କରୁଥିବାର ଦେଖିବାକୁ ମିଳିଛି।ପ୍ରଶାସନ ପକ୍ଷରୁ କଟକଣାର ପରିଚାଳନା ପାଇଁ ପୋଲିସ ମୁତୟନ କରାଯାଇଛି।ସେହିପରି ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ କମିଟି ସଦସ୍ୟମାନେ ପୂର୍ବରୁ ସଚେତନ କରିଥିବା ଯୋଗୁଁ ଭକ୍ତଙ୍କ ଭିଡ ଦେଖୁବାକୁ ମିଳିନାହିଁ।ସେହିଭଳି ଅନେକ ସ୍ଥାନରେ ବ୍ରାହ୍ମଣ ଡାକି ମହିଳାମାନେ ପୂଜା କରିଛନ୍ତି। ନିୟମ ଅନୁଯାୟୀ ଘର ଭିତରେ ରହି ପୂଜା କରୁଛନ୍ତି । ରାଉରକେଲାରୁ କ୍ୟାମେରମ୍ୟାନ ମୃତୁଞ୍ଜୟ ଙ୍କ ସହ ଅମ୍ରିତା ପ୍ରିୟଦର୍ଶିନୀଙ୍କ ରିପୋର୍ଟ୍ ସଂଘର୍ଷ ନିଉଜ

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More