ମାଲକାନଗିରି(ସଂଘର୍ଷ ମିଡିଆ ) : –ମାଲକାନଗିରି ଜିଲ୍ଲାର ଏମଭି-୭ ନମ୍ବର ନିକଟରେ ତାମସା ମୁଖ୍ୟ କେନାଲ ଭାଙ୍ଗିଯିବା ଫଳରେ ଏମପିଭି-୨ ଗାଁ ସହ ଶହ ଶହ ଏକର ଚାଷ ଜମିରେ ପାଣି ପଶି ଧାନ, ବାଦାମ ଚାଷ ନଷ୍ଟ ହେବା ସହ ନିକଟରେ ପୋଖରୀରେ ହୋଇଥିବା ମାଛ ଚାଷ ମଧ୍ୟ ନଷ୍ଟ ହୋଇଯାଇଛି। ଏମପିଭି-୨ ଗାଁରେ ପାଣି ପଶିଯିବାରୁ ଗ୍ରାମଟି ଜଳମଗ୍ନ ହେବାସହ ଅନେକଙ୍କ ଘରେ ମଧ୍ୟ ପାଣି ପସିଯାଇଛି। ପାଣିର ପ୍ରଖରତା କମି ନଥିବାରୁ ତଳିଆ ଗାଁ ଗୁଡିକର ଲୋକେ ଚିନ୍ତାରେ ପଡିଯାଇଛନ୍ତି। ଏମପି ଭି-୨ ଗ୍ରାମର ଅନେକ ପରିବାର ଆସବାବପତ୍ର ଧରି ସୁରକ୍ଷିତ ସ୍ଥାନକୁ ଚାଲିଯାଇଛନ୍ତି।ଜିଲ୍ଲା ପ୍ରଶାସନର ତତ୍ପରତା ଦେଖିବାକୁ ମିଳିନାହିଁ। ବିପଦ ମଧ୍ୟ ବଢୁଛି। ନିମ୍ନ ମାନର କାର୍ଯ୍ୟ ଯୋଗୁଁ ଏପରି ହୋଇଥିବା ଅଭିଯୋଗ ହେଉଛି। କେନାଲର ମରାମତି ଏବଂ ତଦାରଖ ପାଇଁ ବିଭାଗୀୟ ଅଧିକାରୀ ନିଯୁକ୍ତି ପାଇଥିବା ବେଳେ କିପରି ଅଣଦେଖା କଲେ ଏହା ଏବେ ତଦନ୍ତ ସାପେକ୍ଷ ବୋଲି କୁହାଯାଇଛି। ମାଲକାନଗିରିରୁ ସତ୍ୟ ନାରାୟଣ ଦାଶଙ୍କ ରିପୋର୍ଟ ସଂଘର୍ଷ ନିୟୁଜ।