ଜଗତସିଂହପୁର ( ସଂଘର୍ଷ ମିଡିଆ ) : ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ଗତେସ୍ୱରପୁର ଠାରୁ ଶାହାଡ଼ା ପର୍ଯ୍ୟନ୍ତ ହେଉଥିବା ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ରାସ୍ତା କାମରେ ନିମ୍ନମାନର ହେଉଥିବା ଦେଖିବାକୁ ମିଳିଛି । ଏହି ରାସ୍ତା ଚାରୋଟି ପଞ୍ଚାୟତକୁ ସଂଯୋଗ କରୁଛି ରାହାଣ ,ବୋରିକିନା, ଗୋଡ଼ା ଏବଂ ଜନକାଦେଇପୁର୍ । ନିୟମ ଅନୁସାରେ ରାସ୍ତା କାର୍ଯ୍ୟରେ ଯେତିକି ଅନୁପାତରେ ବାଲି ଗୋଡି ଓ ସିମେଣ୍ଟ ର ମିଶ୍ରଣ ନହେବାରୁ ଗ୍ରାମବାସୀମାନେ ରାସ୍ତା କାର୍ଯ୍ୟକୁ ବନ୍ଦ ରଖିଥିଲେ । ଗ୍ରାମବାସୀ ରାସ୍ତାକାର୍ଯ୍ୟ ବନ୍ଦ କରୁଥିବା ବେଳେ ଆମ ପ୍ରତିନିଧି ସେଠାରେ ପହଞ୍ଚି ଉପସ୍ଥିତ ଥିବା ଠିକାଦାର ଛଇଆ ବେହେରା ସେଠାରୁ ପଳେଇ ଯାଇଥିଲେ । କିନ୍ତୁ ପୂର୍ବ ଦିନ ଛଈଆ ବେହେର ଉପସ୍ଥିତ ରହିଥିଲେ ହେଁ ତାଙ୍କୁ ଆମ ପ୍ରତିନିଧି କିଛି ପ୍ରଶ୍ନ ପଚାରିଥିଲେ କିନ୍ତୁ ସେ ତାଙ୍କ ନିଜ ନାମ କହିବପାଇଁ ଅରାଜି ହେବାସହ କ୍ୟାମେରା ସାମ୍ନାରେ କିଛି କହିବାକୁ ମନା କରିଥିଲେ ।ଏଥିରୁ ସ୍ପଷ୍ଟ ଜଣା ପଡୁଛି ଜେଇ ଏବଂ ଠିକାଦାର ଙ୍କ ମଧ୍ୟରେ ମଧୁଚନ୍ଦ୍ରିକରେ ରାସ୍ତା କାର୍ଯ୍ୟ। ଯେଉଁ ଲୋକେ ମାନେ କାମ ବନ୍ଦ୍ କରିଥିଲେ କିନ୍ତୁ ସେମାନଙ୍କୁ ରାତି ଅଧିଆ ଚୋରାରେ କମ ଟଙ୍କାରେ ସିମେଣ୍ଟ ବସ୍ତା ବସ୍ତା ଦେଇ ତାଙ୍କଠୁ ଟଙ୍କା ନେଇଥିବା ସୂଚନା ମିଳିଛି।ଏହାର ଉଚସ୍ତରୀୟ ତଦନ୍ତ କରାଯାଇ ବିଭାଗୀୟ ଜେଇ ଓ ସମ୍ପୃକ୍ତ ଠିକାଦାର ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଜନସାଧାରଣ ରେ ଦାବୀ ହୋଇଛି । ଏରସମାରୁ ସୁଭଦ୍ରା ସ୍ବାଇଁଙ୍କ ରିପୋର୍ଟ ସଂଘର୍ଷ ନିୟୁଜ।