ନିଖୋଜ ହୃଷିକେଶଙ୍କୁ ଝୁରୁଛି ସ୍ତ୍ରୀ ଓ ଦୁଇ ବର୍ଷର କୁନି ଝିଅ

47

Get real time updates directly on you device, subscribe now.

ରାଜନଗର ) : ରାଜନଗର ବ୍ଲକ ଅନ୍ତର୍ଗତ ଘଡିଆମାଳ ପଞ୍ଚାୟତ ପଦ୍ମନାଭପୁରର ହୃଷିକେଶ ପ୍ରଧାନ ଓରଫ୍ (କେଦାର) ଆଜକୁ ଦୁଇ ବର୍ଷ ହେବ କଟକ ଶିଖରପୁର ସ୍ଥିତ ଡ଼ାକ୍ତର ନିଳମାଧବ ରଥଙ୍କ ନିକଟକୁ ଚିକିତ୍ସା ପାଇଁ ନେଇଥିଲେ। ହୃଷିକେଶଙ୍କୁ ବସାଇଦେଇ ବାପା ହରେକୃଷ୍ଣ ଔଷଧ ଆଣିବା ପାଇଁ ଯାଇଥିଲେ ଔଷଧ ଆଣି ହରେକୃଷ୍ଣ ଦେଖନ୍ତି ପତ୍ର ହୃଷିକେଶ ସେଠାରେ ନାହାନ୍ତି। ଠିକ୍ ସେହିଦିନଠାରୁ ଆଜି ପର୍ଯ୍ୟନ୍ତ ବହୁତ ଖୋଜାଖୋଜି କରି ଗୁଡ଼ାଏ ଟଙ୍କା ଖର୍ଚ୍ଚ କରି ସାରିଲାଣି ଏଜାଏଁ ପୁଅ ହୃଷିକେଶ ର ସନ୍ଧାନ ମିଳୁନାହିଁ। ଏପଟେ ହୃଷିକେଶ ବିବାହର ଝୋଟି କାନ୍ଥରୁ ମଧ୍ୟ ଲିଭିନାହିଁ। ଏ ହେଉଛନ୍ତି ଅନିତା ପ୍ରଧାନ ବୟସ ୨୫ ବିବାହର ଛଅମାସରୁ ସ୍ଵାମୀ ହୃଷିକେଶ କେଉଁଆଡେ ପଳାଇ ଯାଇଛନ୍ତି। ସେହି ଚିନ୍ତାରେ ଭାଙ୍ଗି ପଡିଛନ୍ତି ସ୍ତ୍ରୀ ଅନିତା ପାଖରେ ଦୁଇ ବର୍ଷର ଏକ କୁନି ଝିଅଟି। ସକାଳର ସୂର୍ଯ୍ୟ ଉଦୟ ଠାରୁ ରାତି ପଯ୍ୟନ୍ତ ପ୍ରତ୍ୟକ୍ଷ ସମୟରେ ଅନାଇଁ ବସିଛନ୍ତି ସ୍ଵାମୀର ଫେରିବା ବାଟକୁ। ବାରମାସରେ ତେର ଓଷା ବ୍ରତ କରି କେତେ ଦୀଅଁ ଦେବତାଙ୍କ ନିକଟରେ ମାନସିକ ରଖିଥାନ୍ତି ସ୍ତ୍ରୀ ଅନିତା ମୋ ସ୍ବାମୀ କେବେ ଆସିବେ ଗୁଣୁଗୁଣୁ ହୋଇ ଭଗବାନ ଙ୍କ ନିକଟରେ ପ୍ରାର୍ଥନା କରିବା ସହିତ ଶିବମନ୍ଦିରର ବାସୁଆ ବଳଦ କାନରେ ଗୁହାରି କରନ୍ତି। ସତେ କଣ ଭଗବାନ ସୁଣିବେ ସେହି ନିଆଶ୍ରୀ ଅନିତା ଓ ବାପର ସ୍ନେହଶ୍ରଦ୍ଧାରୁ ବଞ୍ଚିତ ହେଉଥିବା ଦୁଇ ବର୍ଷର ସେହି କୁନି ଝିଅର ଦୁଃଖ। ନିରୁଦ୍ଧିଷ୍ଟ ବ୍ୟକ୍ତିଙ୍କ ସୁଚନା: ହୃଷିକେଶ ପ୍ରଧାନ ( କେଦାର) ରଂଗ…… ଗୋରା ଉଚତା…. ପାଞ୍ଚଫୁଟ୍ ତିନିଇଞ୍ଚ ହୃଷିକେଶଙ୍କ ଡାହାଣ ହାତରେ କେଦାର ଲେଖାଅଛି। (ରାଜନଗରରୁ ସୂର୍ଯ୍ୟ ନାରାୟଣ ଦାଶଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍)

:

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More