ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନର ୮୦ତମ ପ୍ରତିଷ୍ଠା ଦିବସ ପାଳିତ

15

Get real time updates directly on you device, subscribe now.

ଗଜପତି(ସଂଘର୍ଷ ମିଡିଆ) : – ଗଜପତି ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ଆନୁକୂଲ୍ୟରେ ଜିଲ୍ଲାର ୭ ଗୋଟି ବ୍ଲକ୍ ଯଥା – କାଶୀନଗର, ଗୁମ୍ମା, ଗୋଷାଣୀ , ରାୟଗଡ଼ , ନୂଆଗଡ,ର।. ଉଦୟଗିରି ମୋହନା ତଥା ପାରଳାଖେମୁଣ୍ଡି ପୌରପାଳିକା ଏବଂ କାଶୀନଗର ବିଗ୍ୟାପିତ ଅଞ୍ଚଳ ଶାଖା ସଂଘ ଅତି ଆନନ୍ଦ ଉଲ୍ଲାସର ସହିତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନର ୮୦ତମ ପ୍ରତିଷ୍ଠା ଦିବସ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ରାଜଦାଣ୍ଡସ୍ଥିତ ଅନ୍ନପୂର୍ଣ୍ଣା ଭବନଠାରେ ଅତି ଆଡମ୍ବର ସହକାରେ ପାଳନ କରାଯାଇଛି।ଜିଲ୍ଲା ସଂଘର ସଭାପତି ଶ୍ରୀଯୁକ୍ତ ଏସ. ତିରୁପତି ସଭା ପରିଚାଳନା କିରି ଥିବା ବେଳେ, ଜିଲ୍ଲା ସଂଘର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଏମ. ରବି କୁମାର ଏହି ସମାରୋହର ଉଦେଶ୍ୟ ଜ୍ଞାପନ କରିଥିଲେ l ମୁଖ୍ୟଅଥିତି ଗୁରୁ ଗୌରବ ଶ୍ରୀଯୁକ୍ତ ଗୌର ଚନ୍ଦ୍ର ପଣ୍ଡା ପ୍ରଦୀପ ପ୍ରଜ୍ବଳନ କରି ରାଜ୍ୟର କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀଯୁକ୍ତ ଦେବରାଜ ଜେନା ମୁଖ୍ୟ ବକ୍ତା ରୂପେ ଯୋଗ ଦେଇ ଡ଼କ୍ତ ହରେ କୃଷ୍ଣ୍ ମହତାବଙ୍କ ଦ୍ୱାରା ସ୍ଥାପିତ ତଥା ରାଜ୍ୟ ସରଜରଙ୍କ ଦ୍ୱାରା ସ୍ୱୀକୃତି ପ୍ରାପ୍ତ ଏକ ମାତ୍ର ସର୍ବ ପୁରାତନ ଶିକ୍ଷକ ସଂଘ, ଏହା ସର୍ବଦା ସବୁ ବର୍ଗର ଶିକ୍ଷକ ମାନଙ୍କର ଦାବି ଉପସ୍ଥାପନା କରିଥାଏ ବୋଲି ପ୍ରକାଶ କଲେ l ସାମ୍ନାନୀୟ ଅଥିତି ରୂପେ ଓଷ୍ଟl ସଂଘର ସଭାପତି ଶ୍ରୀ ଯୁକ୍ତ ତୁରିମୂଳ ରାଓ ପଟ୍ଟନାୟକ , ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ପ୍ରଫୁଲ୍ଲ ମହାନ୍ତିପୂର୍ବତନ ସଭାପତି ଶ୍ରୀଯୁକ୍ତ ଶୁକଦେବ ବଡମୁଣ୍ଡି, ଶ୍ରୀଯୁକ୍ତଏସ ଦିଲେଶ୍ଵର ରାଓ , ଜିଲ୍ଲା ଏକ୍ସ କ୍ୟାଡ଼ର ଶିକ୍ଷକ ସଂଘ ସଭାପତି ଶ୍ରୀଯୁକ୍ତ ଅମୁଲ୍ୟ କୁମାର ପତ୍ର ଏବଂ ଜିଲ୍କା ଅପ୍ଟା ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ମନୋଜ ଗନ୍ତାୟତ ଯୋଗ ଦେଇ ଶିକ୍ଷା, ଶିକ୍ଷୟତନ ତଥା ଶିକ୍ଷକମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋକପାତ ସହ ଆଗାମୀ ଦିନରେ ଶିକ୍ଷକ ମାନଙ୍କଏକତା ହିଁ ଆମ ବଳ ବୋଲି ମତ ବ୍ୟକ୍ତ କରି ଥିଲେ l ଅନ୍ୟତମ କର୍ମକର୍ତ୍ତା ସଂଘର ଉପ ସଭନେତ୍ରୀ ଶ୍ରୀମତୀ ପୁଷଞ୍ଜଳି ବେହେରା, ଉପସଭାପତି ଶ୍ରୀ ଏପ୍ରେଣ୍ଡିତ ଗୋମାଙ୍ଗ, ସହ ସମ୍ପାଦକ ଶ୍ରୀ ପୁରୁଷୋତ୍ତମ ବେହେରା,ଶ୍ରୀ ଲଷ୍ମୀଚରଣ ଦାସ, ଶ୍ରୀ ବାଡ଼ୁଦେବବ ଭୂୟାଁ, କୋଷାଧକ୍ଷ ଶ୍ରୀ ୱାଇ.ଦିଲେଶ୍ଵର ରାଓ, ରବି ଘଡେଇ, ମଳୟ କୁମାର ବେହେରା ଅମୁଲ୍ୟ ପାଣିଗ୍ରାହୀ, ପଞ୍ଚାନନ ପଣ୍ଡା ଅନେକ ସଂଘ ପ୍ରେମୀ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ l ଓଡିଶାରେ ନୂତନ ଶିକ୍ଷା ନୀତି ପ୍ରଚଳନ ପରିପ୍ରେକ୍ଷୀରେ ଶିକ୍ଷା,ଶିକ୍ଷକ ଶିକ୍ଷାୟତନଏ ବିକାଶ ଓ ଗୁଣାତ୍ମକ ଶିକ୍ଷା ହାସଲ ନିମନ୍ତେ ଶିକ୍ଷକଙ୍କ ନିୟମିତ ପଦୋନ୍ନତି,ଶିକ୍ଷକ ପାଇଁ ପଦଵୀ ପୂରଣ, ଠିକା ଶିକ୍ଷକ ନିଯୁକ୍ତି ଉଛେଦ,କେନ୍ଦ୍ରୀୟ ହlରରେ ଦରମା,ଶିକ୍ଷକଙ୍କ ମୂଳ ବା ପ୍ରାରମ୍ଭିକ ଦରମାହାରରେ ସଂଶୋଧନ , ସମସ୍ତ ଶିକ୍ଷକଙ୍କୁ ଗୋଟିଏ ଵର୍ଗରେ ଅନ୍ତର୍ଭୁକ୍ତ କରିବା ବିଦ୍ୟାଳୟଗୁଡିକରେ ଆବଶ୍ୟକୀୟ ଶ୍ରେଣୀ ଗୃହ, ସୁରୀକ୍ଷିତ ଭିତିଭୂମିର ବିକାଶ, ନିୟମିତ ବିଦଳି ନୀତି ସହ ଶିକ୍ଷକଙ୍କୁ ଶିକ୍ଷା ଦାନ ବ୍ୟତୀତ ଅନ୍ୟ କୌଣସି କାର୍ଯ୍ୟରେ ନିଯୁକ୍ତି ନ କରିବା ଆଦି ପ୍ରସଙ୍ଗ ଉପରେ ଆଲୋଚନା ହୋଇ ଥିଲା l ଏ ସମସ୍ତ ଦାଵୀଗୁଡିକ ବିଷୟରେ ରାଜ୍ୟ ସଙ୍ଘକୁ ଅବଗତି କରିବା ନିମନ୍ତେ ପ୍ରସ୍ତାବ ଗ୍ରହଣ କରାଗଲା l ଆଜିକାର କାର୍ଯ୍ୟକ୍ରମ ଆରମ୍ଭରେ ଶିକ୍ଷକ ଶ୍ରୀ ଅମୁଲ୍ୟ ପାଣିଗ୍ରାହୀ ଅତିଥି ମାନଙ୍କୁ ସ୍ୱାଗତ ସମ୍ଭାର୍ଦ୍ଧନା କରିଥିଲେ lପରି ଶେଷରେ ଶିକ୍ଷକ ଶ୍ରୀ ଶ୍ୟାମାସୁନ୍ଦର ଗନ୍ତାୟତ ଉପସ୍ଥିତ ଅଥିତିଗଣଙ୍କୁ ତଥା ସମସ୍ତ କର୍ମକର୍ତ୍ତା ଶିକ୍ଷକ, ଶିକ୍ଷୟିତ୍ରୀମାନକୁ ଧନ୍ୟବାଦ ଜ୍ଞାପନ କରିଥିଲେ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More