ଗଜପତି(ସଂଘର୍ଷ ମିଡିଆ) : – ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଅନ୍ନପୂର୍ଣ୍ଣା ଫଙ୍କସନ ହଲ ଠାରେ ସଭାପତି ଏସ୍ ତିରୁପତିଙ୍କ ସଭାପତିତ୍ବରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘର 80 ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି।ପ୍ରଥମେ ଡକ୍ଟର ହରେ କୃଷ୍ଣ ମହତାବଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟାର୍ପଣ କରି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଶିକ୍ଷାବିତ ଗୁରୁ ଗୌରବ ଗୌର ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ରାଜ୍ୟ ସଙ୍ଘର କାର୍ଯ୍ୟକାରୀ କମିଟି ସଭ୍ୟ ଦେବରାଜ ଜେନା, ମାନ୍ୟଗଣ୍ୟ ବ୍ୟକ୍ତି ଅତିଥି ଭାବେ ଯୋଗ ଦେଇଥିଲେ। ଓଡ଼ିଶା ମାଧ୍ୟମିକ ଶିକ୍ଷା (OSTA)ର ଜିଲ୍ଲା ସଭାପତି ବି. ତିରୁମାଲା ରାଓ ପଟ୍ଟନାୟକ,ସମ୍ପାଦକ ପ୍ରଫୁଲ୍ଲ କୁମାର ମହାନ୍ତି, ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘ (OPTA)ର ଜିଲ୍ଲା ସମ୍ପାଦକ ମନୋଜ କୁମାର ଗନ୍ତାୟତ,ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଙ୍ଘର ପୂର୍ବତନ ଜିଲ୍ଲା ସଭାପତି ଏସ୍ ଡିଲେଶ୍ବର ରାଓ,ସୁଖ ଦେବ ବଡ଼ ମୁଣ୍ଡି ,ପଞ୍ଚାନନ ପଣ୍ଡା,ଏକ୍ସକ୍ୟାଡର ସଙ୍ଘର ଜିଲ୍ଲା ସଭାପତି ଅମୂଲ୍ୟ କୁମାର ପାତ୍ର, ମୋହନା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କେ ସୋମେଶ୍ୱର ରାଓ ଯୋଗ ଦେଇଥିଲେ।ଶିକ୍ଷାବିତ୍ ଗୌରଚନ୍ଦ୍ର ପଣ୍ଡାଙ୍କୁ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ସମ୍ମାନିତ କରାଯାଇଥିଲା।ଏହି ଦିବସ ଉପରେ ଅତିଥିମାନେ ବୁଝାଇ ଥିଲେ।ବରିଷ୍ଠ ଶିକ୍ଷକ ଅମୂଲ୍ୟ କୁମାର ପାଣିଗ୍ରାହୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଜିଲ୍ଲା ସାଧାରଣ ସମ୍ପାଦକ ଏମ୍ ରବି କୁମାର ପରିଚାଳନା କରିଥିଲେ।ପୁଷ୍ପାଞ୍ଜଳି ପଣ୍ଡା ସଙ୍ଗିତା ପାତ୍ର ରାମଚନ୍ଦ୍ର ମିଶ୍ର, ବିଭୁତି ଭୂଷଣ ଙ୍କ ସମେତ ବହୁ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ।ଶେଷରେ ଶ୍ୟାମ ସୁନ୍ଦର ଗନ୍ତାୟତ ଧନ୍ୟବାଦ ଅର୍ପଣ କରିଥିଲେ।