କଟକ (ସଂଘର୍ଷ ମିଡିଆ ) : କଟକ ଜିଲ୍ଲା ନିଆଳି ବ୍ଲକର ବିଭିନ୍ନ ପଂଚାୟତରେ NRGS କାମ ରାତି ଅଧରେ ମେସିନ ଲାଗି ଖୋଳା ଯାଉଛି। ବିଶେଷ କରି ଏରଞ୍ଚ ପଂଚାୟତ ରେ NRGSରେ ପୋଖରୀ ଖୋଳା ରାତି ଅଧରେJCB ଲାଗି ଖୋଳା ଯାଉଛି।ନିଆଳି ନିର୍ବାଚନ ମଣ୍ଡଳୀ ଅଭିମନ୍ୟୁ ସଙ୍ଗଠନ ର ଆବାହକ ଅଭିମନ୍ୟୁ ମଲ୍ଲିକ ଏ ବିଷୟରେ ପ୍ରଶାସନର ଦୃଷ୍ଟିଗୋଚର କରିଥିଲେ।ଅଭିମନ୍ୟୁ ମଲ୍ଲିକଙ୍କ କହିବ। କଥା କରୋନା ମହାମରିରେ କେନ୍ଦ୍ର ଓ ରାଜ୍ୟ ସରକାର NRGS ଯୋଜନା ରେ ଲୋକଙ୍କୁ କାମ ଯୋଗାଇଦେବା କଥା କିନ୍ତୁ ଲୋକଙ୍କ ପରିବର୍ତ୍ତେ ମେସିନ ଲଗାଇ ରାତି ଅଧରେ ଖୋଳା ଯାଉଛି।ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି କି ପ୍ରଶାସନ ଓ ଅସାଧୁ ଲୋକଙ୍କ ମଧୁ ଚନ୍ଦ୍ରିକା ରେ କାମ ଚାଲିଛି।ଏରଞ୍ଚ ପଂଚାୟତର ଲୋକେ job କାର୍ଡ ରେ କାମ ପାଇବା ପାଇଁ ପଂଚାୟତ ସମ୍ମୁଖରେ ଧାରଣାରେ ବସିଥିଲେ।।ଆମ ସଙ୍ଘର୍ଷ news ପ୍ରତିନିଧି ନିଆଳି ବିଡ଼ିଓ ଙ୍କ ସହିତ ଏ ବିଷୟରେ ଫୋନ ଯୋଗେ କଥା ହୋଇଥିଲେ ।ବିଡ଼ିଓ ମହୋଦୟ ଫୋଟୋ ଓ vido ପାଇଛନ୍ତି।ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।କଣ୍ଟାପଡା ରୁ ସନ୍ତୋଷ ପ୍ରଧାନ ଓ କ୍ୟାମେରାମାନ ରାଜକିଶୋର ଦାସଙ୍କ ରିପୋର୍ଟ ।