କଟକ (ସଂଘର୍ଷ ମିଡିଆ ) : କଟକ ଜିଲ୍ଲା କଣ୍ଟାପଡା ବ୍ଲକ ନାହାଲପୁର ଗ୍ରାମପଞ୍ଚାୟତ ର ଅଧିକାଂଶ ଲୋକେ ଚାଷ ଉପରେ ନିର୍ଭର କରିଥାନ୍ତି।ଅକ୍ଷୟ ତୃତୀୟା ପୂର୍ବଦିନ ରାଜ୍ୟ ସରକାର ଙ୍କ କାଳିଆ ଯୋଜନା ଓ କେନ୍ଦ୍ର ସରକାରଙ୍କ pm କିଷାନ ଯୋଜନା ରେ ଚାଷୀଙ୍କ ଖାତାକୁ ଟଙ୍କା ଆସିଥିଲେ ମଧ୍ୟ ପଂଚାୟତର ଅଧିକାଂଶ ଚାଷୀ ଏଥିରୁ ବଂଚିତ ହୋଇଛନ୍ତି।କେତେକ ଚାଷୀଙ୍କ ଖାତାକୁ କାଳିଆ ଟଙ୍କା ଆସିଥିବା ବେଳେ pm କିଷାନ ଟଙ୍କା ଆସିପାରି ନାହିଁ।ଲାକଡ଼ାଉନ ରେ ଚାଷୀ ଫସଲ ବଜାରରେ ଉଚିତ ମୂଲ୍ୟରେ ବିକ୍ରି କରିପାରୁନାହାନ୍ତି।ସର୍ବସାଧାରଣରେ ଚାଷୀଙ୍କ ମନରେ ପ୍ରଶ୍ନ ଉଠୁଛି ରାଜ୍ୟସରକାର 42ଲକ୍ଷ ଚାଷୀଙ୍କୁ କାଳିଆ ଟଙ୍କା ଦେଇଛନ୍ତି ଯେତେବେଳେ pm କିଷାନ ଯୋଜନାରେ ରାଜ୍ୟର 27 ଲକ୍ଷ ଚାଷୀ ଉପକୃତ ହୋଇଛନ୍ତି। ତେବେ ଅବଶିଷ୍ଟ ଚାଷୀ କାହିଁକି ପାଇ ପାରିଲେ ନାହିଁ।କୃଷକ ଭାଇମାନଙ୍କର ସରକାରଙ୍କୁ ଅନୁରୋଧ ଯୋଜନାରୁ ବାଦ ପଡିଥିବା କୃଷକମାନଙ୍କୁ ସାମିଲ କରାଗଲେ ଉପକୃତ ହୋଇପାରିବେ।କଣ୍ଟାପଡା ରୁ ସନ୍ତୋଷ ପ୍ରଧାନ ଓ କ୍ୟାମେରାମାନ ରାଜକିଶୋର ଦାସଙ୍କ ରିପୋର୍ଟ ।