ନାଟକ ‘’ ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା’’ ପରିବେଶିତ

43

Get real time updates directly on you device, subscribe now.

କଟକ ( ସଂଘର୍ଷ ମିଡିଆ ) : ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଗସ୍ତକୁ ୧୦୦ ବର୍ଷ ପୁର୍ତ୍ତି ଅବସରରେ କଳାବିକାଶ କେନ୍ଦ୍ର କଟକ ରଙ୍ଗିନ୍ ରଙ୍ଗ ମଞ୍ଚରେ ଥିଏଟର ମାରାଥନ୍ ର କଳାକାର ମାନଙ୍କୁ ନେଇ ମଞ୍ଚସ୍ଥ ନାଟକ ( ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା) କରାଯାଇଛି। ଏହି କାର୍ଯ୍ୟକ୍ରମ ସଭାରେ ଥିଏଟର ମାରାଥନ୍ ର ଅଧ୍ୟକ୍ଷ ଦେବିପ୍ରସାଦ ଙ୍କ ପୈରହିତରେ ହୋଇଥିବା ବେଳେ ‌ମୁଖ୍ୟ ଅତିଥି ଏଡିଏମ୍ ପୂର୍ଣ୍ଣଚନ୍ଦ୍ର ମିଶ୍ର, କଳାବିକାଶ କେନ୍ଦ୍ର ମ୍ୟନେଜିଂ ଟ୍ରଷ୍ଟି ରବିନ୍ଦ୍ରନାଥ ମହାନ୍ତି ଓ ସମ୍ମାନିତ ଅତିଥି ଜିଲ୍ଲା ସଂସ୍କୃତି ଅଧିକାରୀ ନଳିନୀକାନ୍ତ ସାହୁ, କଳାବିକାଶ କେନ୍ଦ୍ର ସଂପାଦକ ପ୍ରସନ୍ନଜିତ୍ ମହାନ୍ତି ଯୋଗ ଦେଇ ଯାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୀବନି ବିଷୟରେ ଉଦବୋଧନ ଦେଇଥିଲେ। ଆଜି ତା ୨୩.୩.୨୦୨୧ ରିଖ ମଙ୍ଗଳବାର ରାତି ଆଠଟା ସମୟରେ ଥିଏଟର ମାରାଥନ୍ ର ଆୟୋଜିତ ଏହି ନାଟକ ସମ୍ପୁର୍ଣ୍ଣ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ପରମ୍ପରା କୁ ନେଇ,: ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା: ନାଟକ ଶଙ୍କର ତ୍ରିପାଠୀ ଲେଖିଥିବା ବେଳେ ଉମେଶ ଦାଶ ( ଟନିଆଁ) ସେହି ନାଟକ ଟିକୁ ନିଆରା ଢଙ୍ଗରେ ନିର୍ଦ୍ଦେଶନା ଦେଇଥିଲେ। ମହାତ୍ମା ଗାନ୍ଧୀ ଙ୍କ ଓଡ଼ିଶା ପ୍ରତି ଭଲପାଇବା ଓ ତାଙ୍କ ଜୀବନ କାହାଣୀକୁ ନେଇ :ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା: ନାଟକରେ ଅଭିନୟ କରିଥିବା କଳାକାରମାନେ ହେଲେ ଗାନ୍ଧୀ ଭୁମିକାରେ ସନ୍ଦିପ ପାଣି, କସ୍ତୁରୀ ଭୁମିକାରେ ହେଲିନ୍ ଆଚାର୍ଯ୍ୟ, ଚନ୍ଦ୍ରଶେଖର ଭୁମିକାରେ ଶକ୍ତି ନାରାୟଣ, ଗୋପବନ୍ଧୁ ଭୁମିକାରେ ମଣ୍ଟୁ ସାହୁ, ରମାଦେବୀ ଭୁମିକାରେ ବୁଲୁବୁଲୁ ମହାନ୍ତି, ମଦନ ଭୁମିକାରେ ତପନ ନାୟକ,ନାପତୁଣି ଭୁମିକାରେ ଶସ୍ମିତା ସିଂ ସମେତ ବହୁ କଳାକାର ମାନେ ସୁନ୍ଦର ଅଭିନୟ କରି ପ୍ରସଂଶା ସାଉଁଟି ଥିଲେ। ସଚିନ୍ ମହାନ୍ତି ମଞ୍ଚର ଲାଇଟ୍ ଦାୟିତ୍ବରେ ରହି ସୁନ୍ଦର ଲାଇଟ୍ ପ୍ରଦର୍ଶନ କରିଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More